ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ବାଲେଶ୍ୱର ଏଫ୍ଏମ୍ କଲେଜରେ ଉତ୍ତେଜନା, ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

Madhusudan Das Picture
Published On

ବାଲେଶ୍ୱର: ବାଲେଶ୍ୱର ଏଫ୍ଏମ୍ କଲେଜ୍ ଗେଟ୍ ସମ୍ମୁଖରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ଉତ୍ତେଜନା, ପୋଲିସ ସମ୍ମୁଖରେ ଧସ୍ତାଧସ୍ତି। ବାଲେଶ୍ୱର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଦୁଇ ଗୋଷ୍ଠୀ ମଧ୍ୟରେ ଜୋରଦାର ଗଣ୍ଡଗୋଳ ଓ ଧସ୍ତାଧସ୍ତି ଦେଖିବାକୁ ମିଳିଛି। 

ଆହୁରି ପଢ଼ନ୍ତୁ: ଆଦିବାସୀଙ୍କ ସମସ୍ୟାକୁ ନେଇ ବିଜେଡି ଏସଟି ସେଲର ଉଦ୍ବେଗ ପ୍ରକାଶ, ନବୀନଙ୍କ ନିକଟରେ ସମସ୍ୟା ବଖାଣିଲେ ଆଦିବାସୀ ନେତା

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ରାଜନୈତିକ ଦଳର ନେତା ଓ କର୍ମୀ କଲେଜ ପରିସର ଏବଂ ଗେଟ୍ ବାହାରେ ଏକାଠି ହୋଇ ନିଜ ପକ୍ଷକୁ ନେବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଲୋଭିତ କରିବା ପାଇଁ ଯୋଜନାବଦ୍ଧ ପ୍ରୟାସ ଚଳାଇଥିଲେ। କଲେଜ୍ ବାହାରେ ଛାତ୍ରଛାତ୍ରୀମାନଙ୍କ ଏକ ଲମ୍ବା ଧାଡ଼ି ଲାଗିରହିଥିବା ବେଳେ ସେମାନଙ୍କୁ ଅନଲାଇନ୍ ମାଧ୍ୟମରେ ଟଙ୍କା ପ୍ରଦାନ କରାଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଥିଲା। ଏହି ଘଟଣାକୁ ନେଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅନ୍ୟ ଏକ ଗୋଷ୍ଠୀ ବିରୋଧରେ ତୀବ୍ର ବିରୋଧ ପ୍ରଦର୍ଶନ କରିବାରୁ ପରିସ୍ଥିତି ଅଣଆୟତ୍ତ ହୋଇପଡ଼ିଥିଲା ଏବଂ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। 

ଆହୁରି ପଢ଼ନ୍ତୁ: ସାମ୍ବାଦିକଙ୍କ ସ୍ୱାଭିମାନ ଓ ସୁରକ୍ଷା ଦାବି: ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣଧାରଣା

ଘଟଣାସ୍ଥଳରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ ଥିବା ସତ୍ତ୍ୱେ ପୋଲିସ ଆଖି ଆଗରେ ହିଁ ଦୁଇ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଜାରି ରହିଥିଲା। ଉତ୍ତେଜନା ବୃଦ୍ଧି ପାଇବା ପରେ ପୋଲିସ ତୁରନ୍ତ ହସ୍ତକ୍ଷେପ କରି ଉଭୟ ଗୋଷ୍ଠୀ ମଧ୍ୟରେ ପଶି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା ଏବଂ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି, ତଥାପି କଲେଜ୍ କ୍ୟାମ୍ପସ୍ ସମ୍ମୁଖରେ ଚାପା ଉତ୍ତେଜନା ଲାଗିରହିଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜରେ ଲଜ୍ଜା: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର