କାର୍ଯ୍ୟାଳୟଗୁଡ଼ିକୁ ବିଏମ୍‍ସିର ଚେତବନୀ : ନିୟମ ନ ମାନିଲେ ତାଲା ଝୁଲିବ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ କଡ଼ାକଡ଼ି ଭାବେ କୋଭିଡ୍‍ ଗାଇଡ୍‍ଲାଇନ୍‍ ପାଳନ କରିବାକୁ ବିଏମ୍‍ସି ନିର୍ଦ୍ଦେଶ ଦେଇଛି। କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ମାସ୍କ ପିନ୍ଧିବା, ସାନିଟାଇଜ କରିବା ସହିତ ସାମାଜିକ ଦୂରତା ରକ୍ଷା ଇତ୍ୟାଦି ଆଚରଣ ପାଳନ କରିବାକୁ ବିଭାଗ କହିଛି। ଯଦି ଆଗକୁ ଏଥିରେ କୌଣସି କାର୍ଯ୍ୟାଳୟରେ ଢିଲାପଣ ଦେଖାଯାଏ ତାହାଲେ ବିଏମ୍‍ସି ସମ୍ପୃକ୍ତ କାର୍ଯ୍ୟାଳୟର କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ତାଗିଦା କରାଯାଇଛି। ସରକାରୀ […]

ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ କଡ଼ାକଡ଼ି ଭାବେ କୋଭିଡ୍‍ ଗାଇଡ୍‍ଲାଇନ୍‍ ପାଳନ କରିବାକୁ ବିଏମ୍‍ସି ନିର୍ଦ୍ଦେଶ ଦେଇଛି। କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ମାସ୍କ ପିନ୍ଧିବା, ସାନିଟାଇଜ କରିବା ସହିତ ସାମାଜିକ ଦୂରତା ରକ୍ଷା ଇତ୍ୟାଦି ଆଚରଣ ପାଳନ କରିବାକୁ ବିଭାଗ କହିଛି। ଯଦି ଆଗକୁ ଏଥିରେ କୌଣସି କାର୍ଯ୍ୟାଳୟରେ ଢିଲାପଣ ଦେଖାଯାଏ ତାହାଲେ ବିଏମ୍‍ସି ସମ୍ପୃକ୍ତ କାର୍ଯ୍ୟାଳୟର କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ତାଗିଦା କରାଯାଇଛି। ସରକାରୀ କଟକଣା ସହିତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ହେଲେ ଭୁବନେଶ୍ୱରରେ କାର୍ଯ୍ୟାଳୟମାନଙ୍କୁ ଆସୁଥିବା କର୍ମଚାରୀମାନେ କାର୍ଯ୍ୟସ୍ଥଳୀରେ କୋଭିଡ୍‍ ନିୟମ ଅନୁପାଳନ କରୁଛନ୍ତି କି ନାହିଁ ତାହାର ନିରୀକ୍ଷଣ ପାଇଁ ସଂସ୍ଥାଗୁଡ଼ିକ ବ୍ୟବସ୍ଥା କରିନାହାନ୍ତି।

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ଯାହାକୁ ବିଏମ୍‍ସି କମିସନର ସଞ୍ଜୟ ସିଂ ଗୁରୁତ୍ୱର ସହ ନେଇ ସମସ୍ତ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସହରରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ୍‍ ଆୟତ୍ତକୁ ଆସି ନାହିଁ। ତେଣୁ ସମସ୍ତ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ କୋଭିଡ୍‍ ନିୟମର କଡ଼ା ଅନୁପାଳନ କରିବାକୁ ଦର୍ଶାଯାଇଛି। ଏଥିପାଇଁ ରାଜଧାନୀରେ ଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟସରକାରଙ୍କ ସମେତ ବେସରକାରୀ କାର୍ଯ୍ୟଳୟ ତଥା ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତାଙ୍କୁ ଚେତାବନୀ ଦିଆଯାଇଛି। ନିଜ କର୍ମଚାରୀମାନଙ୍କୁ କୋଭିଡ୍‍ ପ୍ରତିରୋଧି ଆଚରଣର ଅନୁପାଳନ କରିବାକୁ ସେମାନେ ନିର୍ଦ୍ଦେଶ ଦେବା ସହିତ ନିୟମ ଖିଲାପ କରୁଥିବା କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କମିସନର ଶ୍ରୀ ସିଂ କହିଛନ୍ତି। ଅନ୍ୟପଟେ ସୋମବାରଠାରୁ ବିଏମ୍‍ସି ପକ୍ଷରୁ ଏହି ଘଟଣାରେ ଯାଞ୍ଚ କରାଯିବ।

ଆହୁରି ପଢ଼ନ୍ତୁ: ସର୍ବଦଳୀୟ ବୈଠକରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ: ସଂସଦରେ ଉଠିବ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ

ଏଥିପାଇଁ ଏନ୍‍ଫୋର୍ସମେଣ୍ଟ ଟିମ ଓ କମିସନରେଟ୍‍ ପୁଲିସ ମିଳିତ ଚଢ଼ଉ କରିବେ। ଉଭୟ ସରକାରୀ ଓ ଘରୋଇ କାର୍ଯ୍ୟାଳୟମାନଙ୍କୁ ଯାଇ ସେଠାରେ କୋଭିଡ୍‍ ନିୟମ କିପରି ପାଳନ କରାଯାଉଛି ତାହା ଯାଞ୍ଚ କରାଯିବ। ଏହି ସମୟରେ ଯଦି କୌଣସି ସ୍ଥାନରେ ନିୟମ ଖିଲାପ କରାଯାଉଥିବା ଦେଖାଯିବ ସମ୍ପୃକ୍ତ କାର୍ଯ୍ୟାଳୟ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମ୍‍ସି ପକ୍ଷରୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ କାର୍ଯ୍ୟାଳୟକୁ ସିଲ୍‍ କରାଯିବ ବୋଲି ମଧ୍ୟ ବିଭାଗ କହିଛି। ସୂଚନା ଥାଉକି ସୋମବାରଠାରୁ ଓଡ଼ିଶା ସରକାରଙ୍କର ସମସ୍ତ କାର୍ଯ୍ୟାଳୟରେ ପୂର୍ଣ୍ଣସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ତେବେ ଏହି ସମୟରେ କୋଭିଡ୍‍ ନିୟମର କଡ଼ା ଅନୁପାଳନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଆସିବ ଆଧୁନିକତା: କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ 'ଏଆଇ' (AI) ସବସ୍କ୍ରିପସନ୍ ପ୍ରସ୍ତାବ

19 Jul 2021 By The Sakala

କାର୍ଯ୍ୟାଳୟଗୁଡ଼ିକୁ ବିଏମ୍‍ସିର ଚେତବନୀ : ନିୟମ ନ ମାନିଲେ ତାଲା ଝୁଲିବ

ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ କଡ଼ାକଡ଼ି ଭାବେ କୋଭିଡ୍‍ ଗାଇଡ୍‍ଲାଇନ୍‍ ପାଳନ କରିବାକୁ ବିଏମ୍‍ସି ନିର୍ଦ୍ଦେଶ ଦେଇଛି। କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ମାସ୍କ ପିନ୍ଧିବା, ସାନିଟାଇଜ କରିବା ସହିତ ସାମାଜିକ ଦୂରତା ରକ୍ଷା ଇତ୍ୟାଦି ଆଚରଣ ପାଳନ କରିବାକୁ ବିଭାଗ କହିଛି। ଯଦି ଆଗକୁ ଏଥିରେ କୌଣସି କାର୍ଯ୍ୟାଳୟରେ ଢିଲାପଣ ଦେଖାଯାଏ ତାହାଲେ ବିଏମ୍‍ସି ସମ୍ପୃକ୍ତ କାର୍ଯ୍ୟାଳୟର କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ତାଗିଦା କରାଯାଇଛି। ସରକାରୀ କଟକଣା ସହିତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ହେଲେ ଭୁବନେଶ୍ୱରରେ କାର୍ଯ୍ୟାଳୟମାନଙ୍କୁ ଆସୁଥିବା କର୍ମଚାରୀମାନେ କାର୍ଯ୍ୟସ୍ଥଳୀରେ କୋଭିଡ୍‍ ନିୟମ ଅନୁପାଳନ କରୁଛନ୍ତି କି ନାହିଁ ତାହାର ନିରୀକ୍ଷଣ ପାଇଁ ସଂସ୍ଥାଗୁଡ଼ିକ ବ୍ୟବସ୍ଥା କରିନାହାନ୍ତି।

ଯାହାକୁ ବିଏମ୍‍ସି କମିସନର ସଞ୍ଜୟ ସିଂ ଗୁରୁତ୍ୱର ସହ ନେଇ ସମସ୍ତ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସହରରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ୍‍ ଆୟତ୍ତକୁ ଆସି ନାହିଁ। ତେଣୁ ସମସ୍ତ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ କୋଭିଡ୍‍ ନିୟମର କଡ଼ା ଅନୁପାଳନ କରିବାକୁ ଦର୍ଶାଯାଇଛି। ଏଥିପାଇଁ ରାଜଧାନୀରେ ଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟସରକାରଙ୍କ ସମେତ ବେସରକାରୀ କାର୍ଯ୍ୟଳୟ ତଥା ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତାଙ୍କୁ ଚେତାବନୀ ଦିଆଯାଇଛି। ନିଜ କର୍ମଚାରୀମାନଙ୍କୁ କୋଭିଡ୍‍ ପ୍ରତିରୋଧି ଆଚରଣର ଅନୁପାଳନ କରିବାକୁ ସେମାନେ ନିର୍ଦ୍ଦେଶ ଦେବା ସହିତ ନିୟମ ଖିଲାପ କରୁଥିବା କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କମିସନର ଶ୍ରୀ ସିଂ କହିଛନ୍ତି। ଅନ୍ୟପଟେ ସୋମବାରଠାରୁ ବିଏମ୍‍ସି ପକ୍ଷରୁ ଏହି ଘଟଣାରେ ଯାଞ୍ଚ କରାଯିବ।

ଏଥିପାଇଁ ଏନ୍‍ଫୋର୍ସମେଣ୍ଟ ଟିମ ଓ କମିସନରେଟ୍‍ ପୁଲିସ ମିଳିତ ଚଢ଼ଉ କରିବେ। ଉଭୟ ସରକାରୀ ଓ ଘରୋଇ କାର୍ଯ୍ୟାଳୟମାନଙ୍କୁ ଯାଇ ସେଠାରେ କୋଭିଡ୍‍ ନିୟମ କିପରି ପାଳନ କରାଯାଉଛି ତାହା ଯାଞ୍ଚ କରାଯିବ। ଏହି ସମୟରେ ଯଦି କୌଣସି ସ୍ଥାନରେ ନିୟମ ଖିଲାପ କରାଯାଉଥିବା ଦେଖାଯିବ ସମ୍ପୃକ୍ତ କାର୍ଯ୍ୟାଳୟ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମ୍‍ସି ପକ୍ଷରୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ କାର୍ଯ୍ୟାଳୟକୁ ସିଲ୍‍ କରାଯିବ ବୋଲି ମଧ୍ୟ ବିଭାଗ କହିଛି। ସୂଚନା ଥାଉକି ସୋମବାରଠାରୁ ଓଡ଼ିଶା ସରକାରଙ୍କର ସମସ୍ତ କାର୍ଯ୍ୟାଳୟରେ ପୂର୍ଣ୍ଣସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ତେବେ ଏହି ସମୟରେ କୋଭିଡ୍‍ ନିୟମର କଡ଼ା ଅନୁପାଳନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର