ସେଲ୍‌ଫି ନେବା ହେଲା କାଳ: ନୀଳଗିରିର ବ୍ଲୁ ଲେକ୍‌ରେ ବୁଡ଼ିଗଲେ ଦୁଇ କଲେଜ ଛାତ୍ର

Madhusudan Das Picture
Published On

ବାଲେଶ୍ୱର: ସେଲ୍‌ଫି ନେବା ହେଲା କାଳ । ବ୍ଲୁ ଲେକ୍‌ ବୁଲିବାକୁ ଆସି ପାଣିରେ ବୁଡ଼ି ୨ ଜଣ ନିଖୋଜ । ବାଲେଶ୍ୱର ଜିଲ୍ଲାର ନୀଳଗିରି ସ୍ଥିତ ବ୍ଲୁ ଲେକ୍‌ରେ ଘଟିଛି ଏପରି ଅଭାବନୀୟ ଘଟଣା । ସେଲ୍‌ଫି ନେବା ବେଳେ ଗଭୀର ପାଣିରେ ବୁଡ଼ିଯାଇ ଦୁଇ ଜଣ କଲେଜ ଛାତ୍ର ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟାଞ୍ଚଳ ପରିଦର୍ଶନ ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କାମୁଡ଼ିଲା ସାପ

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, କଲେଜ ଛୁଟି ଥିବାରୁ ବାଲେଶ୍ୱରର ତିନି ଜଣ ସାଙ୍ଗ ଏକ ବାଇକ୍ ଯୋଗେ ନୀଳଗିରି ଥାନା ଅନ୍ତର୍ଗତ ମାଛୁଆ ଗ୍ରାମ ନିକଟରେ ଥିବା ବ୍ଲୁ ଲେକ୍ (Blue Lake) କୁ ବୁଲିବାକୁ ଯାଇଥିଲେ। ନିଖୋଜ ଥିବା ଦୁଇ ଛାତ୍ର ହେଲେ ମୟୂରଭଞ୍ଜ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ତକ୍ତପୁର ଗ୍ରାମର ଅଜିତ ପାତ୍ରଙ୍କ ପୁଅ ଭବିଷ୍ୟ ପାତ୍ର (୧୬) ଏବଂ ଭଦ୍ରକ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ଅପ୍ରତିବିନ୍ଧା ଗ୍ରାମର ଅଂଶୁମାନ ପାତ୍ର। ଏହି ଦୁଇ ଜଣ ଏଫ୍.ଏମ୍. କଲେଜ (FM College) ରେ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଛାତ୍ର ଅଟନ୍ତି।

ଆହୁରି ପଢ଼ନ୍ତୁ: ପାରାଦୀପ ଉପକୂଳରୁ ଚୀନ୍ ଯାଉଥିବା ପାନାମା ଜାହାଜ 'ଏମ୍‌ଭି ଓସେନ୍ ୱିନର' ବୁଡ଼ିଲା: ୨ ଜଣ ଉଦ୍ଧାର, ୨୨ ନିଖୋଜ

ପ୍ରାଥମିକ ସୂଚନା ଅନୁଯାୟୀ, ବ୍ଲୁ ଲେକ୍ ଘାଟ ନିକଟରେ ଥିବା ଏକ ନିମ୍ବ ଗଛ ଉପରକୁ ଚଢ଼ି ଭବିଷ୍ୟ ଓ ଅଂଶୁମାନ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍ ଭାରସାମ୍ୟ ହରାଇ ସେମାନେ ଗଭୀର ପାଣି ମଧ୍ୟକୁ ଖସି ପଡ଼ିଥିଲେ। ସେମାନଙ୍କ ସହିତ ଥିବା ତୃତୀୟ ଛାତ୍ର ରୋଶନ ନାୟକ (୧୬) ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ରୋଶନ କେନ୍ଦୁଝର ଜିଲ୍ଲା ସୋସୋ ଥାନା ହାତୁରୀ କଣା ଗ୍ରାମର ଏବଂ ସେ ରେମୁଣା କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲ୍ୟାବ୍ ଟେକ୍ନିସିଆନଙ୍କ ସନ୍ଦେହଜନକ ମୃତ୍ୟୁ, ପକେଟରୁ ମିଳିଲା ଇଞ୍ଜେକ୍ସନ

ଏହି ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଛାତ୍ରମାନଙ୍କୁ ଠାବ କରିବା ପାଇଁ ହ୍ରଦ ମଧ୍ୟରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ପଚରାଉଚରା ପାଇଁ ପୋଲିସ ରୋଶନଙ୍କୁ ନୀଳଗିରି ଥାନାକୁ ନେଇଛି। ରିପୋର୍ଟ ଲେଖା ହେବା ବେଳକୁ ପୋଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

22 Aug 2026 By Madhusudan Das

ସେଲ୍‌ଫି ନେବା ହେଲା କାଳ: ନୀଳଗିରିର ବ୍ଲୁ ଲେକ୍‌ରେ ବୁଡ଼ିଗଲେ ଦୁଇ କଲେଜ ଛାତ୍ର

ବାଲେଶ୍ୱର: ସେଲ୍‌ଫି ନେବା ହେଲା କାଳ । ବ୍ଲୁ ଲେକ୍‌ ବୁଲିବାକୁ ଆସି ପାଣିରେ ବୁଡ଼ି ୨ ଜଣ ନିଖୋଜ । ବାଲେଶ୍ୱର ଜିଲ୍ଲାର ନୀଳଗିରି ସ୍ଥିତ ବ୍ଲୁ ଲେକ୍‌ରେ ଘଟିଛି ଏପରି ଅଭାବନୀୟ ଘଟଣା । ସେଲ୍‌ଫି ନେବା ବେଳେ ଗଭୀର ପାଣିରେ ବୁଡ଼ିଯାଇ ଦୁଇ ଜଣ କଲେଜ ଛାତ୍ର ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, କଲେଜ ଛୁଟି ଥିବାରୁ ବାଲେଶ୍ୱରର ତିନି ଜଣ ସାଙ୍ଗ ଏକ ବାଇକ୍ ଯୋଗେ ନୀଳଗିରି ଥାନା ଅନ୍ତର୍ଗତ ମାଛୁଆ ଗ୍ରାମ ନିକଟରେ ଥିବା ବ୍ଲୁ ଲେକ୍ (Blue Lake) କୁ ବୁଲିବାକୁ ଯାଇଥିଲେ। ନିଖୋଜ ଥିବା ଦୁଇ ଛାତ୍ର ହେଲେ ମୟୂରଭଞ୍ଜ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ତକ୍ତପୁର ଗ୍ରାମର ଅଜିତ ପାତ୍ରଙ୍କ ପୁଅ ଭବିଷ୍ୟ ପାତ୍ର (୧୬) ଏବଂ ଭଦ୍ରକ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ଅପ୍ରତିବିନ୍ଧା ଗ୍ରାମର ଅଂଶୁମାନ ପାତ୍ର। ଏହି ଦୁଇ ଜଣ ଏଫ୍.ଏମ୍. କଲେଜ (FM College) ରେ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଛାତ୍ର ଅଟନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ, ବ୍ଲୁ ଲେକ୍ ଘାଟ ନିକଟରେ ଥିବା ଏକ ନିମ୍ବ ଗଛ ଉପରକୁ ଚଢ଼ି ଭବିଷ୍ୟ ଓ ଅଂଶୁମାନ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍ ଭାରସାମ୍ୟ ହରାଇ ସେମାନେ ଗଭୀର ପାଣି ମଧ୍ୟକୁ ଖସି ପଡ଼ିଥିଲେ। ସେମାନଙ୍କ ସହିତ ଥିବା ତୃତୀୟ ଛାତ୍ର ରୋଶନ ନାୟକ (୧୬) ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ରୋଶନ କେନ୍ଦୁଝର ଜିଲ୍ଲା ସୋସୋ ଥାନା ହାତୁରୀ କଣା ଗ୍ରାମର ଏବଂ ସେ ରେମୁଣା କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ବୋଲି ଜଣାପଡିଛି।

ଏହି ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଛାତ୍ରମାନଙ୍କୁ ଠାବ କରିବା ପାଇଁ ହ୍ରଦ ମଧ୍ୟରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ପଚରାଉଚରା ପାଇଁ ପୋଲିସ ରୋଶନଙ୍କୁ ନୀଳଗିରି ଥାନାକୁ ନେଇଛି। ରିପୋର୍ଟ ଲେଖା ହେବା ବେଳକୁ ପୋଲିସ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର