ରତ୍ନ ଭଣ୍ଡାର ଗଣତି ମଣତି ପ୍ରସଙ୍ଗ, ବିଜେପି ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି: ବିଜେଡି

The Sakala Picture
Published On

ଭୁବନେଶ୍ୱର : ରତ୍ନ ଭଣ୍ଡାର ଗଣତି ମଣତିକୁ ନେଇ ଗତ ଏକ ବର୍ଷ ହେଲା ଡବଲ ଇଂଜିନ ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି। ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି, ଗତ ଏକ ବର୍ଷ ହେଲା ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ, ଆଜି ଆଇନ ମନ୍ତ୍ରୀ ଆହୁରି ତିନି ମାସ ଲାଗିବ […]

ଭୁବନେଶ୍ୱର : ରତ୍ନ ଭଣ୍ଡାର ଗଣତି ମଣତିକୁ ନେଇ ଗତ ଏକ ବର୍ଷ ହେଲା ଡବଲ ଇଂଜିନ ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି। ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି, ଗତ ଏକ ବର୍ଷ ହେଲା ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ, ଆଜି ଆଇନ ମନ୍ତ୍ରୀ ଆହୁରି ତିନି ମାସ ଲାଗିବ ବୋଲି କହିବା ଦୁର୍ଭାଗ୍ୟଜନକ।

ଆହୁରି ପଢ଼ନ୍ତୁ: କୋଟିଆରେ ଏକଜୁଟ୍‌ ହେଲେ ସବୁ ଦଳ: ଓଡ଼ିଶାରୁ ଦୁଇ ବୁଥ୍‌ ହଟାଇନେଲା ଆନ୍ଧ୍ର, ୩ ପ୍ରବେଶ ପଥ ସିଲ୍

ଗଣତି ମଣତି ପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡ଼ା ଯାଇଛି ବୋଲି ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ପୂର୍ବରୁ ଗଣତି ମଣତି ସମୟରେ କେବେ ରିଜର୍ଭ ବ୍ୟାଙ୍କର ସହାୟତା ନିଆ ଯାଇଥିଲା କି ? ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟରେ ଗଣତି ମଣତି ସମୟରେ ରିଜର୍ଭ ବ୍ୟାଙ୍କର ସହାୟତା ନେବା ବ୍ୟବସ୍ଥା ରହିଛି କି ? ଯଦି ନାହିଁ କେଉଁ କାରଣ ପାଇଁ ଏହାକୁ ରିଜର୍ଭ ବ୍ୟାଙ୍କ ନାମରେ ବିଳମ୍ବିତ କରିବାକୁ ଚେଷ୍ଟା କରାଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ: ୪ ବରିଷ୍ଠ ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ରତ୍ନ ଭଣ୍ଡାରର ଗଣତି ମଣତି କରିବା ପରିବର୍ତ୍ତେ ଗତ ଏକ ବର୍ଷ ଧରି ଠାକୁରଙ୍କ ବହୁ ମୂଲ୍ୟ ଅଳଙ୍କାର ସମୂହ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏବେ ଅଳିଆ ଗଦା ମାଧ୍ୟମରେ ସୃଷ୍ଟି ହୋଇଥିବା ପଞ୍ଚମ ଦ୍ୱାର ଦେଇ କିଛି ଲୋକ ପ୍ରବେଶ କରୁଥିବା ଦୃଶ୍ୟ ଓଡିଶାବାସୀଙ୍କୁ ବିଚଳିତ କରିବା ସହିତ ରତ୍ନ ଭଣ୍ଡାର ବାହାରେ ଥିବା ରତ୍ନ ସୁରକ୍ଷିତ ଅଛି କି ନାହିଁ, ସେନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ସନ୍ଦେହ ସୃଷ୍ଟି ହେଲାଣି। ରାଜ୍ୟ ସରକାର ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ଆଉ ଅଧିକ ରାଜନୀତି ନକରି ଜନ ସାଧାରଣଙ୍କ ମନରୁ ସନ୍ଦେହ ଦୂର କରନ୍ତୁ ବୋଲି ଡ଼ଃ ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ୨୮ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର