ରିଲ୍ ନିଶା ନେଲା ଜୀବନ: ବିଷଧର ନାଗ ସାପ କାମୁଡ଼ାରେ ସାପୁଆଙ୍କ ମୃତ୍ୟୁ

Madhusudan Das Picture
Published On

ପୁରୀ: ରିଲ୍ ନିଶା ନେଲା ଜୀବନ । ସାମାଜିକ ଗଣମାଧ୍ୟମରେ ରିଲ୍ (Reel) କରିବା ନିଶା ଜଣେ ଯୁବକଙ୍କ ଜୀବନ ନେଇଛି। ଶୁକ୍ରବାର ଦିନ ଏକ ବିଷଧର ନାଗ ସାପ ସହ ରିଲ୍ କରୁଥିବା ସମୟରେ ସାପ କାମୁଡ଼ାରେ ଜଣେ ୨୮ ବର୍ଷୀୟ ସାପ ଧରାଳିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗ୍ରାମର ତପନ କୁମାର ପ୍ରଧାନ (୨୮)। 

ଆହୁରି ପଢ଼ନ୍ତୁ: ନୟାପଲ୍ଲୀ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଯୁବକକୁ ଏନ୍‌କାଉଣ୍ଟର କଲା ପୋଲିସ

ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ପ୍ରାୟ ୨ଟା ସମୟରେ ତପନ ନିଜ ଘର ବାରଣ୍ଡାରେ ଏକ ବିଷଧର କୋବ୍ରା (ନାଗ ସାପ) ସହ ଫଟୋ ଉଠାଇବା ଏବଂ ରିଲ୍ ସୁଟିଂ କରିବାରେ ବ୍ୟସ୍ତ ଥିଲେ। ହଠାତ୍ ସାପଟି ତାଙ୍କ ଡାହାଣ ହାତର ବୃଦ୍ଧାଙ୍ଗୁଳି, କହୁଣୀ ଏବଂ ବାହୁକୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ତପନଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କୁ ଗୋଟିଏ ଇଞ୍ଜେକ୍ସନ ଦିଆଯାଇଥିଲା। ଡାକ୍ତର ତାଙ୍କୁ ୧୦ ମିନିଟ୍ ପରେ ଆଉ ଏକ ଇଞ୍ଜେକ୍ସନ ନେବାକୁ ପରାମର୍ଶ ଦେଇଥିଲେ। ମାତ୍ର ସେ ଦ୍ୱିତୀୟ ଇଞ୍ଜେକ୍ସନ ନନେଇ ଘରକୁ ଫେରି ଆସିଥିଲେ। ଅପରାହ୍ନରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ମାଣତ୍ରୀ ଏସଏସଡି ବାଳିକା ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ; ୩୫ରୁ ଉର୍ଦ୍ଧ୍ୱ ଛାତ୍ରୀ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

ସୂଚନାଯୋଗ୍ୟ ଯେ, ତପନ କୁମାର ପ୍ରଧାନ ନିଜ ଜୀବନକାଳ ମଧ୍ୟରେ ଶତାଧିକ ସାପ ଉଦ୍ଧାର କରିଛନ୍ତି। ସେ ଅତି ସହଜରେ ବିଷଧର ସାପମାନଙ୍କୁ କାବୁ କରିବାରେ ମାହିର ଥିଲେ ଏବଂ ସାପ ସହ ଖେଳୁଥିବାର ଅନେକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ବର୍ତ୍ତମାନ ପୋଲିସ ସୂଚନା ମୁତାବକ, ତାଙ୍କ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ରଖାଯାଇଛି ଏବଂ ଶନିବାର ଦିନ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର