ରାସ୍ତା କଡରେ ଛିଡା ହୋଇଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା କାର; ୨ ମୃତ, ୩ ଗୁରୁତର

The Sakala Picture
Published On

ଜଳେଶ୍ୱର: ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ଭୋଗରାଇ ବ୍ଲକ ନେଗୁଁଆ ଛକ ଠାରେ ଆଜି ଅପରାହ୍ନ ରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି। ରାସ୍ତା କଡରେ ଠିଆ ହୋଇଥିବା ବେଳେ ଏକ କାର ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଗୁରୁତର ହୋଇଛନ୍ତି। ମୃତ୍ୟୁ ହୋଇଥିବା ମହିଳା ହେଲେ ସ୍ଥାନୀୟ କଖଡ଼ା ପଂଚାୟତ ପୁରୁଷୋତ୍ତମ ପୁର ଗାଁ ର ଜୟଦେବ ରାଉଳଙ୍କ ପତ୍ନୀ ତପୋଇ ରାଉଳ ଏବଂ ବୁବୁ […]

ଜଳେଶ୍ୱର: ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନଂ ରାଜ୍ୟ ରାଜପଥ ଭୋଗରାଇ ବ୍ଲକ ନେଗୁଁଆ ଛକ ଠାରେ ଆଜି ଅପରାହ୍ନ ରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି। ରାସ୍ତା କଡରେ ଠିଆ ହୋଇଥିବା ବେଳେ ଏକ କାର ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଗୁରୁତର ହୋଇଛନ୍ତି। ମୃତ୍ୟୁ ହୋଇଥିବା ମହିଳା ହେଲେ ସ୍ଥାନୀୟ କଖଡ଼ା ପଂଚାୟତ ପୁରୁଷୋତ୍ତମ ପୁର ଗାଁ ର ଜୟଦେବ ରାଉଳଙ୍କ ପତ୍ନୀ ତପୋଇ ରାଉଳ ଏବଂ ବୁବୁ ସେଠୀଙ୍କ ପତ୍ନୀ ପୂର୍ଣ୍ଣିମା ସେଠୀ। ଦୁର୍ଘଟଣା ଘଟିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇ ଥିବା କାର ର ଡ୍ରାଇଭର ସମେତ କାର ଭିତରେ ଥିବା ଅନ୍ୟ ୪ ଯୁବକଙ୍କୁ ନିର୍ଧୁମ ଛେଚିବା ସହିତ ରାସ୍ତା ଅବରୋଧ କରିଥିଲେ। ଫଳରେ ପ୍ରାୟ ୩ ଘଣ୍ଟା ଧରି ରାସ୍ତାରେ ଯାତାୟାତ ବନ୍ଦ ହୋଇ ଯାଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା କାର ର ଡ୍ରାଇଭର ଓ ଅନ୍ୟ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜଳେଶ୍ୱରପୁର ହସ୍ପିଟାଲକୁ ପଠାଇଥିଲେ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ସହଦେଵ ଖୁଣ୍ଟା ଅଞ୍ଚଳରୁ ଏକ କାର ଯୋଗେ ଦୀଘା ବୁଲିବାକୁ ଆସିଥିବା ନିଧି ପଣ୍ଡା ଗାଁର ବିନୟ ଭୂୟାଁ (୧୭), ,ସହଦେବ ଖୁଣ୍ଟା ଅଞ୍ଚଳର ଗିରିଶ ଚନ୍ଦ୍ର ସାହୁ ୧୮ବର୍ଷ, , ନରେଶ କୁମାର ସିଂ (୧୭), ସୁଜିତ କୁମାର ଗିରି ୧୮ବର୍ଷ , , ଶୁଭମ ଗିରି(୧୮) ଏବଂ ଗୋପି ଦାସ(୧୯) ସେଠାରୁ ବୁଲା ବୁଲି କରିସାରି ବାଲେଶ୍ୱର ଫେରୁଥିଲେ। ଗୋପୀ ଗାଡ଼ି ଚଳାଉ ଥିବା ବେଳେ ରାଜ୍ୟ ରାଜପଥର ନେଗୁଁଆ ଛକ ଠାରେ ହଠାତ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା କଡ଼କୁ ମାଡ଼ି ଯାଇଥିଲା। ସେଠାରେ ରିକ୍ସା ରେ ଯିବା ପାଇଁ ସ୍ଥାନୀୟ କଖଡ଼ା ପଂଚାୟତ ପୁରୁଷୋତ୍ତମପୁର ଗାଁର ସମ୍ପୃକ୍ତ ବ୍ୟକ୍ତି ମାନେ ଛିଡ଼ା ହୋଇଥିଲେ। କାରଟି ହଠାତ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ତପୋଇଙ୍କ ମୃତ୍ୟ ହୋଇଥିଲା ବେଳେ ସ୍ୱାମୀଙ୍କ ସହ ବାଇକରେ ଛିଡ଼ା ହୋଇଥିବା ପୂର୍ଣ୍ଣିମା ଓ ତାଙ୍କ ସାନ ପୁଅ ତଥା ତାଙ୍କ ସହ ଅନ୍ୟ ୩ଜଣ ଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ୱରପୁର ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ପୂର୍ଣ୍ଣିମାଙ୍କ ମୃତ୍ୟୁ ହୋଇଥିଲା।ଅନ୍ୟମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର