ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ, ପୋଲିସର ତଦନ୍ତ ଜାରି

Madhusudan Das Picture
Published On

ଅନୁଗୋଳ: ଥାନା ଅଧିକାରୀଙ୍କୁ ରାତି ଅଧରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ । ଏମିତି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସହରରେ । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି। ସୂଚନା ଅନୁସାରେ, ଅନୁଗୁଳ ସାଇବର ଥାନା ଅଧିକାରୀ ଇନ୍‌ସ୍ପେକ୍ଟର ଖଲେଶ୍ବର ସେଠୀ ଥାନା କାମ ସାରି ଫେରୁଥିଲେ । ଏହି ସମୟରେ ବୁଢ଼ୀ ଠାକୁରାଣୀ ଛକ ନିକଟରେ ଏକ ବସ୍ ତାଙ୍କ ଉପରକୁ ମାଡ଼ି ଆସିଥିଲା। ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଡ୍ରାଇଭର୍ ଉଦ୍ୟମ କରିଥିଲା ବେଳେ ପୁଲିସ ଅଧିକାରୀ ଜଣଙ୍କ ରାସ୍ତାକଡ଼କୁ ଚାଲିଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହା ପରେ ଡ୍ରାଇଭର୍ ଓ ତାଙ୍କର ଅନ୍ୟ ଦୁଇ ସ‌ହ‌ଯୋଗୀ ଗାଡ଼ିରୁ ଓହ୍ଲାଇ ଥାନା ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଖଲେଶ୍ବର ସେଠି ଅଭିଯୋଗ କରିଛନ୍ତି । ପରେ ଥାନା ଅଧିକାରୀ ଶ୍ରୀ ସେଠୀ ଅନୁଗୁଳ ଥାନାକୁ ଏ ସଂପର୍କରେ ଜଣାଇବାରୁ ଜଣେ ପୁଲିସ ଅଧିକାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଏ ନେଇ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । 

ଆହୁରି ପଢ଼ନ୍ତୁ: ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ, AICC ପକ୍ଷରୁ କାର୍ଯ୍ୟାନୁଷ୍ଠାନ

Join Us @ WhatsApp

About The Author

Google News
Join Us @ WhatsApp