ବାଲେଶ୍ୱର ସ୍କୁଲରେ ରକ୍ତପାତ: ବାର୍ଷିକୋତ୍ସବ ବେଳେ ନବମ ଶ୍ରେଣୀ ଛାତ୍ରକୁ ଖଣ୍ଡାରେ ହାଣିଲା ଦଶମ ଶ୍ରେଣୀ ଛାତ୍ର

Tapas Ranjan Nanda Picture
Published On

ବାଲେଶ୍ୱର ଜିଲ୍ଲା ରେମୁଣା ହାଇସ୍କୁଲରେ ଆଜି ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ଶିକ୍ଷା ବାତାବରଣ ବଦଳରେ ରକ୍ତପାତ ଘଟିଛି। ସ୍କୁଲ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ର, ନିଜ ଜୁନିଅର ବା ନବମ ଶ୍ରେଣୀର ଜଣେ ଛାତ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ: ନିମ୍ନମାନର ହଷ୍ଟେଲ ଖାଦ୍ୟ ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଧାରଣା

ସୂଚନା ଅନୁଯାୟୀ, ଆଜି ସ୍କୁଲରେ ବାର୍ଷିକ ଉତ୍ସବ ଚାଲିଥିବା ବେଳେ ପରିସ୍ରାଗାର ମଧ୍ୟରେ ଏହି ଅଘଟଣ ଘଟିଥିଲା। କୌଣସି ପୂର୍ବ ବିବାଦକୁ କେନ୍ଦ୍ର କରି ଦଶମ ଶ୍ରେଣୀର ଛାତ୍ର ଜଣକ ଏକ ଖଣ୍ଡା ସାହାଯ୍ୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଏହି ମରଣାନ୍ତକ ଆକ୍ରମଣରେ ପୀଡ଼ିତ ଛାତ୍ରଙ୍କର ମୁଣ୍ଡ ଓ ପାପୁଲିରେ ଗଭୀର ଆଘାତ ଲାଗିଛି।

ଆହୁରି ପଢ଼ନ୍ତୁ: SIR ପାଇଁ ସାମାନ୍ୟ ବିଳମ୍ବ ହୋଇପାରେ ପଞ୍ଚାୟତ ଓ ପୌର ନିର୍ବାଚନ, ଅକ୍ଟୋବରରୁ ଡୋର ଟୁ ଡୋର ସର୍ଭେ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଫକିର ମୋହନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଖବର ପାଇ ରେମୁଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣରେ ବ୍ୟବହୃତ ଖଣ୍ଡାକୁ ଜବତ କରିଛି। ପୋଲିସ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ବିଦ୍ୟାଳୟ ପରିସର ମଧ୍ୟକୁ ମାରଣାସ୍ତ୍ର କିପରି ଆସିଲା, ତାହା ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ପାଲଟିଛି।

ଆହୁରି ପଢ଼ନ୍ତୁ: ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

31 Jan 2026 By Tapas Ranjan Nanda

ବାଲେଶ୍ୱର ସ୍କୁଲରେ ରକ୍ତପାତ: ବାର୍ଷିକୋତ୍ସବ ବେଳେ ନବମ ଶ୍ରେଣୀ ଛାତ୍ରକୁ ଖଣ୍ଡାରେ ହାଣିଲା ଦଶମ ଶ୍ରେଣୀ ଛାତ୍ର

ବାଲେଶ୍ୱର ଜିଲ୍ଲା ରେମୁଣା ହାଇସ୍କୁଲରେ ଆଜି ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ଶିକ୍ଷା ବାତାବରଣ ବଦଳରେ ରକ୍ତପାତ ଘଟିଛି। ସ୍କୁଲ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ର, ନିଜ ଜୁନିଅର ବା ନବମ ଶ୍ରେଣୀର ଜଣେ ଛାତ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଆଜି ସ୍କୁଲରେ ବାର୍ଷିକ ଉତ୍ସବ ଚାଲିଥିବା ବେଳେ ପରିସ୍ରାଗାର ମଧ୍ୟରେ ଏହି ଅଘଟଣ ଘଟିଥିଲା। କୌଣସି ପୂର୍ବ ବିବାଦକୁ କେନ୍ଦ୍ର କରି ଦଶମ ଶ୍ରେଣୀର ଛାତ୍ର ଜଣକ ଏକ ଖଣ୍ଡା ସାହାଯ୍ୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଏହି ମରଣାନ୍ତକ ଆକ୍ରମଣରେ ପୀଡ଼ିତ ଛାତ୍ରଙ୍କର ମୁଣ୍ଡ ଓ ପାପୁଲିରେ ଗଭୀର ଆଘାତ ଲାଗିଛି।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଫକିର ମୋହନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଖବର ପାଇ ରେମୁଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣରେ ବ୍ୟବହୃତ ଖଣ୍ଡାକୁ ଜବତ କରିଛି। ପୋଲିସ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ବିଦ୍ୟାଳୟ ପରିସର ମଧ୍ୟକୁ ମାରଣାସ୍ତ୍ର କିପରି ଆସିଲା, ତାହା ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର