ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ ଅଫିସ୍ ଭଙ୍ଗାରୁଜା ଘଟଣାରେ ସ୍ଥାନୀୟ ବିଧାୟକଙ୍କ ସିଧାସଳଖ ସମ୍ପୃକ୍ତି ରହିଛି: ଉମାକାନ୍ତ ସାମନ୍ତରାୟ

Madhusudan Das Picture
Published On

ସତ୍ୟବାଦୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଫିସରେ ପଶି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଅଫିସରେ ଭଙ୍ଗାରୁଜା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି। ଏହି ଦାବି କରି ବ୍ଲକ ଅଫିସରେ ତାଲା ପକାଇ ଧାରଣା ଦେଇଛି ବିଜେଡି। ଅଭିଯୁକ୍ତ ମାନେ ବିଜେପି କର୍ମୀ ହୋଇଥିବାର ଅଭିଯୋଗ। ରାତିସାରା ବ୍ଲକ୍ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ ବିଜେଡି କର୍ମୀ । ଆଜି ଦଶଟାରୁ ତାଲା ପକାଇ ଅଫିସ ଆଗରେ ବସିଛନ୍ତି ବିଜେଡି କର୍ମୀ । କାହା ଭିତରକୁ ଛାଡ଼ୁ ନାହାନ୍ତି। ସରକାରୀ ସମ୍ପତ୍ତି ନଷ୍ଟ କରିଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାନଯିବା ଯାଏ ଧାରଣାରୁ ହଟିବେନି ବୋଲି କହିଛନ୍ତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ତାଙ୍କ ସମର୍ଥକ। ଗତକାଲି ସୁନୀଲ କୁମାରଙ୍କ ପଣ୍ଡାଙ୍କ ଅଫିସରେ ପଶି ବିଜେପି କର୍ମୀ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଆସବାବ, କମ୍ପ୍ୟୁଟର ଭାଙ୍ଗିଦେଇଛନ୍ତି । ଜରୁରୀ କାଗଜ ପତ୍ର ନଷ୍ଟ କରିଛନ୍ତି । ଅଫିସରେ କେହି ନ ଥିବା ବେଳେ ଏଭଳି କାଣ୍ଡ ଭିଆଇଛନ୍ତି ସେମାନେ। ବାହାରେ ଥିବା କିଛି ଗାଡି ବି ଭାଙ୍ଗିଛନ୍ତି।

ଆହୁରି ପଢ଼ନ୍ତୁ: ଦୀପାବଳି ଅବସରରେ ୧୦୮ ଆମ୍ବୁଲାନ୍ସ ସେବାର ସ୍ୱତନ୍ତ୍ର ପ୍ରସ୍ତୁତି: ଅଗ୍ନିକାଣ୍ଡ ଓ ପୋଡ଼ାଜଳା ଆହତଙ୍କୁ ତ୍ୱରିତ ଚିକିତ୍ସା ସହାୟତା ପାଇଁ EMRI ଗ୍ରୀନ୍ ହେଲ୍ଥ ସର୍ଭିସେସ୍‌ର ପଦକ୍ଷେପ

ଅନ୍ୟପଟେ ସତ୍ୟବାଦୀ ଆକ୍ରମଣକୁ ଯୋଜନାବଦ୍ଧ ବୋଲି କହିଛନ୍ତି ବିଜେଡି ନେତା ଉମା ସାମନ୍ତରାୟ। ଆସନ୍ତାକାଲି ସୁଦ୍ଧା ଯଦି ଅଭିଯୁକ୍ତଙ୍କୁ ଗିରଫ କରାନଯାଏ ତାହେଲେ ବିରାଟ ଆନ୍ଦୋଳନ ବିଜେଡି କରିବ ବୋଲି ଚେତାବନୀ ଦେଇଛନ୍ତି  । ଉମା ସାମନ୍ତରାୟ ଅଭିଯୋଗ କରିଛନ୍ତି ଯେ, ବିଜେପି ସରକାର ଯେବେଠାରୁ ଆସିଛି, ସେବେଠାରୁ ଗଣତନ୍ତ୍ରର ହତ୍ୟା ହେଉଛି। ବିଧାୟକଙ୍କ ଚାରି ପାଖରେ ବସୁଥିବା ଲୋକ ଏ ଆକ୍ରମଣରେ ସାମିଲ ଅଛନ୍ତି। ବିଡ଼ମ୍ବନାର କଥା ହେଉଛି ଦୋଷ ନ ଥିଲେ ମଧ୍ୟ ମିଛ କେଶରେ ବିଜେଡି ଲୋକଙ୍କୁ ଅଧ ଘଂଟାରେ ଗିରଫ କରାଯାଇଛି। ହେଲେ ଏ ଘଟଣାରେ ସବୁ ପ୍ରମାଣ ଥାଇ ମଧ୍ୟ ଅଭିଯୁକ୍ତକୁ ଗିରଫ କରାଯାଉ ନାହିଁ। ଏ ଘଟଣାରେ ବିଧାୟକଙ୍କ ସିଧାସଳଖ ସମ୍ପୃକ୍ତି ରହିଛି। ସମସ୍ତଙ୍କୁ ମଦ ଦେଇ ବ୍ଳକକୁ ପଠାଯାଇଥିଲା। ସବୁ ସରକାରୀ ଅଧିକାରୀଙ୍କୁ ଛୁଟି ଦିଆଯାଇଥିଲା । ସେପଟେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି, ଏ ଘଟଣା ବିଷୟରେ ମୁଁ ଅବଗତ ଅଛି। ଆମେ ଅତୀତରେ ଏଭଳି ଅନେକ ଘଟଣା ଯେଉଁଥିରେ ଆମ ଦଳର ନେତା କିମ୍ବା ନେତାଙ୍କ ସମ୍ପର୍କୀୟଙ୍କ ସମ୍ପୃକ୍ତି କଥା ଆସିଛି ଆମ ତରଫରୁ ଆକ୍ସନ ନିଆଯାଇଛି। 

ଆହୁରି ପଢ଼ନ୍ତୁ: ଅବକାରୀ ବିଭାଗର ଚଢ଼ାଉବେଳେ ୨୪୦୦ ବୋତଲ କଫ୍ ସିରପ୍ ଜବତ, ଜଣେ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର