ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଗୋଟିଏ କ୍ୟାମ୍ପସରେ ଚାଲିଛି +୨ ରୁ ପିଏଚ୍‍ଡି, ୭ ବର୍ଷ ପରେ ବି ହୋଇ ପାରିଲାନି ଦ୍ୱିତୀୟ କ୍ୟାମ୍ପସ୍‍ ପାଇଁ ଜମି ଚିହ୍ନଟ

The Sakala Picture
Published On

ଭୁବନେଶ୍ୱର : ୨୦୧୫ ମସିହାରେ ରମାଦେବୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଲା। ତତ୍କାଳୀନ ରାଷ୍ଟ୍ରପତି ଡ. ପ୍ରଣବ ମୁଖାର୍ଜୀ ମହିଳାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏହାକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଲେ। ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମଧ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ତେବେ ବିଶ୍ୱବିଦ୍ୟାଳୟ ମାନ୍ୟତାକୁ ୭ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ରମାଦେବୀ ବିଶ୍ୱବିଦ୍ୟାଳୟ ବଞ୍ଚିତ ହୋଇ ରହିଛି। ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟର ମାନ୍ୟତା […]

ଭୁବନେଶ୍ୱର : ୨୦୧୫ ମସିହାରେ ରମାଦେବୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଲା। ତତ୍କାଳୀନ ରାଷ୍ଟ୍ରପତି ଡ. ପ୍ରଣବ ମୁଖାର୍ଜୀ ମହିଳାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏହାକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଲେ। ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମଧ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ତେବେ ବିଶ୍ୱବିଦ୍ୟାଳୟ ମାନ୍ୟତାକୁ ୭ ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧାରୁ ରମାଦେବୀ ବିଶ୍ୱବିଦ୍ୟାଳୟ ବଞ୍ଚିତ ହୋଇ ରହିଛି। ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଲା ରମାଦେବୀ। ହେଲେ ଆଜି ମଧ୍ୟ ଅନେକ ମୌଳିକ ଆବଶ୍ୟକତା ବିଶ୍ୱବିଦ୍ୟାଳୟକୁ ମିଳି ପାରିନି। ପ୍ରାୟ ୨୩ ଏକର ସୀମିତ ଜମିରେ ଏହି ଅନୁଷ୍ଠାନ ପ୍ରତିଷ୍ଠା ହୋଇଥିବାବେଳେ ଖେଳ ପଡ଼ିଆ, ଷ୍ଟାଫ କ୍ୱାର୍ଟର୍ସ, ସାଇକଲ ଷ୍ଟାଣ୍ଡ, ସ୍ପୋର୍ଟସ କମ୍ପେ୍ଲକ୍ସ, ଉନ୍ନତମାନର ଗବେଷଣାଗାର, ସେଣ୍ଟର୍‍ ଅଫ୍‍ ଏକ୍ସିଲେନ୍ସ ଆଦିର ଅଭାବ ରହିଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀରାମ ଜନ୍ମ ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଦ୍ୱିତୀୟ କ୍ୟାମ୍ପସ ପାଇଁ ଦୀର୍ଘଦିନ ହେବ ଦାବି ହେଉଥିଲା ମଧ୍ୟ ଏହା କେବଳ ପ୍ରସ୍ତାବରେ ଅଟକି ରହିଛି। ଆଜି ପର୍ଯ୍ୟନ୍ତ ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ ମଧ୍ୟ ହୋଇ ପାରିନାହିଁ। ବିଶ୍ୱବିଦ୍ୟାଳୟର ଅନ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ ପ୍ରମୁଖ ସମସ୍ୟା ହେଉଛି କ୍ୟାମ୍ପସରେ ପର୍ଯର୍୍ୟାପ୍ତ ଜାଗାର ଅଭାବ। ଯେଉଁଥିପାଇଁ କ୍ୟାମ୍ପସ୍‍ ପରିସରରେ କର୍ମଚାରୀମାନଙ୍କ ପାଇଁ କ୍ୱାର୍ଟର୍ସ ନାହିଁ। ସମସ୍ତ କର୍ମଚାରୀ କ୍ୟାମ୍ପସ ବାହାରେ ଭଡ଼ାଘରେ ରହୁଛନ୍ତି। ଏପରିକି କ୍ୟାମ୍ପସ ପରିସରରେ ୮ ଶହରୁ ଅଧିକ ଛାତ୍ରୀ ହଷ୍ଟେଲ ପରିସରରେ ରହୁଛନ୍ତି ହଷ୍ଟେଲ ସୁପରିନ୍‍ଟେଣ୍ଡେଣ୍ଟଙ୍କ ପାଇଁ ମଧ୍ୟ ହଷ୍ଟେଲ ପରିସରରେ ରହିବା ପାଇଁ କ୍ୱାର୍ଟର୍ସ ନାହିଁ। ହଷ୍ଟେଲ ପରିସରରେ ଅନେକ ଦିବ୍ୟାଙ୍ଗ ଛାତ୍ରୀ ରହୁଥିଲେ ମଧ୍ୟ କୌଣସି ଜରୁରିକାଳୀନ ସ୍ଥିତିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନାନା ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶ୍ୱବିଦ୍ୟାଳୟକୁ ବିଭିନ୍ନ ବିଭାଗରେ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ଆସୁଥିବାବେଳେ ୪୮ଟି କଲେଜ ଏହାସହ ଅନୁବନ୍ଧିତ ରହିଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‍ ପରିସରରେ ମଧ୍ୟ +୨ ଜୁନିଅର କଲେଜ ଚାଲୁଛି। ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଗୋଟିଏ ଲ୍ୟାବକୁ ମଧ୍ୟ ବ୍ୟବହାର କରୁଛନ୍ତି। ନିକଟରେ ମଧ୍ୟ ରମାଦେବୀ ବିଶ୍ୱବିଦ୍ୟାଳୟରେ ୧୧ଟି ବିଭାଗରେ ପିଏଚ୍‍ଡି ଖୋଲିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା, ଲିଫ୍ଟ ଦେବା ବାହାନାରେ ପଶ୍ଚିମବଙ୍ଗର ମହିଳାଙ୍କୁ ଗଣଦୁଷ୍କର୍ମ

ସେହିପରି ବିଇଡି ଓ ଏମ୍‍ଜେଏମ୍‍ସି ସହିତ ଆହୁରି ୪ ନୂଆ ବିଭାଗ ମଧ୍ୟ ଖୋଲିଛି। ତେବେ ବିଶ୍ୱବିଦ୍ୟାଳୟର ବିଭାଗ ସଂଖ୍ୟା ବଢ଼଼ୁଥିବାବେଳେ କ୍ୟାମ୍ପସ ପରିସରରେ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ ପାଇଁ ପର୍ଯ୍ୟାପ୍ତ ଜାଗାର ଅଭାବ ରହୁଛି। ଛାତ୍ରୀମାନଙ୍କ କ୍ରୀଡ଼ା କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଭଲ ଖେଳପଡ଼ିଆ ମଧ୍ୟ ନାହିଁ। ପୂର୍ବରୁ ଥିବା ଖେଳପଡ଼ିଆର କିଛି ଅଂଶରେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ତିଆରି ହୋଇଥିବାରୁ ଏହା ସଂକୀର୍ଣ୍ଣ ହୋଇଯାଇଛି। ଦ୍ୱିତୀୟ କ୍ୟାମ୍ପସ ଚିହ୍ନଟ ଓ କାର୍ଯ୍ୟକ୍ଷମ ହେଲେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କ ବହୁି ଦାବି ପରେ ୨୦୧୬ ମସିହାରେ ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଭୁବନେଶ୍ୱର ଆଇଆଇଆଇଟି କ୍ୟାମ୍ପସ ନିକଟରେ ଜାଗା ଦେଇଥିଲେ। ମାତ୍ର ଏହା ପୁରୁଣା କ୍ୟାମ୍ପସ ଠାରୁ ଅନେକ ଦୂର ତଥା ଯାତୟାତ ସମସ୍ୟା ଓ ଅନ୍ୟାନ୍ୟ ଆନୁସଙ୍ଗିକ କାରଣ ଦର୍ଶାଇ ଏହି ସ୍ଥାନରେ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ପ୍ରସ୍ତାବ ସ୍ଥଗିତ ରଖାଗଲା। ତେବେ ଏଥି ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। ତତ୍କାଳୀନ କୁଳପତିଙ୍କ ସମେତ, ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ ତଥା ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀମାନେ ଏହି କମିଟିର ସଦସ୍ୟ ଥିଲେ। ପରବର୍ତ୍ତୀ ସମୟରେ ନାନା ସମସ୍ୟା ଉପୁଜିବାରୁ ଏହି ସ୍ଥାନରେ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ହୋଇ ପାରିଲାନି। ଆଜି ପର୍ଯ୍ୟନ୍ତ ମଧ୍ୟ ଦ୍ୱିତୀୟ କ୍ୟାମ୍ପସ ପାଇଁ ସ୍ଥାନ ନିରୂପଣ ହୋଇପାରିନି। ତେବେ ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରାଜଧାନୀରେ ଥାଇ ମଧ୍ୟ ଏହାର ବିକାଶ ପରିପ୍ରେକ୍ଷୀ ତତ୍ପରତା ଦେଖା ନ ଯିବା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ସେହିପରି ଦ୍ୱିତୀୟ କ୍ୟାମ୍ପସ ସମ୍ପର୍କରେ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି, ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‍ର ଆବଶ୍ୟକତା ଥିଲେ ମଧ୍ୟ ଆମେ ପ୍ରଥମ କ୍ୟାମ୍ପସକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବୁ। ପ୍ରଥମ କ୍ୟାମ୍ପସରେ ସମସ୍ତ ବିଭାଗକୁ ସୁପରିଚାଳନା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ହେଲେ ବିଶ୍ୱବିଦ୍ୟାଳୟର ଆନୁସଙ୍ଗିକ ବିକାଶ ପାଇଁ ଦ୍ୱିତୀୟ କ୍ୟାମ୍ପସର ଆବଶ୍ୟକତା ରହିଛି। ଏଦିଗରେ ମଧ୍ୟ ବିଶ୍ୱବିଦ୍ୟାଳୟ ଧ୍ୟାନ ଦେଉଥିବା ସେ କହିଛନ୍ତି।

23 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର