ଭାରି ବର୍ଷା ପାଇଁ ବାରିପଦାରେ ଦବିଲା ରେଳ ଧାରଣା, ବାଙ୍ଗିରିପୋଷି-ରୁପସା ରେଳପଥରେ ରେଳଚଳାଚଳ ଠପ୍

Madhusudan Das Picture
Published On

ବାରିପଦା: ମୟୁରଭଞ୍ଜରେ ଭାରି ବର୍ଷା ଜାରି । ପ୍ରବଳ ବର୍ଷା ଯୋଗୁଁ ବାରିପଦା ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ରେଳଧାରଣା ଦବିଥିବାରୁ ରେଳ ଚଳାଚଳ ବନ୍ଦ ପଡିଛି । ଲଗାଣ ବର୍ଷାର ପ୍ରଭାବରେ ବାରିପଦା ଷ୍ଟେସନବଜାର-ଶୁନଗଡ଼ିଆ ନିକଟରେ ପ୍ରାୟ ୫୦ ମିଟର ରେଳଧାରଣା ଦବିଯାଇଛି। ଫଳରେ ରେଳ ବିଭାଗ ପକ୍ଷରୁ ବାଙ୍ଗିରିପୋଷି-ରୁପସା  ରୁଟ୍‌ରେ ରେଳ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଛି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସୂଚନା ଅନୁଯାୟୀ, ରବିବାର ପୁରୀ-ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନ୍ ବାଙ୍ଗିରିପୋଷି ଯିବା ପରେ ରାତିରେ ଡିଏମ୍‌ୟୁ ଟ୍ରେନ୍ ଯାତାୟାତ ସମୟରେ ରେଳଧାରଣା ଦବିଥିବା ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ରେଳ ମେଣ୍ଟେନାନ୍ସ ବିଭାଗ ପକ୍ଷରୁ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି। ମଧ୍ୟରାତ୍ରିରୁ ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ରହି ମରାମତି କାମ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଅନ୍ୟପକ୍ଷରେ, ରେଳଧାରଣା ତଳେ ଥିବା ମାଟି ଏବେ ମଧ୍ୟ ଦବିଯାଉଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। ସମୟୋଚିତ ଭାବେ ଏହି ତ୍ରୁଟି ଚିହ୍ନଟ ହୋଇନଥିଲେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ବର୍ତ୍ତମାନ ରେଳଧାରଣାର ମରାମତି ସହ ଟ୍ରାକ୍‌ର ସ୍ଥିତି ଯାଞ୍ଚ କରାଯାଉଛି। ମରାମତି ସମ୍ପୂର୍ଣ୍ଣ ହେବା ପରେ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର