ଭାରି ବର୍ଷା ପାଇଁ ବାରିପଦାରେ ଦବିଲା ରେଳ ଧାରଣା, ବାଙ୍ଗିରିପୋଷି-ରୁପସା ରେଳପଥରେ ରେଳଚଳାଚଳ ଠପ୍

Madhusudan Das Picture
Published On

ବାରିପଦା: ମୟୁରଭଞ୍ଜରେ ଭାରି ବର୍ଷା ଜାରି । ପ୍ରବଳ ବର୍ଷା ଯୋଗୁଁ ବାରିପଦା ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ରେଳଧାରଣା ଦବିଥିବାରୁ ରେଳ ଚଳାଚଳ ବନ୍ଦ ପଡିଛି । ଲଗାଣ ବର୍ଷାର ପ୍ରଭାବରେ ବାରିପଦା ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ ମିଟର ରେଳଧାରଣା ଦବିଯାଇଛି। ଫଳରେ ରେଳ ବିଭାଗ ପକ୍ଷରୁ ବାଙ୍ଗିରିପୋଷି-ରୁପସା  ରୁଟ୍‌ରେ ରେଳ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡି ଜେଜେ ଓ ନାତି ମୃତ

ସୂଚନା ଅନୁଯାୟୀ, ରବିବାର ପୁରୀ-ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନ୍ ବାଙ୍ଗିରିପୋଷି ଯିବା ପରେ ରାତିରେ ଡିଏମ୍‌ୟୁ ଟ୍ରେନ୍ ଯାତାୟାତ ସମୟରେ ରେଳଧାରଣା ଦବିଥିବା ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ରେଳ ମେଣ୍ଟେନାନ୍ସ ବିଭାଗ ପକ୍ଷରୁ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି। ମଧ୍ୟରାତ୍ରିରୁ ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ରହି ମରାମତି କାମ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ଅନ୍ୟପକ୍ଷରେ, ରେଳଧାରଣା ତଳେ ଥିବା ମାଟି ଏବେ ମଧ୍ୟ ଦବିଯାଉଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। ସମୟୋଚିତ ଭାବେ ଏହି ତ୍ରୁଟି ଚିହ୍ନଟ ହୋଇନଥିଲେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ବର୍ତ୍ତମାନ ରେଳଧାରଣାର ମରାମତି ସହ ଟ୍ରାକ୍‌ର ସ୍ଥିତି ଯାଞ୍ଚ କରାଯାଉଛି। ମରାମତି ସମ୍ପୂର୍ଣ୍ଣ ହେବା ପରେ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର