ଇକମୋ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ: ସହାୟତା ପାଇଁ ନିବେଦନ କଲେ ପରିବାର ଲୋକେ
ବାଲେଶ୍ଵର:ଇକମୋ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଯାହା ସଞ୍ଚିତ ଅର୍ଥ ଥିଲା ଚିକିତ୍ସାରେ ଶେଷ ହୋଇଗଲା। ଏବେ ଇକମୋ ଚିକିତ୍ସା ପାଇଁ ପରିବାର ଲୋକଙ୍କ ଉପରେ ଚିନ୍ତା ଘାରିଛି। ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ଅନ୍ତର୍ଗତ ବର୍ତ୍ତନା ପଞ୍ଚାୟତ ଗମ୍ଭାରିଆ ଗାଁର ୪୯ ବର୍ଷୀୟ ମୃତ୍ୟୁଞ୍ଜୟ ପାତ୍ର।ଶ୍ରୀ ପାତ୍ର ଓଡିଶା ରାଜ୍ୟ ଗୃହ ବୋର୍ଡର ଜଣେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ସେ ଗତ ମାସ ୧୦ ତାରିଖରେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇ […]
ବାଲେଶ୍ଵର:ଇକମୋ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଯାହା ସଞ୍ଚିତ ଅର୍ଥ ଥିଲା ଚିକିତ୍ସାରେ ଶେଷ ହୋଇଗଲା। ଏବେ ଇକମୋ ଚିକିତ୍ସା ପାଇଁ ପରିବାର ଲୋକଙ୍କ ଉପରେ ଚିନ୍ତା ଘାରିଛି। ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ଅନ୍ତର୍ଗତ ବର୍ତ୍ତନା ପଞ୍ଚାୟତ ଗମ୍ଭାରିଆ ଗାଁର ୪୯ ବର୍ଷୀୟ ମୃତ୍ୟୁଞ୍ଜୟ ପାତ୍ର।ଶ୍ରୀ ପାତ୍ର ଓଡିଶା ରାଜ୍ୟ ଗୃହ ବୋର୍ଡର ଜଣେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ସେ ଗତ ମାସ ୧୦ ତାରିଖରେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇ ଭଦ୍ରକ କୋଭିଡ୍ ମେଡିକାଲରେ ଚିକିତ୍ସିତ ହେଉଥିଲେ। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୧୬ ତାରିଖରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ଆଇସିୟୁରେ ଭର୍ତି ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପରିବାର ଲୋକ ନିଜ ସଞ୍ଚିତ ଅର୍ଥ ଏବଂ ଋଣ ଆକାରରେ ସଂଗ୍ରହ କରି ପ୍ରାୟ ୨ ଲକ୍ଷ ଖର୍ଚ୍ଚ କରିସାରିଲେଣି। ସିଟି-ସ୍କାନ୍ ପରେ ଡାକ୍ତରମାନେ ନିଶ୍ଚିତ କରିଛନ୍ତି ଯେ ସେ କୋଭିଡ୍-୧୯ କାରଣରୁ ଏଆରଡିଏସ୍ ରେ ପୀଡିତ ଅଛନ୍ତି।ତେବେ ଗତ ୧୬ ତାରିଖରୁ ଚଳିତ ମାସ ୬ ତାରିଖ ପର୍ଯ୍ୟନ୍ତ ସେ ଏନଆଇଭି ଅମ୍ଳଜାନ ସପୋର୍ଟରେ ଥିଲେ ଏବଂ ୭ତାରିଖରୁ ଏବେ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ଅଛନ୍ତି।ଡାକ୍ତରମାନେ କହୁଛନ୍ତି ଯେ ତାଙ୍କର ଅବଶିଷ୍ଟ ଅଙ୍ଗଗୁଡ଼ିକ ଠିକ ଥିବାବେଳେ ଫୁସଫୁସ ୯୦ ପ୍ରତିଶତ ସଂକ୍ରମଣ ହୋଇଛି। ଏହାକୁ ଲକ୍ଷ୍ୟ କରି ଡାକ୍ତରମାନେ ଇକମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି, ଯାହା ତାଙ୍କ ପାଇଁ ଶେଷ ବିକଳ୍ପ। ବର୍ତ୍ତମାନ ଇକମୋ ଚିକିତ୍ସା ବ୍ୟୟ ବହୁଳ ହୋଇଥିବା ବେଳେ ଅର୍ଥ ସାଜିଛି ବାଧକ। ତେଣୁ ପରବର୍ତ୍ତୀ ମୁହୂର୍ତ୍ତରେ ଇକମୋ ଚିକିତ୍ସା ପାଇଁ ୫୦,୦୦,୦୦୦ ରୁ ଅଧିକ ଅର୍ଥ ଆବଶ୍ୟକ।
ତେଣୁ ସଭିଏଁ ସହଯୋଗର ହାତ ବଢ଼ାଇବାକୁ ପରିବାର ଲୋକ ଅନୁରୋଧ କରିବା ସହ ଫୋନ୍ ପେ/ଗୁଗଲ ପେ- ୯୪୩୭୯୫୨୫୧ (ସୁଜାତା ଜେନା) ମାଧ୍ୟମରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି।






