୭ ବର୍ଷ ପରେ ଆସିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ : ପୁଞ୍ଜିଲାଲ ମେହେର ଦୋଷୀ ସାବ୍ୟସ୍ତ

The Sakala Picture
Published On

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ରାୟ ୭ ବର୍ଷ ପରେ ଆସିଛି। ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ କରିଛନ୍ତି। ଏହି ମାମଲାରେ ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ। ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ରାୟ ଶୁଣାଇଛନ୍ତି ପାଟଣାଗଡ଼ […]

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ରାୟ ୭ ବର୍ଷ ପରେ ଆସିଛି। ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ କରିଛନ୍ତି। ଏହି ମାମଲାରେ ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ। ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ରାୟ ଶୁଣାଇଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ ।

ଉଲ୍ଲେଖଯୋଗ୍ୟ ୨୦୧୮ ଫେବୃଆରୀ ୨୩ ତାରିଖରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା। ପାଟଣାଗଡ଼ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘର ରିସେପସନ ମଣ୍ଡପରେ ଫୁଟିଥିଲା ପାର୍ସଲ ବୋମା। ବିସ୍ଫୋରଣରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ସାହୁ ଓ ତାଙ୍କ ସମ୍ପର୍କୀୟ ଜେଜେମାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସୌମ୍ୟଶେଖରଙ୍କ ସ୍ତ୍ରୀ ରୀମାରାଣୀ ସାହୁ ଗୁରୁତର ଆହତ ହୋଇଥିଲେ। ଦୀର୍ଘଦିନର ଚିକିତ୍ସା ପରେ ରୀମା ସୁସ୍ଥ ହୋଇଥିଲେ। ଘଟଣାର ଗୁରୁତ୍ବକୁ ଦେଖି ତତ୍କାଳୀନ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣାରେ ଏକମାତ୍ର ଅଭିଯୁକ୍ତ ଭାବେ ୨୦୧୮ ଏପ୍ରିଲ ୨୫ ତାରିଖରେ ପାଟଣାଗଡ ଭଇଁଷା କଲେଜର ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ପୁଞ୍ଜିଲାଲ ସୌମ୍ୟଶେଖରଙ୍କ ମା ସଂଯୁକ୍ତା ସାହୁଙ୍କ ସହ ଭଇଁଷା କଲେଜରେ ଏକାଠି କାମ କରୁଥିଲେ । ମା ସଂଯୁକ୍ତା ଭଇଁଷା କଲେଜକୁ ଅଧ୍ୟକ୍ଷା ଭାବେ ବଦଳି ହୋଇ ଆସିବା ପୂର୍ବରୁ ପୁଞ୍ଜିଲାଲ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ। ସଂଯୁକ୍ତାଙ୍କ ଅଧ୍ୟକ୍ଷା ପଦବୀକୁ ନେଇ ପୁଞ୍ଜିଲାଲ ଅସନ୍ତୁଷ୍ଟ ଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ପ୍ରତିଶୋଧ ନେବାକୁ ଯାଇ ଏଭଳି ବର୍ବର କାଣ୍ଡ ଭିଆଇଥିଲେ ପୁଞ୍ଜିଲାଲ। ୨୦୨୨ରୁ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଏହି ମାମଲାରେ ଅଦ୍ୟାବଧି ୬୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଛନ୍ତି ଏଡିଜେ କୋର୍ଟ। ଏବେ ଅଭିଯୁକ୍ତ ପୁଞ୍ଜିଲାଲ ବିଚାରାଧୀନ କଏଦୀ ଭାବେ ବଲାଙ୍ଗୀର ଜେଲରେ ରହିଛି। ଅଭିଯୁକ୍ତକୁ ଫାଶୀଦଣ୍ଡ ମିଳୁ ବୋଲି ସୌମ୍ୟଙ୍କ ପରିବାର ଦାବି କରୁଥିବା ବେଳେ ପୁଞ୍ଜିଲାଲଙ୍କ ଓକିଲ ଘଟଣାର କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିବା ଯୁକ୍ତି ବାଢିଥିଲେ।

28 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର