ରାଜ୍ୟରେ ଛାତ୍ରୀ ଓ ମହିଳା ସୁରକ୍ଷା ପ୍ରସଙ୍ଗ: ଅପାରଗତା ଲୁଚାଇବା ପାଇଁ ବିଜେପି ଯୁବ ଓ ମହିଳା ମୋର୍ଚ୍ଚାର ଅପଚେଷ୍ଟା: ବିଜେଡି

The Sakala Picture
Published On

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ମହିଳା ଶାଖା ଦ୍ୱାରା ଗତ କାଲି ରାଜରାସ୍ତାରେ କରାଯାଇଥିବା ପ୍ରତିବାଦ କାର୍ଯ୍ୟକ୍ରମ ଉପରେ ଆଜି କଡା ପ୍ରତିକ୍ରିୟା ଦେଇଛି ବିଜୁ ଜନତା ଦଳ। ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ଇପ୍ସିତା ସାହୁ କହିଥିଲେ, ବିଜେପିର ଯୁବ ଓ ମହିଳା ଶାଖାକୁ ରାଜରାସ୍ତାରେ ଦେଖି ସ୍ୱାଭାବିକ ଭାବେ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଆସିଛି ଯେ, ସେମାନେ ରାଜ୍ୟ ବିଜେପି ସରକାରଙ୍କ ଉପରେ ଆସ୍ଥା ହରାଇଲେଣି କି? […]

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ମହିଳା ଶାଖା ଦ୍ୱାରା ଗତ କାଲି ରାଜରାସ୍ତାରେ କରାଯାଇଥିବା ପ୍ରତିବାଦ କାର୍ଯ୍ୟକ୍ରମ ଉପରେ ଆଜି କଡା ପ୍ରତିକ୍ରିୟା ଦେଇଛି ବିଜୁ ଜନତା ଦଳ। ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ଇପ୍ସିତା ସାହୁ କହିଥିଲେ, ବିଜେପିର ଯୁବ ଓ ମହିଳା ଶାଖାକୁ ରାଜରାସ୍ତାରେ ଦେଖି ସ୍ୱାଭାବିକ ଭାବେ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଆସିଛି ଯେ, ସେମାନେ ରାଜ୍ୟ ବିଜେପି ସରକାରଙ୍କ ଉପରେ ଆସ୍ଥା ହରାଇଲେଣି କି? ରାଜ୍ୟରେ ଗତ ତେର ମାସର ବିଜେପି ଶାସନରେ ମହିଳା ଓ ଛାତ୍ରୀଙ୍କ ବିରୋଧରେ ଅପରାଧ ବୃଦ୍ଧି ଘଟିବା ଯୋଗୁ ରାଜ୍ୟବାସୀ ଅତିଷ୍ଠ ହୋଇ ପଡିଛନ୍ତି। ବିଜେପି ଯୁବ ଓ ମହିଳା ମୋର୍ଚ୍ଚା ଏହି ପ୍ରତିବାଦ କାର୍ୟ୍ୟକ୍ରମ ମାଧ୍ୟମରେ, ବିରୋଧୀ ଦଳକୁ ଟାର୍ଗେଟ କରିବାକୁ ଅପଚେଷ୍ଟା କରୁଛନ୍ତି କିନ୍ତୁ ଯେତେବେଳେ ବିଜେପି କର୍ମକର୍ତ୍ତା ମାନେ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଉଛନ୍ତି, ସେତେବେଳେ ସେମାନେ ମୁହଁ ଚୁପ ରଖୁଛନ୍ତି କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲା ରେଳ ଷ୍ଟେସନରେ ଭୁଶୁଡ଼ିଲା ନବନିର୍ମିତ ସେଡ୍, ୩ ଆହତ

ସାଢେ ଚାରି କୋଟି ଓଡିଆଙ୍କ ହୃଦୟର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବୟସକୁ ନେଇ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ଆମେ ଦୃଢ ନିନ୍ଦା କରୁଛୁ। ଯେଉଁ ଦଳର ସଭାପତିଙ୍କୁ ୨୦୦୮ ମସିହାରେ ଓଡିଶା ନିବାସରେ ଗୋଟିଏ ରୁମରେ ତାଲା ପକାଇ ଅଟକାଯାଇଥିଲା, ସେହି ଦଳର ଯୁବ ସଭାପତି ନବୀନ ବାବୁଙ୍କୁ ପ୍ରଶ୍ନ ପଚାରିବା କେତେ ଦୂର ଯୁକ୍ତିଯୁକ୍ତ ? ଇପ୍ସିତା ଆହୁରି ମଧ୍ୟ କହିଥିଲେ ଯେ, ବିଜେପି ଯୁବ ମୋର୍ଚ୍ଚାର ସଭାପତି ଶିଷ୍ଟାଚାର ଓ ଶାଳୀନତା ଭୁଲି ମନ୍ତବ୍ୟ ଦେଇ ଅନ୍ୟ ଛାତ୍ର ସଂଗଠନକୁ କ୍ୟାମ୍ପସ ଯିବାରେ ବାରଣ କରିବା ବେଳେ ଭୁଲି ଯାଉଛନ୍ତି ଯେ ରାଜ୍ୟର ସର୍ବାଧିକ କଲେଜ କ୍ୟାମ୍ପସର ନିର୍ବାଚିତ କର୍ମକର୍ତ୍ତା ବିଜୁ ଛାତ୍ର ଜନତା ଦଳ ସହ ସଂପୃକ୍ତ।

ଆହୁରି ପଢ଼ନ୍ତୁ: ଅନ୍ଧବିଶ୍ୱାସର କରୁଣ ଚିତ୍ର: ଗୁଣିଆ କଥାରେ ପଡ଼ି ଜୀବନ୍ତ ନାଗ ସାପକୁ କାମୁଡ଼ି ମାରିଦେଲା ଯୁବକ

ସେ ଆହୁରି କହିଥିଲେ, ଏଫଏମ କଲେଜ ଛାତ୍ରୀ ସୌମ୍ୟଶ୍ରୀର ଆତ୍ମଦାହ ଘଟଣାରେ, ଦୀର୍ଘ ଛଅ ମାସ କାଳ ସେ ନ୍ୟାୟ ପାଇବା ପାଇଁ ସଙ୍ଘର୍ଷ କରିଥିଲେ। ବିଜେପିର ଛାତ୍ର ସଂଗଠନ ଏବିଭିପିର ଜଣେ ସଦସ୍ୟ ହୋଇଥିବା ସତ୍ୱେ,  ସୌମ୍ୟାଶ୍ରୀଙ୍କୁ ରାଜ୍ୟ ସରକାର ନ୍ୟାୟ ଦେବା ପାଇଁ ବିଫଳ ହୋଇଥିଲେ, ଯେଉଁଥିପାଇଁ ଏଭଳି ଅଭାବନୀୟ କାଣ୍ଡ ଘଟିଲା। ରାଜ୍ୟ ବିଜେପି ସରକାର ନ୍ୟାୟ ଦେବାରେ ବିଫଳ ହୋଇଥିବା ବେଳେ ଅନ୍ୟକୁ ଅଙ୍ଗୁଳି ଦେଖାଇବାର ଅଧିକାର ବିଜେପି ନେତାମାନେ ହରାଇଛନ୍ତି। ଏହାଛଡା, ଗତ ତେର ମାସରେ ରାଜ୍ୟରେ ୧୮,୦୦୦ ରୁ ଉର୍ଦ୍ଧ୍ବ ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି। ରାଜ୍ୟରେ ପ୍ରତିଦିନ ୧୫ଟି ଦୁଷ୍କର୍ମ ହେଉଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ଛାତ୍ରୀ, ନାବାଳିକା ଓ ମହିଳା ମାନେ ଅସୁରକ୍ଷିତ ବୋଲି ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ରାଜ୍ୟରେ, ଗୋଟିଏ ପରେ ଗୋଟିଏ ମହିଳା ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଶିକାର ହେଉଥିଲା ବେଳେ, ରାଜରାସ୍ତାରେ ଚିତ୍କାର କରୁଥିବା ବିଜେପି ନେତାମାନେ, ମୁହଁରେ ତୁଣ୍ଡି ବାନ୍ଧି ବସି ରହୁଛନ୍ତି କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଥିଲେ। ବିଜେପି ସରକାର ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ଓ ଏହି ବିଫଳତାକୁ ଲୁଚାଇବାକୁ ଗତ କାଲି ବିଜେପି ମହିଳା ଓ ଯୁବମୋର୍ଚ୍ଚା ନେତା ରାଜରାସ୍ତାକୁ ଓହ୍ଲାଇବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ସାହୁ କହିଥିଲେ।

ଆହୁରି ପଢ଼ନ୍ତୁ: ବନ୍ୟା ପ୍ରଭାବିତ ଜିଲ୍ଲାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡି

30 Jul 2025 By The Sakala

ରାଜ୍ୟରେ ଛାତ୍ରୀ ଓ ମହିଳା ସୁରକ୍ଷା ପ୍ରସଙ୍ଗ: ଅପାରଗତା ଲୁଚାଇବା ପାଇଁ ବିଜେପି ଯୁବ ଓ ମହିଳା ମୋର୍ଚ୍ଚାର ଅପଚେଷ୍ଟା: ବିଜେଡି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ମହିଳା ଶାଖା ଦ୍ୱାରା ଗତ କାଲି ରାଜରାସ୍ତାରେ କରାଯାଇଥିବା ପ୍ରତିବାଦ କାର୍ଯ୍ୟକ୍ରମ ଉପରେ ଆଜି କଡା ପ୍ରତିକ୍ରିୟା ଦେଇଛି ବିଜୁ ଜନତା ଦଳ। ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ଇପ୍ସିତା ସାହୁ କହିଥିଲେ, ବିଜେପିର ଯୁବ ଓ ମହିଳା ଶାଖାକୁ ରାଜରାସ୍ତାରେ ଦେଖି ସ୍ୱାଭାବିକ ଭାବେ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଆସିଛି ଯେ, ସେମାନେ ରାଜ୍ୟ ବିଜେପି ସରକାରଙ୍କ ଉପରେ ଆସ୍ଥା ହରାଇଲେଣି କି? ରାଜ୍ୟରେ ଗତ ତେର ମାସର ବିଜେପି ଶାସନରେ ମହିଳା ଓ ଛାତ୍ରୀଙ୍କ ବିରୋଧରେ ଅପରାଧ ବୃଦ୍ଧି ଘଟିବା ଯୋଗୁ ରାଜ୍ୟବାସୀ ଅତିଷ୍ଠ ହୋଇ ପଡିଛନ୍ତି। ବିଜେପି ଯୁବ ଓ ମହିଳା ମୋର୍ଚ୍ଚା ଏହି ପ୍ରତିବାଦ କାର୍ୟ୍ୟକ୍ରମ ମାଧ୍ୟମରେ, ବିରୋଧୀ ଦଳକୁ ଟାର୍ଗେଟ କରିବାକୁ ଅପଚେଷ୍ଟା କରୁଛନ୍ତି କିନ୍ତୁ ଯେତେବେଳେ ବିଜେପି କର୍ମକର୍ତ୍ତା ମାନେ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଉଛନ୍ତି, ସେତେବେଳେ ସେମାନେ ମୁହଁ ଚୁପ ରଖୁଛନ୍ତି କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି।

ସାଢେ ଚାରି କୋଟି ଓଡିଆଙ୍କ ହୃଦୟର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବୟସକୁ ନେଇ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ଆମେ ଦୃଢ ନିନ୍ଦା କରୁଛୁ। ଯେଉଁ ଦଳର ସଭାପତିଙ୍କୁ ୨୦୦୮ ମସିହାରେ ଓଡିଶା ନିବାସରେ ଗୋଟିଏ ରୁମରେ ତାଲା ପକାଇ ଅଟକାଯାଇଥିଲା, ସେହି ଦଳର ଯୁବ ସଭାପତି ନବୀନ ବାବୁଙ୍କୁ ପ୍ରଶ୍ନ ପଚାରିବା କେତେ ଦୂର ଯୁକ୍ତିଯୁକ୍ତ ? ଇପ୍ସିତା ଆହୁରି ମଧ୍ୟ କହିଥିଲେ ଯେ, ବିଜେପି ଯୁବ ମୋର୍ଚ୍ଚାର ସଭାପତି ଶିଷ୍ଟାଚାର ଓ ଶାଳୀନତା ଭୁଲି ମନ୍ତବ୍ୟ ଦେଇ ଅନ୍ୟ ଛାତ୍ର ସଂଗଠନକୁ କ୍ୟାମ୍ପସ ଯିବାରେ ବାରଣ କରିବା ବେଳେ ଭୁଲି ଯାଉଛନ୍ତି ଯେ ରାଜ୍ୟର ସର୍ବାଧିକ କଲେଜ କ୍ୟାମ୍ପସର ନିର୍ବାଚିତ କର୍ମକର୍ତ୍ତା ବିଜୁ ଛାତ୍ର ଜନତା ଦଳ ସହ ସଂପୃକ୍ତ।

ସେ ଆହୁରି କହିଥିଲେ, ଏଫଏମ କଲେଜ ଛାତ୍ରୀ ସୌମ୍ୟଶ୍ରୀର ଆତ୍ମଦାହ ଘଟଣାରେ, ଦୀର୍ଘ ଛଅ ମାସ କାଳ ସେ ନ୍ୟାୟ ପାଇବା ପାଇଁ ସଙ୍ଘର୍ଷ କରିଥିଲେ। ବିଜେପିର ଛାତ୍ର ସଂଗଠନ ଏବିଭିପିର ଜଣେ ସଦସ୍ୟ ହୋଇଥିବା ସତ୍ୱେ,  ସୌମ୍ୟାଶ୍ରୀଙ୍କୁ ରାଜ୍ୟ ସରକାର ନ୍ୟାୟ ଦେବା ପାଇଁ ବିଫଳ ହୋଇଥିଲେ, ଯେଉଁଥିପାଇଁ ଏଭଳି ଅଭାବନୀୟ କାଣ୍ଡ ଘଟିଲା। ରାଜ୍ୟ ବିଜେପି ସରକାର ନ୍ୟାୟ ଦେବାରେ ବିଫଳ ହୋଇଥିବା ବେଳେ ଅନ୍ୟକୁ ଅଙ୍ଗୁଳି ଦେଖାଇବାର ଅଧିକାର ବିଜେପି ନେତାମାନେ ହରାଇଛନ୍ତି। ଏହାଛଡା, ଗତ ତେର ମାସରେ ରାଜ୍ୟରେ ୧୮,୦୦୦ ରୁ ଉର୍ଦ୍ଧ୍ବ ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି। ରାଜ୍ୟରେ ପ୍ରତିଦିନ ୧୫ଟି ଦୁଷ୍କର୍ମ ହେଉଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ଛାତ୍ରୀ, ନାବାଳିକା ଓ ମହିଳା ମାନେ ଅସୁରକ୍ଷିତ ବୋଲି ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ରାଜ୍ୟରେ, ଗୋଟିଏ ପରେ ଗୋଟିଏ ମହିଳା ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଶିକାର ହେଉଥିଲା ବେଳେ, ରାଜରାସ୍ତାରେ ଚିତ୍କାର କରୁଥିବା ବିଜେପି ନେତାମାନେ, ମୁହଁରେ ତୁଣ୍ଡି ବାନ୍ଧି ବସି ରହୁଛନ୍ତି କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଥିଲେ। ବିଜେପି ସରକାର ଛାତ୍ରୀ ଓ ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ଓ ଏହି ବିଫଳତାକୁ ଲୁଚାଇବାକୁ ଗତ କାଲି ବିଜେପି ମହିଳା ଓ ଯୁବମୋର୍ଚ୍ଚା ନେତା ରାଜରାସ୍ତାକୁ ଓହ୍ଲାଇବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ସାହୁ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର