ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ଆହୁରି ୧ ରୁ ୨ ଦିନ ବଢ଼ିପାରେ ସ୍କୁଲ ଛୁଟି: ମନ୍ତ୍ରୀ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଗଭୀର ଅବପାତ କାରଣରୁ ଲଗାଣ ବର୍ଷା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବର୍ଷା ଯଦି ଆହୁରି ଲାଗି ରହେ, ତେବେ ରାଜ୍ୟରେ ବିଦ୍ୟାଳୟଗୁଡ଼ିକର ଛୁଟି ଆଉ ଗୋଟିଏ କିମ୍ବା ଦୁଇ ଦିନ ବୃଦ୍ଧି ପାଇପାରେ। ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ: ଗଞ୍ଜାମ ଉପକୂଳରେ ଫସିଲା ୨୭ଟି ଆନ୍ଧ୍ର ଟ୍ରଲର

ରିପୋର୍ଟ ଅନୁଯାୟୀ, ଗଭୀର ଅବପାତ ପ୍ରଭାବରେ ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ହେଉଛି, ଯାହାଦ୍ୱାରା ବିଶେଷକରି ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାର ଜିଲ୍ଲାପାଳମାନେ ପୂର୍ବରୁ ହିଁ ଦୁଇ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିସାରିଛନ୍ତି। ଯଦି ପାଗରେ ଉନ୍ନତି ନଆସେ ତେବେ ଏହି ଛୁଟି ଅବଧି ଆହୁରି ବଢ଼ିପାରେ। ପାଗ ଏବଂ ଗ୍ରାଉଣ୍ଡ ସ୍ଥିତିକୁ ଦେଖି ସଂପୃକ୍ତ ଜିଲ୍ଲା ପ୍ରଶାସନ ଛୁଟି ବୃଦ୍ଧି ନେଇ ପରବର୍ତ୍ତୀ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଆହୁରି ପଢ଼ନ୍ତୁ: କାଳାହାଣ୍ଡିର ୧୦୦୦ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି ବେଦାନ୍ତ

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି ଯେ ଲଗାଣ ବର୍ଷା କାରଣରୁ ବାରମ୍ବାର ସ୍କୁଲ ବନ୍ଦ ରହୁଥିବାରୁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରଭାବିତ ହେଉଛି। ଏହାଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ତେବେ ପାଠପଢ଼ା କ୍ଷତିକୁ ଭରଣା କରିବା ପାଇଁ ଆବଶ୍ୟକ ପଡ଼ିଲେ ବିଦ୍ୟାଳୟ ଗୁଡ଼ିକରେ ଅତିରିକ୍ତ କ୍ଲାସ୍ ବା ଏକ୍ସଟ୍ରା କ୍ଲାସ୍ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ, ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର