ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

Madhusudan Das Picture
Published On

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର ମୌସୁମୀ ବେହେରା । ନିଜ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ  ମୌସୁମୀ ବେହେରା। ବୃକ୍ଷରୋପଣ ସଂପର୍କିତ ବିଲ୍ ପାସ୍‌ କରିବାକୁ ଲାଞ୍ଚ ନେଉଥିଲେ । ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ପୁଅକୁ ଡାକ୍ତର କରିବାକୁ ପଣ: ଋଣ ଶୁଝିବା ଯାଏଁ ଏସ୍‌ଏଚ୍‌ଜି ନିକଟରେ ବାର୍ଦ୍ଧକ୍ୟ କାର୍ଡ ବନ୍ଧକ

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତିନୋଟି ବୃକ୍ଷରୋପଣ ପ୍ରକଳ୍ପର ରକ୍ଷଣାବେକ୍ଷଣ, ଜଳସେଚନ ଓ ଖତ ପ୍ରୟୋଗ ସମ୍ପର୍କିତ ବିଲ୍ ମଞ୍ଜୁର କରିବା ପାଇଁ ଡେପୁଟି ରେଞ୍ଜର ମୌସୁମୀ ବେହେରା ଲାଞ୍ଚ ଦାବି କରିଥିଲେ। ଏହି ବିଲ୍ ଜୁଲାଇରୁ ସେପ୍ଟେମ୍ବର ମାସର କାର୍ଯ୍ୟ ସମ୍ପର୍କିତ ଥିଲା। ଲାଞ୍ଚ ଟଙ୍କା ନଦେଲେ ଆଗାମୀ ମାସଗୁଡ଼ିକର ବିଲ୍ ମଧ୍ୟ ଅଟକାଇ ଦିଆଯିବ ବୋଲି ସେ ସମ୍ପୃକ୍ତ କର୍ମଚାରୀଙ୍କୁ ଧମକ ଦେଇଥିଲେ। ଏଥିରେ ନିରୁପାୟ ହୋଇ କର୍ମଚାରୀ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଆନ୍ଧ୍ରରେ ମାଡ ହେଲା ଭୀଷଣ ବାତ୍ୟା 'ଅର୍ଣ୍ଣବ': କାକିନାଡ଼ା ଉପକୂଳରେ ସମୁଦ୍ରର ତାଣ୍ଡବ, ପ୍ରବଳ ବର୍ଷା ଓ ପବନରେ ଜନଜୀବନ ଅସ୍ତବ୍ୟସ୍ତ

ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଏକ ପ୍ଲାନ୍ ପ୍ରସ୍ତୁତ କରାଯାଇଥିଲା। ଅଭିଯୋଗକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ତାଙ୍କ ହାତରୁ ରଙ୍ଗ ବୋଳା ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି। ଏହାପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ମୌସୁମୀ ବେହେରାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। 

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ: ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର