ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା, ଜାଣନ୍ତୁ କିଏ ହେଲେ କେଉଁ ଜିଲ୍ଲା ସଭାପତି….

The Sakala Picture
Published On

ଭୁବନେଶ୍ବର : ୬ ଜିଲ୍ଲାକୁ ମିଳିଲା ବିଜେଡି ସଭାପତି । ବିଜେଡି ସାଙ୍ଗଠନିକ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା। ଯେଉଁଥିରେ ୧୮ ଜିଲ୍ଲାର ସଭାପତି ପାଇଁ ସିଙ୍ଗଲ ନୋମିନେସନ ହେବା ସହ ଗତ ଏପ୍ରିଲ ୧୫ରେ ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ଥିଲେ। ଆଜି ଆଉ ଏକ ପର୍ଯ୍ୟାୟରେ ୬ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଛି। ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ୬ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି। […]

ଭୁବନେଶ୍ବର : ୬ ଜିଲ୍ଲାକୁ ମିଳିଲା ବିଜେଡି ସଭାପତି । ବିଜେଡି ସାଙ୍ଗଠନିକ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା। ଯେଉଁଥିରେ ୧୮ ଜିଲ୍ଲାର ସଭାପତି ପାଇଁ ସିଙ୍ଗଲ ନୋମିନେସନ ହେବା ସହ ଗତ ଏପ୍ରିଲ ୧୫ରେ ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ଥିଲେ। ଆଜି ଆଉ ଏକ ପର୍ଯ୍ୟାୟରେ ୬ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ୩ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ

ଆହୁରି ପଢ଼ନ୍ତୁ: ହିଞ୍ଜିଳିରେ ପୋଷ୍ଟର ରାଜନୀତିକୁ ବିଜୁପ୍ରେମୀଙ୍କ ନିନ୍ଦା; ଦୁଇ ଦଶନ୍ଧିର ନେତୃତ୍ୱକୁ ଅପମାନିତ କରିବା ଉଦ୍ୟମ !

ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ୬ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦୁଝର ପାଇଁ ଆଶିଷ ଚକ୍ରବର୍ତ୍ତୀ, ଭୁବନେଶ୍ବର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ରାଉରକେଲା ପାଇଁ ପ୍ରଦ୍ୟୁମ୍ନ ତ୍ରିପାଠୀ,ମୟୁରଭଞ୍ଜ-୨ ପାଇଁ ଦେବାଶିଷ ମାରାଣ୍ଡି, ସମ୍ବଲପୁର ପାଇଁ ରୋହିତ ପୂଝାରୀ ଓ ବଲାଙ୍ଗୀର ପାଇଁ ସରୋଜ କୁମାର ମେହେର ବିଜେଡି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଗିଡ଼ିପାବାଲି ଭୂସ୍ଖଳନ: ଉଦ୍ଧାର କାର୍ଯ୍ୟ ସାମୟିକ ସ୍ଥଗିତ, ନିଖୋଜଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାରର ଅନୁରୋଧ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର