ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

Madhusudan Das Picture
Published On

ସୁବର୍ଣ୍ଣପୁର: ସୋନପୁର ସହରରେ ଜଣେ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର (ଏଆରଆଇ) ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତକଙ୍କ ନାମ ତରୁଣାନନ୍ଦ ସାହୁ ବୋଲି ଜଣାପଡିଛି। ସେ ତରଭା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ଠାରେ ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ସେ ସୋନପୁର ସହରର ଘୋଡ଼ାଘାଟ ପଡ଼ା ସ୍ଥିତ ନିଜ ଘରେ ବେକରେ ରଶି ଲଗାଇ ଫ୍ୟାନରେ ଝୁଲିପଡିଥିଲେ।

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଅଭାବନୀୟ ଘଟଣା: ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

ପରିବାର ଲୋକଙ୍କ ସୂଚନା ମୁତାବକ, ତରୁଣାନନ୍ଦ ଗତକାଲି ସନ୍ଧ୍ୟାରେ ସହରକୁ ବୁଲିବାକୁ ଯାଇଥିଲେ ଏବଂ ରାତି ପ୍ରାୟ ୯ଟା ସମୟରେ ଘରକୁ ଫେରିଥିଲେ। ସେ କିଛି ଦିନ ହେବ ତୀବ୍ର ମାନସିକ ଚାପରେ ଥିବା ପରିବାର ସଦସ୍ୟ ପ୍ରକାଶ କରିଛନ୍ତି। ରାତିରେ ଖାଇସାରିବା ପରେ ସେ ଶୋଇବାକୁ ଯାଇଥିଲେ, କିନ୍ତୁ ବିଳମ୍ବିତ ରାତିରେ ଏହି ଚରମ ପଦକ୍ଷେପ ନେଇଥିଲେ। ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ରାଜସ୍ୱ ବିଭାଗର କର୍ମଚାରୀ ଓ ଆତ୍ମୀୟସ୍ୱଜନ ତାଙ୍କର ଶେଷ ଦର୍ଶନ ପାଇଁ ରୁଣ୍ଡ ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଉମରକୋଟ କଲେଜରେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ହିଂସା: ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କୁ ଛୁରାମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର