ଅପରାଧ ବୃଦ୍ଧି ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହାସ୍ୟାସ୍ପଦ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଘଟୁଥିବା ଅପରାଧ ଉପରେ ବିଧାନସଭାରେ ଶ୍ୱେତପତ୍ର ପ୍ରକାଶ କରିବା ପରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ‘ଅପରାଧ ପ୍ରେମ ଶେଷ’ ବୋଲି ସାମାଜିକ ଗଣମାଧ୍ୟମରେ ଦେଇଥିବା ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି ବିଜେଡି। 

ଆହୁରି ପଢ଼ନ୍ତୁ: ଶିଶୁଙ୍କ ଚାଉଳ ଓ ଛତୁଆ ବିକୁଥିଲେ ଅଙ୍ଗନବାଡ଼ି ଦିଦି, ଅଟୋ ସହ ରାସନ ସାମଗ୍ରୀ ଜବତ କଲେ ଗ୍ରାମବାସୀ

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡଃ ଲେନିନ୍‌ ମହାନ୍ତି କହିଥିଲେ, ଅପରାଧ ଶ୍ୱେତପତ୍ର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଦେଇଥିବା ଏହି ଟିପ୍ପଣୀ କେବଳ ଭ୍ରମ ସୃଷ୍ଟି ପାଇଁ ଉଦ୍ଦିଷ୍ଟ। ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀରୁ ପୂର୍ବ ସରକାରଙ୍କ ସମୟରେ ଘଟିଥିବା ଅପରାଧ ତୁଳନାରେ ବିଜେପି ସରକାରଙ୍କ ସମୟରେ ଅପରାଧ କମିଛି ବୋଲି ଧାରଣା ସୃଷ୍ଟି ହୋଇଥିଲା। କିନ୍ତୁ, ଗଣମାଧ୍ୟମରେ ପ୍ରକାଶିତ ସମ୍ପୂର୍ଣ୍ଣ ରିପୋର୍ଟରୁ ଅପରାଧ କମିବା ପରିବର୍ତ୍ତେ ବଢ଼ିଛି ବୋଲି ଜଣାପଡ଼ିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ଦାବି ମାତ୍ର ୧୨ ଘଣ୍ଟା ବି ତିଷ୍ଠି ପାରିନାହିଁ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: SIR ପାଇଁ ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଫିଲ୍ଡ ଭିଜିଟ୍‌ ନ କରିବାକୁ CEOଙ୍କ ପରାମର୍ଶ

ରାଜ୍ୟ ସରକାର ପ୍ରକାଶ କରିଥିବା ଶ୍ୱେତପତ୍ର ଅନୁଯାୟୀ, ରାଜ୍ୟରେ ପୂର୍ବବର୍ଷ ତୁଳନାରେ ଅପରାଧ ୭.୩ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୪ ମସିହାରେ ସମୁଦାୟ ୨,୧୪,୧୧୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୫ରେ ଅପରାଧ ମାମଲା ସଂଖ୍ୟା ୨,୨୯,୮୮୧କୁ ବୃଦ୍ଧି ପାଉଛି। ରାଜ୍ୟରେ ପ୍ରତିଦିନ ୮ଟି ଦୁଷ୍କର୍ମ ଓ ୪ଟି ହତ୍ୟାକାଣ୍ଡ ଘଟୁଛି। ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡ଼ିକ ଦୁଷ୍କର୍ମସ୍ଥଳୀ ପାଲଟିଛି। ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ରାଜ୍ୟ ଦେଶବିଦେଶରେ ଲଜ୍ଜିତ ଓ ନିନ୍ଦିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରଙ୍କ କଥା କହି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମ ଆଜି ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଯୋଗୁଁ ଭଣ୍ଡୁର ହୋଇଯାଇଛି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିରେ ସୁଧାର ଆଣିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ କେବଳ ପୂର୍ବ ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାରେ ସୀମିତ ରହିଛି। ଏହାକୁ ରାଜ୍ୟବାସୀ କେବେବି ଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: 'ନିରୀହଙ୍କୁ ଟାର୍ଗେଟ୍‌ କଲେ ନିସ୍ତାର ନାହିଁ', ଅପରାଧୀଙ୍କୁ ଏପରି କଡ଼ା ଚେତାବନୀ ଦେଲେ ପୋଲିସ କମିଶନର

26 Mar 2026 By Madhusudan Das

ଅପରାଧ ବୃଦ୍ଧି ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହାସ୍ୟାସ୍ପଦ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଘଟୁଥିବା ଅପରାଧ ଉପରେ ବିଧାନସଭାରେ ଶ୍ୱେତପତ୍ର ପ୍ରକାଶ କରିବା ପରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ‘ଅପରାଧ ପ୍ରେମ ଶେଷ’ ବୋଲି ସାମାଜିକ ଗଣମାଧ୍ୟମରେ ଦେଇଥିବା ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି ବିଜେଡି। 

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡଃ ଲେନିନ୍‌ ମହାନ୍ତି କହିଥିଲେ, ଅପରାଧ ଶ୍ୱେତପତ୍ର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଦେଇଥିବା ଏହି ଟିପ୍ପଣୀ କେବଳ ଭ୍ରମ ସୃଷ୍ଟି ପାଇଁ ଉଦ୍ଦିଷ୍ଟ। ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀରୁ ପୂର୍ବ ସରକାରଙ୍କ ସମୟରେ ଘଟିଥିବା ଅପରାଧ ତୁଳନାରେ ବିଜେପି ସରକାରଙ୍କ ସମୟରେ ଅପରାଧ କମିଛି ବୋଲି ଧାରଣା ସୃଷ୍ଟି ହୋଇଥିଲା। କିନ୍ତୁ, ଗଣମାଧ୍ୟମରେ ପ୍ରକାଶିତ ସମ୍ପୂର୍ଣ୍ଣ ରିପୋର୍ଟରୁ ଅପରାଧ କମିବା ପରିବର୍ତ୍ତେ ବଢ଼ିଛି ବୋଲି ଜଣାପଡ଼ିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ଦାବି ମାତ୍ର ୧୨ ଘଣ୍ଟା ବି ତିଷ୍ଠି ପାରିନାହିଁ।

ରାଜ୍ୟ ସରକାର ପ୍ରକାଶ କରିଥିବା ଶ୍ୱେତପତ୍ର ଅନୁଯାୟୀ, ରାଜ୍ୟରେ ପୂର୍ବବର୍ଷ ତୁଳନାରେ ଅପରାଧ ୭.୩ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୪ ମସିହାରେ ସମୁଦାୟ ୨,୧୪,୧୧୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୫ରେ ଅପରାଧ ମାମଲା ସଂଖ୍ୟା ୨,୨୯,୮୮୧କୁ ବୃଦ୍ଧି ପାଉଛି। ରାଜ୍ୟରେ ପ୍ରତିଦିନ ୮ଟି ଦୁଷ୍କର୍ମ ଓ ୪ଟି ହତ୍ୟାକାଣ୍ଡ ଘଟୁଛି। ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡ଼ିକ ଦୁଷ୍କର୍ମସ୍ଥଳୀ ପାଲଟିଛି। ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ରାଜ୍ୟ ଦେଶବିଦେଶରେ ଲଜ୍ଜିତ ଓ ନିନ୍ଦିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରଙ୍କ କଥା କହି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମ ଆଜି ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଯୋଗୁଁ ଭଣ୍ଡୁର ହୋଇଯାଇଛି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିରେ ସୁଧାର ଆଣିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ କେବଳ ପୂର୍ବ ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାରେ ସୀମିତ ରହିଛି। ଏହାକୁ ରାଜ୍ୟବାସୀ କେବେବି ଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର