କୂଅ ଭିତରୁ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Madhusudan Das Picture
Published On

କଣ୍ଟାବାଞ୍ଜି : କୂଅ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଶରୀରରେ ବନ୍ଧା ହୋଇଛି ଦୌଡ଼ି । ଯୁବକଙ୍କୁ ହତ୍ୟା କରି କେହି କୂଅରେ ପିଙ୍ଗି ଦେଇଥିବା ସନ୍ଦେହ । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ବୁରୋମାଲ ଗାଁରେ । ମୃତକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ସୁରେନ୍ଦ୍ର ଭାଟି । ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତି ଏବଂ ମୃତଦେହର ଅବସ୍ଥାକୁ ଦେଖି ପରିବାର ଲୋକେ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । 

ଆହୁରି ପଢ଼ନ୍ତୁ: ଓମ୍‌ଫେଡ୍‌ର ନୂଆ ପ୍ରୟାସ: ଖୁବ୍‌ଶୀଘ୍ର ବଜାରକୁ ଆସିବ ପ୍ୟାକେଜ୍‌ଡ୍ ପାଣି ଏବଂ ଆଇସକ୍ରିମ୍

ସୁରେନ୍ଦ୍ର ଭାଟି ଗାଈ ଚରାଇବାକୁ ଯାଇ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ପରିବାର ପକ୍ଷରୁ କଣ୍ଟାବାଞ୍ଜି ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା । ପୁଲିସ ତଦନ୍ତ ଚଳାଇଥିବା ବେଳେ, ପରିବାର ଲୋକେ ଗାଁର ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ଥିବା କୂଅରେ ସୁରେନ୍ଦ୍ରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ ।

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା: ୧୨ ଗ୍ରାମବାସୀ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର