'ଏମ୍‌ଏମ୍‌ଡିଆର୍ ସଂଶୋଧନ ବିଲ୍' ଆମ ଖଣି ସମ୍ପଦ ଉପରେ ଥିବା ଆମ ଅଧିକାରକୁ ଛଡ଼ାଇ ନେଇଛି: ନବୀନ ପଟ୍ଟନାୟକ

Madhusudan Das Picture
Published On

ଭୁବନେଶ୍ୱର: ଏ ମାଟି ଆମର, ଏ ଖଣି ସମ୍ପଦ ମଧ୍ୟ ଆମର। ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ଚାଲିଥିବା ଭୟଙ୍କର ଷଡ଼ଯନ୍ତ୍ରକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ। ଓଡ଼ିଶାର ବିପୁଳ ଖଣିଜ ସମ୍ପଦ ଏବଂ ଆର୍ଥିକ ସ୍ୱାଧୀନତା ଉପରେ କେନ୍ଦ୍ର ସରକାରଙ୍କ ଏମ୍‌ଏମ୍‌ଡିଆର୍ ବିଲ୍ ର ପ୍ରଭାବକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରି ସେ ନିକଟରେ ପାରିତ ହୋଇଥିବା ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ୍) ସଂଶୋଧନ ଆଇନ ବା ଏମ୍‌ଏମ୍‌ଡିଆର୍ ବିଲ୍ ବିରୋଧରେ ଏକଜୁଟ୍ ହୋଇ ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରୀ ବର୍ଷା ଓ ବନ୍ୟା ଆଶଙ୍କା: ଆଜି ଭଦ୍ରକ, ସୁନ୍ଦରଗଡ଼ ଓ ଯାଜପୁରରେ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

ଭିଡିଓ ବାର୍ତ୍ତାରେ ନବୀନ ପଟ୍ଟନାୟକ ନିଜର ୨୪ ବର୍ଷର ଶାସନ କାଳରେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ମନେ ପକାଇଛନ୍ତି। ସେ କହିଛନ୍ତି ଯେ, ୨୦୦୦ ମସିହାରେ ଯେତେବେଳେ ଆମେ ଓଡ଼ିଶା ଶାସନର ଦାୟିତ୍ୱ ନେଲୁ, ସେତେବେଳେ ଓଡ଼ିଶାର ଅର୍ଥନୀତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିଲା। ଆମକୁ ଓଭରଡ୍ରାଫ୍ଟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ୨୦୨୪ରେ ଯେତେବେଳେ ସରକାର ପରିବର୍ତ୍ତନ ହେଲା, ସେତେବେଳେ ଆମେ ୫୦ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡ଼ି ଯାଇଥିଲୁ। ଦୃଢ଼ ଆର୍ଥିକ ପରିଚାଳନା ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଥିଲା। ରାଜ୍ୟକୁ ରାଜସ୍ୱ ବଳକା କରିବା ସହିତ ଦ୍ରୁତ ପ୍ରଗତି ଆସିପାରିଥିଲା । ଦାରିଦ୍ର୍ୟ ହ୍ରାସ ପାଇଥିଲା, ଭିତ୍ତିଭୂମିର ଉନ୍ନତି ହୋଇଥିଲା ଏବଂ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏହି ଦ୍ରୁତ ବିକାଶରେ ଖଣି ଟିକସ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ମାତ୍ର ବର୍ତ୍ତମାନ ଏହି ନୂଆ ଆଇନ ଯୋଗୁଁ ଓଡ଼ିଶାର ଅର୍ଥନୀତି ଘୋର ବିପଦରେ ପଡ଼ିଥିବା ସେ ସତର୍କ କରାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଇରଙ୍ଗପୁର ଉପଖଣ୍ଡରେ ବର୍ଷା ବିତ୍ପାତ; କାନ୍ଥ ଭୁଷୁଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ନବୀନ କହିଛନ୍ତି କି, ନିକଟରେ ସଂସଦରେ 'ଖଣି ଏବଂ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍‌' (MMDR Amendment Bill) ପାସ୍ ହୋଇଛି। ଏହା ଦ୍ୱାରା ଓଡ଼ିଶା ତଥା ଓଡ଼ିଶାବାସୀଙ୍କର ଅପୂରଣୀୟ କ୍ଷତି କରିବାକୁ ଯାଉଛି। ଏତେ ଗୁରୁତ୍ୱପୂର୍ଣ୍ଣ ଏକ ସଂଶୋଧନ ବିଲ୍‌କୁ କେନ୍ଦ୍ର ସରକାର ବିନା କୌଣସି ଆଲୋଚନାରେ ପାସ୍ କରିଦେଲେ। କେବଳ ବିଜେଡି ସାଂସଦମାନେ ହିଁ ରାଜ୍ୟସଭାରେ ଏହାକୁ ଦୃଢ଼ ବିରୋଧ କରିଥିଲେ।

ଆହୁରି ପଢ଼ନ୍ତୁ: ଅପହରଣ ଉଦ୍ୟମ ପଣ୍ଡ! ଦୁର୍ବୃତ୍ତ ଦେଇଥିବା ନିଶା ଚୋକଲେଟ୍ ଖାଇ ୩ ଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଏହି ବିଲ୍‌କୁ ବିରୋଧ କରି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏକ ସର୍ବଦଳୀୟ ବୈଠକ ଡାକିବାକୁ ଏବଂ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆହ୍ୱାନ କରିବାକୁ ଚିଠିରେ ଅନୁରୋଧ ମଧ୍ୟ କରିଛନ୍ତି ।

ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହନ୍ତି। ଦଳମତ ନିର୍ବିଶେଷରେ, ମାଟିର ସ୍ୱାର୍ଥ ପାଇଁ ଆଜି ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ଏହି ସଂଶୋଧିତ ବିଲ୍ ଆମ ଖଣି ସମ୍ପଦ ଉପରେ ଥିବା ଆମ ଅଧିକାରକୁ ଛଡ଼ାଇ ନେଇଛି। ଆପଣମାନେ ଜାଣନ୍ତି, ଓଡ଼ିଶାରେ କ୍ରୋମାଇଟ୍‌, ବକ୍ସାଇଟ୍‌, ଲୁହାପଥର, କୋଇଲା ଏବଂ ମାଙ୍ଗାନିଜ୍‌ର ସର୍ବାଧିକ ଭଣ୍ଡାର ରହିଛି। କିନ୍ତୁ ଏହି ନୂଆ ଆଇନ ଏ ସବୁ ଉପରୁ ଆମ ନିୟନ୍ତ୍ରଣ ହଟାଇ ଦେଇଛି। ଆମ ଲୋକଙ୍କ କଲ୍ୟାଣ ପାଇଁ ଆମେ ଆମ ଖଣିରୁ କାହିଁକି ଟିକସ ଆଦାୟ କରିପାରିବୁ ନାହିଁ? ଆମ ଲୋକ ଧୂଳି-ଧୂଆଁ ସହିବେ, ଅଥଚ ଦିଲ୍ଲୀ ଦରବାର ଆମ ସମ୍ପଦରେ ସମୃଦ୍ଧ ହେବ—ଏହାକୁ ଆମେ କେବେ ବି ସହ୍ୟ କରିବୁ ନାହିଁ।

ନବୀନ ଆହୁରି ମଧ୍ୟ କହିଛନ୍ତି କି, ସେ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ସ୍ୱାର୍ଥକୁ ଜଗି ରହିଥିଲେ । କେନ୍ଦ୍ରରେ ଯେକୌଣସି ଦଳର ସରକାର ଥିଲେ ମଧ୍ୟ ଓଡ଼ିଶାର ଅଧିକାର ଛଡ଼ାଇ ନେବାକୁ କେହି ସାହସ କରିପାରୁ ନ ଥିଲେ। ଆପଣମାନେ ୨୦୨୪ରେ ପରିବର୍ତ୍ତନ ଚାହିଁ ନୂଆ ବିଜେପି ସରକାର ଗଠନ କଲେ। କିନ୍ତୁ ମାତ୍ର ଦୁଇ ବର୍ଷ ଭିତରେ ସବୁକିଛି ବଦଳିଗଲା। ଓଡ଼ିଶାକୁ ଏବେ ପୁଣି କେନ୍ଦ୍ରର ଦୟା ଉପରେ ନିର୍ଭର କରିବାକୁ ପଡ଼ିବ। ଆପଣମାନେ ଓଡ଼ିଶାରୁ ଲୋକସଭାକୁ ୨୦ ଜଣ ବିଜେପି ସାଂସଦ ପଠାଇଲେ, କିନ୍ତୁ ଏ ମାଟିର ସ୍ୱାର୍ଥ ପାଇଁ ସେମାନଙ୍କ ମଧ୍ୟରୁ କେହି ହେଲେ ପାଟି ଖୋଲିଲେ ନାହିଁ। ରାଜ୍ୟ ତଥା ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବାରେ ସେମାନେ ସମ୍ପୂର୍ଣ୍ଣ ବିଫଳ ହେଲେ।

ବିଜୁ ବାବୁ ସବୁବେଳେ ରାଜ୍ୟର ବିକାଶ ପାଇଁ 'ଆର୍ଥିକ ସ୍ୱୟଂଶାସନ' ଉପରେ ଗୁରୁତ୍ୱ ଦେଉଥିଲେ। ଏହି ସଂଶୋଧିତ ଆଇନ ଦ୍ୱାରା ଓଡ଼ିଶାର ରାଜସ୍ୱ ଆୟ ବହୁତ କମିଯିବ। ପ୍ରତିବର୍ଷ ଆମକୁ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। ଏହି ଅର୍ଥରେ ଓଡ଼ିଶାରେ ଅନେକ ସ୍କୁଲ, କଲେଜ, ଡାକ୍ତରଖାନା ନିର୍ମାଣ ହୋଇପାରିଥାନ୍ତା; ରାସ୍ତାଘାଟ, ପୋଲ, ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତ ହୋଇପାରିଥାନ୍ତା; ନୂଆ ନୂଆ ଜନହିତକର ଯୋଜନା ହୋଇ ଚାଷୀ ଓ ଗରିବ ଲୋକ ଉପକୃତ ହୋଇପାରିଥାନ୍ତେ।

କିନ୍ତୁ ଏବେ ଏତେ ବଡ଼ କ୍ଷତି ଓଡ଼ିଶା ସହିପାରିବ ତ? ଆମର ଆଗାମୀ ପିଢ଼ି ତଥା ଯୁବସମାଜକୁ ଆମେ କ’ଣ ଜବାବ ଦେବା? #GenZ ଙ୍କ ଭବିଷ୍ୟତ କ'ଣ ହେବ?

ଓଡ଼ିଶାକୁ ଦୁର୍ବଳ କରିବା ପାଇଁ ଚାଲିଥିବା ଏହି ଭୟଙ୍କର ଷଡ଼ଯନ୍ତ୍ରକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ। ଏ ମାଟି ଆମର, ଏ ଖଣି ସମ୍ପଦ ମଧ୍ୟ ଆମର। ଆମ ଅଧିକାରର ସୁରକ୍ଷା ପାଇଁ ମୁଁ ନିଶ୍ଚୟ ଲଢ଼ିବି। ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ହକ୍ ପାଇଁ ମୋର ସଂଗ୍ରାମ ଜାରି ରହିବ। ଏହି ଲଢ଼େଇରେ ଏକଜୁଟ ହୋଇ ସାମିଲ ହେବା ପାଇଁ ସମସ୍ତ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି ନବୀନ ।

19 Aug 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର