ଚତୁର୍ଥୀ ରାତି ପୂର୍ବରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

The Sakala Picture
Published On

ଢେଙ୍କାନାଳ : ଅଧା ରହିଗଲା ସବୁ ସ୍ବପ୍ନ। ବାସର ରାତି ଆଗରୁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମପାଇଁ ହାତ ଧରିଥିବା ପତ୍ନୀ ପରକରି ଚାଲିଗଲା। ଚତୁର୍ଥୀ ପାଇଁ ପୁଅ ଘର ଲୋକ ଭୋଜି ଭାତର ଆୟୋଜନ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଶୋଇବା ଘରୁ ନବବଧୁର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦରଥାନା ବିଦ୍ୟାବନ୍ଧ ଗାଁରେ।  ହିନ୍ଦୋଳ କଲଣ୍ଡା ଗାଁର ଝରଣା ନାୟକ ଗତ ୧୭ […]

ଢେଙ୍କାନାଳ : ଅଧା ରହିଗଲା ସବୁ ସ୍ବପ୍ନ। ବାସର ରାତି ଆଗରୁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମପାଇଁ ହାତ ଧରିଥିବା ପତ୍ନୀ ପରକରି ଚାଲିଗଲା। ଚତୁର୍ଥୀ ପାଇଁ ପୁଅ ଘର ଲୋକ ଭୋଜି ଭାତର ଆୟୋଜନ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଶୋଇବା ଘରୁ ନବବଧୁର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦରଥାନା ବିଦ୍ୟାବନ୍ଧ ଗାଁରେ।  ହିନ୍ଦୋଳ କଲଣ୍ଡା ଗାଁର ଝରଣା ନାୟକ ଗତ ୧୭ ତାରିଖ ଦିନ ସଦର ଥାନା ଅନ୍ତର୍ଗତ ବିଦ୍ୟାବନ୍ଧ ଗାଁର ମଦନମୋହନ ନାୟକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଆଜି ସକାଳେ ଝରଣାଙ୍କର ଝୁଲନ୍ତା ମୃତ ଦେହ ଶାଶୁଘରୁ ମିଳିଛି । କେଉଁ କାରଣରୁ ନବ ବଧୂ ଜଣଙ୍କର ମୃତ୍ୟୁ ହୋଇଛି ତା’ର କାରଣ ଜଣାପଡିନାହିଁ। ଝରଣାଙ୍କର ମୃତ୍ୟୁ ପରେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ସଦର ଥାନା ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇବା ସହ ଅଧିକ ତଦନ୍ତ କରୁଛି। ନବବଧୁର ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର