ରେଳ କର୍ମଚାରୀଙ୍କ ପାଇଁ ପାର୍ବଣ ଭେଟି: କେନ୍ଦ୍ର ସରକାର ଘୋଷଣା କଲେ ୭୮ ଦିନର ବୋନସ୍

Suryakanta Picture
Published On

ଚଳିତ ପାର୍ବଣ ଋତୁରେ ରେଳ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ରେଳ କର୍ମଚାରୀମାନଙ୍କୁ ୭୮ ଦିନର ବୋନସ୍ ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ଫଳରେ ବିଭାଗରେ କାର୍ଯ୍ୟରତ ଥିବା ପ୍ରାୟ ୧୧.୪୦ ଲକ୍ଷ କର୍ମଚାରୀ ସିଧାସଳଖ ଉପକୃତ ହେବେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ: ଆଜି ନାମାଙ୍କନ ଦାଖଲ ପ୍ରକ୍ରିୟା, କମ୍ପୁଛି କଲେଜ କ୍ୟାମ୍ପସ୍

ବୋନସ୍ ପାଇଁ ଆର୍ଥିକ ବ୍ୟୟବରାଦ ଏବଂ ଯୋଗ୍ୟତା

ଏହି ପାର୍ବଣ ଭେଟି ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ୨୦୦୯.୬୧ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ। ରେଳ ମନ୍ତ୍ରାଳୟ ଅନୁଯାୟୀ, ଏହି ବୋନସ୍ କେବଳ ରେଳବାଇର ଅଣ-ଗେଜେଟେଡ୍ କର୍ମଚାରୀମାନଙ୍କୁ ଉପଲବ୍ଧ ହେବ। ଏହି ବର୍ଗରେ ବିଶେଷ କରି ଟ୍ରାକ୍ ମେନ୍‌ଟେନର, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସୁପର ଭାଇଜର, ଟେକ୍ନିସିଆନ୍, ଟେକ୍‌ନିକାଲ ହେଲପର, ପଏଣ୍ଟମ୍ୟାନ, ଏବଂ ମିନିଷ୍ଟରିଆଲ ଷ୍ଟାଫ ସମେତ ଅନ୍ୟାନ୍ୟ ଗ୍ରୁପ୍ 'ସି' କର୍ମଚାରୀମାନେ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସ୍‌ ଅଶାନ୍ତ: କେଉଁଠି ବୋମାମାଡ଼ ତ ଆଉ କେଉଁଠି ପ୍ରାର୍ଥୀଙ୍କୁ ଆକ୍ରମଣ

ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରସ୍କାର

ରେଳ କର୍ମଚାରୀଙ୍କ ଉତ୍କୃଷ୍ଟମାନର କାର୍ଯ୍ୟ ଏବଂ ନିଷ୍ଠାକୁ ଦୃଷ୍ଟିରେ ରଖି ପୁରସ୍କାର ସ୍ୱରୂପ ସେମାନଙ୍କୁ ଏହି ବୋନସ୍ ପ୍ରଦାନ କରାଯାଉଥିବା ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ରେଳ ମନ୍ତ୍ରାଳୟ ରେକର୍ଡ ପରିମାଣର ସଫଳତା ହାସଲ କରିବାରେ ସକ୍ଷମ ହୋଇଛି। ପ୍ରାପ୍ତ ତଥ୍ୟ ଅନୁଯାୟୀ, ୨୦୨୫-୨୬ ବର୍ଷରେ ରେଳବାଇ ମୋଟ ୧,୬୭୦ ମିଲିୟନ ଟନ୍ ସାମଗ୍ରୀ ପରିବହନ କରିଥିବା ବେଳେ ରେକର୍ଡ ୭.୪୧ ବିଲିୟନ ଯାତ୍ରୀଙ୍କୁ ସଫଳତାର ସହ ପରିବହନ କରିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ଜନ୍ତର ମନ୍ତର ଆଉ ପ୍ରତିବାଦ ସ୍ଥଳ ନୁହେଁ, ଦିଲ୍ଲୀ ପୋଲିସ ପକ୍ଷରୁ ୩ଟି ନୂଆ ବିକଳ୍ପ ସ୍ଥାନ ଘୋଷଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର