ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ, ୭ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ

The Sakala Picture
Published On

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ । ଲଞ୍ଚ ନେଉଥିବା ବେଳେ  ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ହିମାଂଶୁ।  ପିଓଏସ୍ ମେସିନ୍ ନବୀକରଣ ପାଇଁ ଆଗଲପୁର ବ୍ଲକ୍ ପଣକିଡାଲର ଦୁର୍ଯ୍ଯୋଧନ ବାରିକଙ୍କଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ପାଣ୍ଡକିଟାଲ ଠାରେ ଥିବା ଦୁର୍ଯ୍ଯୋଧନ ବାରିକଙ୍କ ପିଓଏସ ମେସିନ ନବୀକରଣ କରିବା ପାଇଁ ଆବେଦନ କରିଥିଲେ। ଏଥିପାଇଁ ଜିଲା […]

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ । ଲଞ୍ଚ ନେଉଥିବା ବେଳେ  ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ହିମାଂଶୁ।  ପିଓଏସ୍ ମେସିନ୍ ନବୀକରଣ ପାଇଁ ଆଗଲପୁର ବ୍ଲକ୍ ପଣକିଡାଲର ଦୁର୍ଯ୍ଯୋଧନ ବାରିକଙ୍କଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଆହୁରି ପଢ଼ନ୍ତୁ: ପରିତ୍ୟକ୍ତ କୂଅରେ ଖସିପଡିଥିଲା ହାତୀ, ସୁରକ୍ଷିତ ଉଦ୍ଧାର କଲେ ବନବିଭାଗ କର୍ମଚାରୀ

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ପାଣ୍ଡକିଟାଲ ଠାରେ ଥିବା ଦୁର୍ଯ୍ଯୋଧନ ବାରିକଙ୍କ ପିଓଏସ ମେସିନ ନବୀକରଣ କରିବା ପାଇଁ ଆବେଦନ କରିଥିଲେ। ଏଥିପାଇଁ ଜିଲା କୃଷି ଅଧିକାରୀ ଶ୍ରୀ ପାଢ଼ୀ ତାଙ୍କୁ ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସେ ପୂର୍ବରୁ ତିନି ହଜାର ଟଙ୍କା ଦେଇଥିବା ବେଳେ ଆଉ ସାତ ହଜାର ଟଙ୍କା ନେଇ ମଙ୍ଗଳବାର ଅଫିସରେ ପହଞ୍ଚି ଥିଲେ। ପୂର୍ବରୁ ଏ ନେଇ ଭିଜିଲାନ୍ସକୁ ସେ ସୂଚନା ଦେଇଥିଲେ । ଲାଞ୍ଚ ନେବା ସମୟରେ ବଲାଙ୍ଗୀର ଭିଜିଲାନ୍ସ ଚଢ଼ାଉ କରିଥିଲା। ସମ୍ପୃକ୍ତ ଅଧିକାରୀଙ୍କୁ ଭିଜିଲାନ୍ସ ଅଟକ ରଖିବା ସହ ତାଙ୍କ ଅଫିସ, ଭଡା ଘରେ ଚଢ଼ାଉ କରିଥିବା ଜଣାପଡ଼ିଛି । ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ରହିଛି ।

ଆହୁରି ପଢ଼ନ୍ତୁ: ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିଲେ ସଇଁନ୍ତଳା ଆରଆଇ, ମାଡ଼ିବସିଲା ଭିଜିଲାନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର