ଓଡ଼ିଶାର ଖଣିଜ ସମ୍ପଦକୁ ନେବାକୁ କେନ୍ଦ୍ର ସରକାରଙ୍କ ଚକ୍ରାନ୍ତକୁ ବିଜେଡିର ବିରୋଧ; ରାଜ୍ୟର ଅଧିକାର ପାଇଁ ଜାରି ରହିବ ଲଢେ଼ଇ

Madhusudan Das Picture
Published On

ଭୁବନେଶ୍ୱର: ଜନବିରୋଧୀ ଖଣି ଆଇନକୁ ବିରୋଧ କରି ଲୋୟର ପିଏମଜିରେ ବିଶାଳ ବିକ୍ଷୋଭ କରିଛି ବିଜେଡି। ଡବଲ ଇଞ୍ଜିନ ସରକାରଙ୍କ ଜନମାରଣ ନୀତି ଯୋଗୁଁ ଓଡ଼ିିଶାବାସୀ ଉପେକ୍ଷିତ ହେଉଛନ୍ତି। ଏମଏମଡିଆର (ଖଣି) ଆଇନ ଜରିଆରେ ରାଜ୍ୟର ହକକୁ ଛଡ଼ାଇ ନେବାକୁ କେନ୍ଦ୍ର ସରକାର ବସିଛନ୍ତି। ଏହି ଆଇନ କାରଣରୁ ଓଡ଼ିଶା ଲକ୍ଷାଧିକ କୋଟିର ବକେୟା ସହ ବାର୍ଷିକ ହଜାର ହଜାର କୋଟିର ରାଜସ୍ୱ ହରାଇବାକୁ ଯାଉଛି। ଏହାକୁ ବିଜେଡି ବିରୋଧ କରିଛି ଓ ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ବିଜେଡି ଘୋଷଣା କରିଛି। ଏଥିପାଇଁ ରାଜଧାନୀର ଲୋୟର ପିଏମ୍‌ଜିରେ ଦଳର ମହା ବିକ୍ଷୋଭ ସମାବେଶରେ ପ୍ରାୟ ୪୦ ହଜାର ଲୋକ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ରାଜ୍ୟ ସ୍ୱାର୍ଥ ବିରୋଧୀ ନୀତିକୁ ତୀବ୍ର ବିରୋଧ କରିଛନ୍ତି । 

ଆହୁରି ପଢ଼ନ୍ତୁ: ପୁରୀ ସମୁଦ୍ରକୂଳରେ ଲାଗିଲା ନାଲି ପତାକା: ଅଶାନ୍ତ ସମୁଦ୍ର ଯୋଗୁଁ ସ୍ନାନ ଉପରେ କଟକଣା ଲଗାଇଲା ପ୍ରଶାସନ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜନସମାବେଶ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଏହି ଅବସରରେ ଆଦିବାସୀ ସେଲ୍‌ ସଭାପତି ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଆଦିବାସୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଦିବାସୀ ନେତା ପ୍ରଦୀପ ମାଝୀ, ନିରଞ୍ଜନ ବିଶି, ମଙ୍ଗଳା କିଷାନ, ଜଗନ୍ନାଥ ସାରକା, ସାନନ୍ଦ ମାରାଣ୍ଡି, ଡ. ପ୍ରିୟବ୍ରତ ମାଝୀ, ଭାରତୀ ସିଂ, ଭାରତୀ ହାଁସଦା, ଦେବାଶିଷ ମାରାଣ୍ଡି, ମାନସ ମାଡକାମୀ, ଜଗନ୍ନାଥ ନାୟକ, ଧନୁର୍ଜୟ ସିଦ୍ଧୁ, ବାସନ୍ତୀ ହେମ୍ୱ୍ରମ୍‌, ଅନୁସୂୟା ମାଝୀ, ସରସ୍ୱତୀ ମାଝୀ, ଚକ୍ରଧର ହେମ୍ୱ୍ରମ, ମାଧବ ସର୍ଦ୍ଦାରଙ୍କ ସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପରିକ ବେଶ ପୋଷାକରେ ସଜେଇ ହୋଇ ସମାବେଶରେ ସାମିଲ୍‌ ହୋଇଥିଲେ । ଆଦିବାସୀମାନଙ୍କ ଜଙ୍ଗଲ ଜମି ଲୁଟ୍‌ କରିବାକୁ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସକୁ ଘୋର ବିରୋଧ କରିଥିଲେ। 

ଆହୁରି ପଢ଼ନ୍ତୁ: ପୁରୀରେ ହେବ ଅତ୍ୟାଧୁନିକ ଆନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ, ୨୦୨୮ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ଟାର୍ଗେଟ

ବିଜେଡିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଅଶୋକ ପଣ୍ଡା, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ପ୍ରତାପ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡ. ଅରୁଣ କୁମାର ସାହୁ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁ, ମାନସ ମଙ୍ଗରାଜ, ବ୍ୟୋମକେଶ ରାୟ, ପ୍ରୀତିରଞ୍ଜନ ଘଡେ଼ଇ, ଗଣେଶ୍ୱର ବେହେରା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସୁଲୋଚନା ଦାସ, ସୁବାସ ସିଂ, ସ୍ନେହାଙ୍ଗିନୀ ଛୁରିଆ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ବିଜୟ ନାୟକ, ଡ. ଲେନିନ ମହାନ୍ତି, ଟୁକୁନି ସାହୁ, ଭୃଗୁ ବକ୍ସିପାତ୍ର, ପ୍ରଣବ ବଳବନ୍ତରାୟ, ପଦ୍ମନାଭ ବେହେରା, ସୁଲତା ଦେଓ, ସୁଭାଶିଷ ଖୁଣ୍ଟିଆ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ଡ. ଲେଖାଶ୍ରୀ ସାମନ୍ତସିଂହାର, ନନ୍ଦଲାଲ ସିଂ, ବ୍ରଜକିଶୋର ପ୍ରଧାନ, ନଳିନୀକାନ୍ତ ପ୍ରଧାନ, ଅଶ୍ୱିନୀ କୁମାର ପାତ୍ର, ଗୌତମବୁଦ୍ଧ ଦାସ, ମାଧବ ଧଡା, ବର୍ଷା ସିଂ ବରିହା, ସଞ୍ଜୀବ କୁମାର ମଲ୍ଲିକ, କଳିକେଶ ନାରାୟଣ ସିଂଦେଓ, ରୋହିତ ପୂଜାରୀ, ମନ୍ମଥ ରାଉତରାୟ, ପ୍ରଶାନ୍ତ ବେହେରା, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ରୂପେଶ ପାଣିଗ୍ରାହୀ, ସାରଦା ପ୍ରସନ୍ନ ଜେନା, ବିଶ୍ୱରଞ୍ଜନ ମଲ୍ଲିକ, ସୁଜାତା ସାହୁ, ପ୍ରଦୀପ କୁମାର ଦିଶାରୀ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧ୍ରୁବଚରଣ ସାହୁ, ବଦ୍ରିନାରାୟଣ ପାତ୍ର, ଅଭିମନ୍ୟୁ ସେଠୀ, ବିଭୂତି ଭୂଷଣ ବଳବନ୍ତରାୟ, ପ୍ରଦୀପ କୁମାର ସାହୁ, ମନୋହର ରନ୍ଧାରୀ, ଅଧିରାଜ ମୋହନ ପାଣିଗ୍ରାହୀ, ତୁଷାରକାନ୍ତି ବେହେରା, ସୁନିଲ କୁମାର ମହାନ୍ତି, ସୁଦର୍ଶନ ହରିପାଲ, ପ୍ରଶାନ୍ତ ମୁଦୁଲି, ନୃସିଂହ ସାହୁ, ଯୋଗେଶ କୁମାର ସିଂ, ରୋହିତ ଯୋଶେଫ ତିର୍କୀ, ସାରଦା ପ୍ରସାଦ ନାୟକ, ଝିନ୍ନ ହିକକା, ରମେଶ ମାଝୀ, ରଞ୍ଜିତା ସାହୁ, ଉମାକାନ୍ତ ସାମନ୍ତରାୟ, ରାଜେନ୍ଦ୍ର ସାହୁ, ଦେବେଶ ଆଚାର୍ଯ୍ୟ, ସୁମିତ୍ରା ଜେନା, ଗୀତା ବସ୍ତିଆ, ଲୋପାମୁଦ୍ରା ବକ୍ସିପାତ୍ର, ସଂଘମିତ୍ରା ଦଳେଇ, ଅମରେଶ ପତ୍ରି, ଚନ୍ଦ୍ରସାରଥୀ ବେହେରା, ପ୍ରଫୁଲ୍ଲ ସିଂ, ଡ. ପ୍ରମୋଦ ମଲ୍ଲିକ, ମୀନତୀ ବେହେରା, ରଘୁନାଥ ସାହୁ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରୁଦ୍ରପ୍ରତାପ ମହାରଥୀ, ସମ୍ୱିତ ରାଉତରାୟ, ଅରିନ୍ଦମ ସର୍କେଲ, ବସନ୍ତ ବିଶ୍ୱାଳ, ଅବନୀ ଯୋଶୀ, ପୁଷ୍ପେନ୍ଦ୍ର ସିଂହଦେଓ, ଶେଖ୍‌ ନିଜାମୁଦ୍ଦିନ, ରିଜୱାନା ବେଗମ, କୃଷ୍ଣାନନ୍ଦ ମହାନ୍ତି, ରାଇସେନ ମୁର୍ମୁଙ୍କ ସମେତ ହଜାର ହଜାର ଯୁବ, ଛାତ୍ର ଓ ମହିଳା ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: MMDR ସଂଶୋଧନ ବିରୋଧରେ ରାୟଗଡରେ ବିଜେଡିର ବିଶାଳ ବିକ୍ଷୋଭ, ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର