ବଢୁଥିବା ସଂକ୍ରମଣକୁ ଦେଖି ଭୁବନେଶ୍ବରର ପାର୍କ ଗୁଡିକ ଉପରେ କଟକଣା ଲଗାଇଲା ବିଏମସି
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି। ପ୍ରତିଦିନ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ସେହିପରି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ସ୍ଥିତି ମଧ୍ୟ ଖରାପ ହେବାରେ ଲାଗିଛି। ରାଜଧାନୀରେ ଦିନକୁ ଦିନ ସଂକ୍ରମଣ ମାମଲା ବଢ଼ିବା ସହ ଦୈନିକ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୦ ପ୍ରତିଶତ ମାମଲା ଲୋକାଲ୍ କେସ୍ ରହୁଛି । ଆଜି ଭୁବନେଶ୍ୱର ମହାନଗର ନଗମ(ବିଏମ୍ସି) ଅଞ୍ଚଳରୁ ୪୬୮ କରୋନା ଆକ୍ରାନ୍ତ […]
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି। ପ୍ରତିଦିନ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ସେହିପରି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ସ୍ଥିତି ମଧ୍ୟ ଖରାପ ହେବାରେ ଲାଗିଛି। ରାଜଧାନୀରେ ଦିନକୁ ଦିନ ସଂକ୍ରମଣ ମାମଲା ବଢ଼ିବା ସହ ଦୈନିକ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୦ ପ୍ରତିଶତ ମାମଲା ଲୋକାଲ୍ କେସ୍ ରହୁଛି । ଆଜି ଭୁବନେଶ୍ୱର ମହାନଗର ନଗମ(ବିଏମ୍ସି) ଅଞ୍ଚଳରୁ ୪୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୬ ଲୋକାଲ୍ କେସ। ଭୁବନେଶ୍ବରରେ ଲୋକାଲ୍ କେସ୍ ଏତେ ମାତ୍ରାରେ ବୃଦ୍ଧି ଚିନ୍ତାର କାରଣ ପାଲଟିଛି।
ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ମାମଲାରେ ବୃଦ୍ଧିକୁ ଦେଖି ପାର୍କ ଉପରେ ବିଏମସି କଟକଣା ଜାରି କରିଛି । ଭୁବନେଶ୍ୱରର ସର୍ବସାଧାରଣ ପାର୍କ ଗୁଡ଼ିକରେ ଥିବା ଛୋଟ ପିଲାଙ୍କର ଖେଳ ଉପକରଣ ବ୍ୟବହାର ବାରଣ କରାଯାଇଛି । ଏଥିସହ ପାର୍କର ମୁକ୍ତ ଜିମ୍ନାସିୟମ୍ ସରଞ୍ଜାମର ଏବେ ବ୍ୟବହାର ହେବ ନାହିଁ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଖେଳ ଓ ଜିମ୍ନାସିୟମ୍ ଉପକରଣକୁ ଘୋଡ଼ାଇ ରଖାଯିବ ।
ଏହାସହ ପାର୍କରେ ବିଚରଣ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପାର୍କ ଭିତରେ ୬ ଫୁଟର ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ କରାଯାଇଛି। ପାର୍କ ଭିତରେ ତମାଖୁ ସେବନ ଓ ଛେପ ପକାଇଲେ ଜରିମାନା ଦେବାକୁ ପଡ଼ିବ । ଗତବର୍ଷ କୋଭିଡ୍ ସଂକ୍ରମଣ ପରେ ମାର୍ଚ୍ଚରୁ ବିଏମସି ସମସ୍ତ ପାର୍କକୁ ବନ୍ଦ କରି ଦେଇଥିଲା । ପର୍ଯ୍ୟାୟକ୍ରମେ ଅନଲକ୍ ହେବା ପରେ ପାର୍କ ଖୋଲିଥିଲା ।