୧୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଭଦ୍ରକର ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳ ଗିରଫ

Madhusudan Das Picture
Published On

ଭଦ୍ରକ: ଗିରଫ ହେଲେ ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳ । ୧୪ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ କରିବା ଅଭିଯୋଗରେ ଭଦ୍ରକର ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳ ଗିରଫ ହୋଇଛନ୍ତି । ରାମ ନାରାୟଣ ପୂର୍ବରୁ ଏସବିଆଇ କ୍ୟାପ୍ ସିକ୍ୟୁରିଟି ସଂସ୍ଥାରେ ସେଲସ ମ୍ୟାନେଜର ଭାବେ କାମ କରୁଥିବା ବେଳେ ତାଙ୍କ ବିରୁଦ୍ଧରେ ଠକେଇ ଅଭିଯୋଗ ଆସିଥିଲା । ପାଖାପାଖି ୯ ଜଣ ଗ୍ରାହକଙ୍କ ଠାରୁ 2023-24 ଆର୍ଥିକ ବର୍ଷରେ ଅଭିଯୁକ୍ତ ରାମ ନାରାୟଣ ନକଲି କାଗଜପତ୍ର ଜରିଆରେ କୋଟି କୋଟି ଟଙ୍କା ହେରଫେର କରିଥିଲେ । ଏପରିକି ଏସବିଆଇ ଡିଜିଏମଙ୍କ ଦସ୍ତଖତ ନକଲ କରି ସାଧାରଣ ଲୋକଙ୍କ ନାମରେ ଠକେଇ କରିଥିବା ଜଣା ପଡିଥିଲା। 

ଆହୁରି ପଢ଼ନ୍ତୁ: ଅପରାଧ ବୃଦ୍ଧି ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହାସ୍ୟାସ୍ପଦ: ବିଜେଡି

ଏ ନେଇ ଗତ ୨୦ ତାରିଖରେ ଅଭିଯୋଗ ହେବା ପରେ ଭଦ୍ରକର ପୂରୁଣା ବଜାର ସ୍ଥିତ ରାମ ନାରାୟଣଙ୍କ ଘରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚର EOW । ଚଢାଉ ବେଳେ ୧୦ ଦାମୀ ଗାଡି, ଏକାଧିକ ଡିଜେ ଗାଡି,  ୧୪୪ ଦାମୀ ମୋବାଇଲ ଜବତ କରାଯାଇଛି। ସମସ୍ତ ପ୍ରମାଣ ପାଇବା ପରେ EOW ରାମ ନାରାୟଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏପରିକି ତଦନ୍ତ ବେଳେ ତାଳଚେର, ଭଦ୍ରକ ଓ ବୈଶିଙ୍ଗା ଥାନାରେ ୪ଟି ଅପରାଧିକ ମାମଲା ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ କମୁଥିବା ଭୂତଳ ଜଳସ୍ତରକୁ ନେଇ ସରକାରଙ୍କ ଚିନ୍ତା, ୫ ବର୍ଷରେ କମିଛି ୦.୫୩% MBGL

23 Dec 2025 By Madhusudan Das

୧୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଭଦ୍ରକର ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳ ଗିରଫ

ଭଦ୍ରକ: ଗିରଫ ହେଲେ ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳ । ୧୪ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ କରିବା ଅଭିଯୋଗରେ ଭଦ୍ରକର ଭଦ୍ରାଣି ଡିଜେ ମାଲିକ ରାମ ନାରାୟଣ ବଳ ଗିରଫ ହୋଇଛନ୍ତି । ରାମ ନାରାୟଣ ପୂର୍ବରୁ ଏସବିଆଇ କ୍ୟାପ୍ ସିକ୍ୟୁରିଟି ସଂସ୍ଥାରେ ସେଲସ ମ୍ୟାନେଜର ଭାବେ କାମ କରୁଥିବା ବେଳେ ତାଙ୍କ ବିରୁଦ୍ଧରେ ଠକେଇ ଅଭିଯୋଗ ଆସିଥିଲା । ପାଖାପାଖି ୯ ଜଣ ଗ୍ରାହକଙ୍କ ଠାରୁ 2023-24 ଆର୍ଥିକ ବର୍ଷରେ ଅଭିଯୁକ୍ତ ରାମ ନାରାୟଣ ନକଲି କାଗଜପତ୍ର ଜରିଆରେ କୋଟି କୋଟି ଟଙ୍କା ହେରଫେର କରିଥିଲେ । ଏପରିକି ଏସବିଆଇ ଡିଜିଏମଙ୍କ ଦସ୍ତଖତ ନକଲ କରି ସାଧାରଣ ଲୋକଙ୍କ ନାମରେ ଠକେଇ କରିଥିବା ଜଣା ପଡିଥିଲା। 

ଏ ନେଇ ଗତ ୨୦ ତାରିଖରେ ଅଭିଯୋଗ ହେବା ପରେ ଭଦ୍ରକର ପୂରୁଣା ବଜାର ସ୍ଥିତ ରାମ ନାରାୟଣଙ୍କ ଘରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚର EOW । ଚଢାଉ ବେଳେ ୧୦ ଦାମୀ ଗାଡି, ଏକାଧିକ ଡିଜେ ଗାଡି,  ୧୪୪ ଦାମୀ ମୋବାଇଲ ଜବତ କରାଯାଇଛି। ସମସ୍ତ ପ୍ରମାଣ ପାଇବା ପରେ EOW ରାମ ନାରାୟଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଏପରିକି ତଦନ୍ତ ବେଳେ ତାଳଚେର, ଭଦ୍ରକ ଓ ବୈଶିଙ୍ଗା ଥାନାରେ ୪ଟି ଅପରାଧିକ ମାମଲା ଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର