ସାମାଜିକ ଗଣମାଧ୍ୟମ ଜରିଆରେ ତୃଣମୂଳସ୍ତରରେ ଦଳକୁ ସଙ୍ଗଠିତ କରିବା ପାଇଁ ବିଜେଡିର କର୍ମଶାଳା

The Sakala Picture
Published On

ଭୁବନେଶ୍ୱର: ଆଜି ଶଙ୍ଖ ଭବନଠାରେ ବିଜୁ ଜନତା ଦଳର ସାଂସଦ, ବିଧାୟକ, ଗତ ସାଧାରଣ ନିର୍ବାଚନର ପ୍ରାର୍ଥୀ ଓ ଦଳୀୟ ନେତୃବୃନ୍ଦଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ସାମାଜିକ ଗଣମାଧ୍ୟମ ଜରିଆରେ ତୃଣମୂଳ ସ୍ତରରେ ଦଳକୁ ଅଧିକ ସଙ୍ଗଠିତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଦଳର ଆଇଟି ଏବଂ ସୋସିଆଲ ମିଡିଆ ଆବାହକ ତଥା ପୂର୍ବତନ ସାଂସଦ ଡଃ ଅମର ପଟ୍ଟନାୟକ […]

ଭୁବନେଶ୍ୱର: ଆଜି ଶଙ୍ଖ ଭବନଠାରେ ବିଜୁ ଜନତା ଦଳର ସାଂସଦ, ବିଧାୟକ, ଗତ ସାଧାରଣ ନିର୍ବାଚନର ପ୍ରାର୍ଥୀ ଓ ଦଳୀୟ ନେତୃବୃନ୍ଦଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ସାମାଜିକ ଗଣମାଧ୍ୟମ ଜରିଆରେ ତୃଣମୂଳ ସ୍ତରରେ ଦଳକୁ ଅଧିକ ସଙ୍ଗଠିତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଦଳର ଆଇଟି ଏବଂ ସୋସିଆଲ ମିଡିଆ ଆବାହକ ତଥା ପୂର୍ବତନ ସାଂସଦ ଡଃ ଅମର ପଟ୍ଟନାୟକ ସାମ୍ପ୍ରତିକ ସମୟରେ ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ଉପରେ ଆଲୋକପାତ କରି ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ: ପାନ ଦୋକାନୀଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା

ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ, ସଙ୍ଗଠନର ପ୍ରତ୍ୟେକ ସ୍ତରରେ ସାମାଜିକ ଗଣମାଧ୍ୟମର ଭରପୂର ଉପଯୋଗ କରିବା ପାଇଁ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଖାସ୍‌ କରି ରାଜ୍ୟରେ ୧ ବର୍ଷ ପୂରଣ କରିଥିବା ବିଜେପି ସରକାରର ମିଛ ପ୍ରଚାର ଏବଂ ବିଭିନ୍ନ ଯୋଜନା ବନ୍ଦ ହେବା ଫଳରେ ସାଧାରଣ ଜନତା ଯେଉଁ ସମସ୍ୟାର ସାମ୍ନା କରୁଛନ୍ତି, ତାର ସଠିକ୍‌ ତଥ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ସଭିଙ୍କ ସାମ୍ନାରେ ରଖିବାକୁ ଡଃ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ବନ୍ୟା ପ୍ରଭାବିତ ୭ ଜିଲ୍ଲାରେ ୯୬ ସର୍ପାଘାତ ମାମଲା: କୌଣସି ମୃତ୍ୟୁ ହୋଇନଥିବା ନେଇ ଜନସ୍ୱାସ୍ଥ୍ୟ ବିଭାଗର ସୂଚନା

ବୈଠକର ପ୍ରାରମ୍ଭରେ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଅଭିଭାଷଣ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତିଙ୍କ ରାଜନୈତିକ ସଚିବ ଡଃ ସଂତୃପ୍ତ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ଡଃ ଅରୁଣ ସାହୁ, ସଂଜୟ କୁମାର ଦାସ ବର୍ମା,  ପ୍ରମିଳା ମଲ୍ଲିକ, ଚନ୍ଦ୍ରଶେଖର ସାହୁ, ପ୍ରଫୁଲ୍ଲ ସାମଲ, ସୁଦାମ ମାରାଣ୍ଡି, ପ୍ରଦୀପ ଅମାତ, ପ୍ରଣବ ବଳବନ୍ତରାୟ,  ବ୍ୟୋମକେଶ ରାୟ, ରାଜଶ୍ରୀ ମଲ୍ଲିକ, ସର୍ମିଷ୍ଠା ସେଠୀଙ୍କ ସହ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ବିଜେଡିର କ୍ଷୋଭ: ଆଇନ ମନ୍ତ୍ରୀଙ୍କ ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ମନ୍ତ୍ରୀଙ୍କ ପୃଷ୍ଠପୋଷକତାରେ ଆତଙ୍କରାଜ ଚଳାଉଛନ୍ତି କର୍ମୀ

12 Jun 2025 By The Sakala

ସାମାଜିକ ଗଣମାଧ୍ୟମ ଜରିଆରେ ତୃଣମୂଳସ୍ତରରେ ଦଳକୁ ସଙ୍ଗଠିତ କରିବା ପାଇଁ ବିଜେଡିର କର୍ମଶାଳା

ଭୁବନେଶ୍ୱର: ଆଜି ଶଙ୍ଖ ଭବନଠାରେ ବିଜୁ ଜନତା ଦଳର ସାଂସଦ, ବିଧାୟକ, ଗତ ସାଧାରଣ ନିର୍ବାଚନର ପ୍ରାର୍ଥୀ ଓ ଦଳୀୟ ନେତୃବୃନ୍ଦଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ସାମାଜିକ ଗଣମାଧ୍ୟମ ଜରିଆରେ ତୃଣମୂଳ ସ୍ତରରେ ଦଳକୁ ଅଧିକ ସଙ୍ଗଠିତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଦଳର ଆଇଟି ଏବଂ ସୋସିଆଲ ମିଡିଆ ଆବାହକ ତଥା ପୂର୍ବତନ ସାଂସଦ ଡଃ ଅମର ପଟ୍ଟନାୟକ ସାମ୍ପ୍ରତିକ ସମୟରେ ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ଉପରେ ଆଲୋକପାତ କରି ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ।

ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ, ସଙ୍ଗଠନର ପ୍ରତ୍ୟେକ ସ୍ତରରେ ସାମାଜିକ ଗଣମାଧ୍ୟମର ଭରପୂର ଉପଯୋଗ କରିବା ପାଇଁ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଖାସ୍‌ କରି ରାଜ୍ୟରେ ୧ ବର୍ଷ ପୂରଣ କରିଥିବା ବିଜେପି ସରକାରର ମିଛ ପ୍ରଚାର ଏବଂ ବିଭିନ୍ନ ଯୋଜନା ବନ୍ଦ ହେବା ଫଳରେ ସାଧାରଣ ଜନତା ଯେଉଁ ସମସ୍ୟାର ସାମ୍ନା କରୁଛନ୍ତି, ତାର ସଠିକ୍‌ ତଥ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ସଭିଙ୍କ ସାମ୍ନାରେ ରଖିବାକୁ ଡଃ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ବୈଠକର ପ୍ରାରମ୍ଭରେ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଅଭିଭାଷଣ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତିଙ୍କ ରାଜନୈତିକ ସଚିବ ଡଃ ସଂତୃପ୍ତ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ଡଃ ଅରୁଣ ସାହୁ, ସଂଜୟ କୁମାର ଦାସ ବର୍ମା,  ପ୍ରମିଳା ମଲ୍ଲିକ, ଚନ୍ଦ୍ରଶେଖର ସାହୁ, ପ୍ରଫୁଲ୍ଲ ସାମଲ, ସୁଦାମ ମାରାଣ୍ଡି, ପ୍ରଦୀପ ଅମାତ, ପ୍ରଣବ ବଳବନ୍ତରାୟ,  ବ୍ୟୋମକେଶ ରାୟ, ରାଜଶ୍ରୀ ମଲ୍ଲିକ, ସର୍ମିଷ୍ଠା ସେଠୀଙ୍କ ସହ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର