ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ

The Sakala Picture
Published On

ଭୁବନେଶ୍ୱର: ବାଲିକୁଦାର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁ ଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରରେ ଆଜି ସକାଳୁ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି ।ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ବାଲିକୁଦା ସମେତ ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ଉମେଶ ସ୍ୱାଇଁ ଜଗତସିଂହପୁର ଜିଲ୍ଲାର ଜଣେ ବର୍ଷୀୟାନ ନେତା ଥିଲେ। ବାଲିକୁଦାରୁ ୪ ଥର ବିଧାୟକ ଭାବେ […]

ଭୁବନେଶ୍ୱର: ବାଲିକୁଦାର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁ ଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରରେ ଆଜି ସକାଳୁ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି ।ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ବାଲିକୁଦା ସମେତ ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।

ଆହୁରି ପଢ଼ନ୍ତୁ: ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍, ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି

ଉମେଶ ସ୍ୱାଇଁ ଜଗତସିଂହପୁର ଜିଲ୍ଲାର ଜଣେ ବର୍ଷୀୟାନ ନେତା ଥିଲେ। ବାଲିକୁଦାରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମେ ୧୯୭୭ରୁ ୧୯୮୦ , ୧୯୯୦ରୁ ୧୯୯୫, ୨୦୦୦ରୁ ୨୦୦୫ ଓ ୨୦୦୫ରୁ ୨୦୦୯ ପର୍ୟ୍ୟନ୍ତ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଉମେଶ । ନିଜ କାର୍ଯ୍ୟକାଳ ସମୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରି ଲୋକଙ୍କ ଗହଣରେ ବେଶ୍‌ ପରିଚିତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବକେୟା ଅଭିଯୋଗରେ ପାରାଦ୍ଵୀପ ବନ୍ଦରରେ ବିଦେଶୀ ଜାହାଜ 'MT UNITY' ଗିରଫ

ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ମାଛଗାଁ ଗ୍ରାମର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା କାର୍ତିକ ସ୍ବାଇଁଙ୍କ ୪ ସନ୍ତାନ ମଧ୍ୟରୁ କନିଷ୍ଠ ପୁତ୍ର ହେଉଛନ୍ତି ଉମେଶ । ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ୪ ଥର ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିଥିବା ୭୪ ବର୍ଷୀୟ ଉମେଶ ଚନ୍ଦ୍ର ସ୍ବାଇଁ ଛାତ୍ର ଜୀବନରୁ ଥିଲେ ଉଚ୍ଚାଭିଳାସୀ ,କିଛି କରିବାର ଆଶା ନେଇ ଓ ଅଞ୍ଚଳର ଲୋକମାନଙ୍କୁ ସହଯୋଗ କରିବା ପାଇଁ ପ୍ରଥମେ ସେ ଛାତ୍ର ରାଜନୀତିରେ ପ୍ରବେଶ କରି ମଧୁସୂଦନ ଆଇନ କଲେଜରେ ଛାତ୍ର ସଂସଦ ସଭାପତି ରୂପେ ନିର୍ବାଚିତ ହୋଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଯାତ୍ରାର ଲମ୍ବା ଇତିହାସ। ବିଜୁବାବୁଙ୍କ ଏକାନ୍ତ ଅନୁଗତ ଓ ଆଜ୍ଞାଧୀନ ଭାବେ ସେ ବେଶ ପରିଚିତ ଥିଲେ।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନ ପ୍ରସଙ୍ଗରେ ଘେରିଲା ବିଜେଡି: ସରକାରଙ୍କୁ ଖୋଲା ବିତର୍କ ଆହ୍ୱାନ

ବାଲିକୁଦାର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ ଖବର ଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି ‘ ବାଲିକୁଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମେଶଚନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ତାଙ୍କ ନିଃସ୍ୱାର୍ଥପର ସେବା ଓ ଜନ କଲ୍ୟାଣକାରୀ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି’।

ଅନ୍ୟପଟେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ବାଲିକୁଦାର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି । ପ୍ରଣବ ଟ୍ବିଟ୍‌ କରି ଲେଖିଛନ୍ତି‘ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଉମେଶଚନ୍ଦ୍ର ସ୍ୱାଇଁଙ୍କ ପରଲୋକ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।’

17 Nov 2021 By The Sakala

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର: ବାଲିକୁଦାର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁ ଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରରେ ଆଜି ସକାଳୁ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି ।ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ବାଲିକୁଦା ସମେତ ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।

ଉମେଶ ସ୍ୱାଇଁ ଜଗତସିଂହପୁର ଜିଲ୍ଲାର ଜଣେ ବର୍ଷୀୟାନ ନେତା ଥିଲେ। ବାଲିକୁଦାରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମେ ୧୯୭୭ରୁ ୧୯୮୦ , ୧୯୯୦ରୁ ୧୯୯୫, ୨୦୦୦ରୁ ୨୦୦୫ ଓ ୨୦୦୫ରୁ ୨୦୦୯ ପର୍ୟ୍ୟନ୍ତ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଉମେଶ । ନିଜ କାର୍ଯ୍ୟକାଳ ସମୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରି ଲୋକଙ୍କ ଗହଣରେ ବେଶ୍‌ ପରିଚିତ ହୋଇଥିଲେ ।

ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ମାଛଗାଁ ଗ୍ରାମର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା କାର୍ତିକ ସ୍ବାଇଁଙ୍କ ୪ ସନ୍ତାନ ମଧ୍ୟରୁ କନିଷ୍ଠ ପୁତ୍ର ହେଉଛନ୍ତି ଉମେଶ । ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ୪ ଥର ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ୱ କରିଥିବା ୭୪ ବର୍ଷୀୟ ଉମେଶ ଚନ୍ଦ୍ର ସ୍ବାଇଁ ଛାତ୍ର ଜୀବନରୁ ଥିଲେ ଉଚ୍ଚାଭିଳାସୀ ,କିଛି କରିବାର ଆଶା ନେଇ ଓ ଅଞ୍ଚଳର ଲୋକମାନଙ୍କୁ ସହଯୋଗ କରିବା ପାଇଁ ପ୍ରଥମେ ସେ ଛାତ୍ର ରାଜନୀତିରେ ପ୍ରବେଶ କରି ମଧୁସୂଦନ ଆଇନ କଲେଜରେ ଛାତ୍ର ସଂସଦ ସଭାପତି ରୂପେ ନିର୍ବାଚିତ ହୋଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଯାତ୍ରାର ଲମ୍ବା ଇତିହାସ। ବିଜୁବାବୁଙ୍କ ଏକାନ୍ତ ଅନୁଗତ ଓ ଆଜ୍ଞାଧୀନ ଭାବେ ସେ ବେଶ ପରିଚିତ ଥିଲେ।

ବାଲିକୁଦାର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ ଖବର ଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି ‘ ବାଲିକୁଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମେଶଚନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ତାଙ୍କ ନିଃସ୍ୱାର୍ଥପର ସେବା ଓ ଜନ କଲ୍ୟାଣକାରୀ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି’।

ଅନ୍ୟପଟେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ବାଲିକୁଦାର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି । ପ୍ରଣବ ଟ୍ବିଟ୍‌ କରି ଲେଖିଛନ୍ତି‘ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଉମେଶଚନ୍ଦ୍ର ସ୍ୱାଇଁଙ୍କ ପରଲୋକ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର