ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

କାଠ ଫାଳିଆରେ ପିଟି ହତ୍ୟା ପରେ ଭୂତ ଠେଲିଦେଲା ବୋଲି ନାଟକ ରଚିଥିଲା ଅଭିଯୁକ୍ତ, ଗିରଫ କଲା ପୋଲିସ

Madhusudan Das Picture
Published On

ଭୁବନେଶ୍ୱର: ଚନ୍ଦକା ଥାନା ପାଇକରାପୁର ଗ୍ରାମର ଏକ ରହସ୍ୟମୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କମିସନରେଟ୍‌‌ ପୁଲିସ। ମହନୀ ଦାସ ହତ୍ୟା ଘଟଣାରେ ପୁଲିସ ମାଷ୍ଟର ମାଇଣ୍ଡ୍‌‌ ବ୍ରଜକିଶୋର ଭୋଇ ଓରଫ ବାପିକୁ ଗିରଫ କରିଛି। ବାପି କାଠ ଫାଳିଆରେ ମହନୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ଏହାପରେ ସାଙ୍ଗମାନଙ୍କ ସାମ୍ନାରେ ଭୂତ ବଙ୍ଗଳା ନାଟକ ରଚି କହିଥିଲା ଯେ ଭୂତ ମହନୀକୁ ଛାତରୁ ଠେଲି ଦେବାରୁ ସେ ରକ୍ତାକ୍ତ ହୋଇ ତଳେ ପଡ଼ିଗଲା। ଗୁରୁତର ଅବସ୍ଥାରେ ଅଭିଯୁକ୍ତ ବାପିର ସାଙ୍ଗମାନେ ମୃତକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେପଟେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସାକ୍ଷୀମାନେ ଅଭିଯୁକ୍ତର ଭୂତ ଗପକୁ ବାହାରେ ଧରା ପକାଇ ଦେଇଥିଲେ। ଏଣୁ ଅଭିଯୁକ୍ତ ବାପିକୁ ମହନୀ ହତ୍ୟା ମାମଲାରେ ଗିରଫ କରି କୋର୍ଟଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର: ରାଜ୍ୟର ସମସ୍ତ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼, ଚାରିଆଡ଼େ ‘ହର ହର ମହାଦେବ’ ଧ୍ୱନି

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ କବିତା ଦାସଙ୍କ ସ୍ୱାମୀ ହେଲେ ମହନୀ ଦାସ। ସେ ପାଇକରାପୁର ଗ୍ରାମରେ ଘର ଜ୍ୱାଇଁଆ ଭାବେ ପରିବାର ସହ ରୁହୁଥିଲେ। ସ୍ଥାନୀୟ ଦିବାକର ଭୋଇ ଓ ତାଙ୍କ ପୁଅ ବ୍ରଜକିଶୋର ଭୋଇ ଓରଫ ବାପି ଭୋଇ ଭୂତ ବଙ୍ଗଳାର ଦେଖାଶୁଣା କରୁଥିଲେ। ମୃତକ ମହନୀ ଦାସ, ବଳରାମ ଭୋଇ ଓରଫ ବିନୁ, ବିଷ୍ଣୁ ବେହେରା ଓରଫ ହନୁ, ଲିପୁ ଓରଫ ସନ୍ଦୀପ ଭୋଇ ଏବଂ ବ୍ରଜକିଶୋର ଭୋଇ ଓରଫ ବାପି ଭୋଇ ରାତିରେ ସେହି କୋଠାରେ ଶୋଉଥିଲେ।

ଆହୁରି ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶ ଚିଙ୍ଗୁଡ଼ି କାରଖାନାକୁ ଚାଲାଣ ବେଳେ ୩ ନାବାଳିକା ଉଦ୍ଧାର, ଦଲାଲ ଅଟକ

ଗତ ୧ ତାରିଖ ରାତି ପ୍ରାୟ ୧୧.୩୦ ସମୟରେ ବଳରାମ ଭୋଇ, ବିଷ୍ଣୁ ବେହେରା, ମହାନୀ ଦାସ ଓ ସନ୍ଦୀପ ଭୋଇ ଆଲୁଅ ଲିଭାଇ ଶୋଇଥିବା ସମୟରେ ଅଭିଯୁକ୍ତ ବ୍ରଜକିଶୋର ଭୋଇ ଓରଫ ବାପି ଭୋଇ ଏକ ମୋଟା ବାଉଁଶ ଲାଠି ଧରି ଘର ଭିତରକୁ ପ୍ରବେଶ କରିଥିଲେ। ସେ ଆଲୁଅ ଜଳାଇ ସେଠାରେ ଥିବା ସମସ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାପରେ ବାପି ପ୍ରଥମେ ବିଷ୍ଣୁ ବେହେରାଙ୍କୁ ବାଉଁଶ ଲାଠିରେ ମାଡ଼ ମାରିଥିଲେ। ପରେ ବଳରାମ ଭୋଇଙ୍କୁ ଆକ୍ରମଣ କରିବାରୁ ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଥିଲା। ଏହି ସମୟରେ ମହନୀ ଦାସ ନିଦ୍ରାରେ ଥିବାରୁ ତୁରନ୍ତ ସେଠାରୁ ଯାଇ ପାରି ନଥିଲେ। ଅଭିଯୁକ୍ତ ବାପି ଭୋଇ ତାଙ୍କୁ ମାରିଦେବା ଉଦ୍ଦେଶ୍ୟରେ ବାଉଁଶ ଲାଠିରେ ମହନୀ ଦାସଙ୍କ ମୁଣ୍ଡକୁ ଜୋରରେ ଆଘାତ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଘଟଣାକୁ ଦେଖି ଭୟଭୀତ ହୋଇ ବିନୁ ଓ ହନୁ ସେଠାରୁ ପଳାଇ ଯାଇଥିଲେ। ମହନୀ ଦାସଙ୍କ ମୃତ୍ୟୁ ହୋଇଥିବା ଭାବି ଅଭିଯୁକ୍ତ ବାପି ଭୋଇ ମଧ୍ୟ ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବନ୍ୟା ସ୍ଥିତି: ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଘଟଣା ପରେ ଅଭିଯୁକ୍ତ ବାପି ଭୋଇ ତାଙ୍କ ବନ୍ଧୁ ମାନସ କୁମାର ଭୋଇଙ୍କୁ ଫୋନ୍‌‌ କରିଥିଲା। ସେ ମାନସଙ୍କୁ କହିଥିଲା ଯେ, ମହନୀ ଦାସକୁ ଛାତରୁ ଭୂତ ଠେଲି ଦେଇଛି। ତେଣୁ ସେ ଆହତ ହୋଇଛନ୍ତି। ଏହାପରେ ବାପି ଭୋଇ ଓ ମାନସ କୁମାର ଭୋଇ ଆହତ ମହନୀଙ୍କୁ ପ୍ରଥମେ ସମ୍‌‌ ହସ୍ପିଟାଲ୍‌‌ ଏବଂ ପରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲକୁ ନେଇଥିଲେ। ପ୍ରକୃତ ଘଟଣାକୁ ଲୁଚାଇବା ଉଦ୍ଦେଶ୍ୟରେ ବାପି ଭୋଇ ଡାକ୍ତରଙ୍କୁ ମଧ୍ୟ ମିଥ୍ୟା ସୂଚନା ଦେଇଥିଲେ ଯେ, ମହନୀ ଦାସ ଛାତରୁ ଖସିପଡ଼ି ଆହତ ହୋଇଛନ୍ତି। ଏହି ସମୟରେ ମହନୀ ଏମ୍ସରେ ଚିକିତ୍ସାଧୀନ ଥିବାବେଳେ ବାପି ଭୋଇ ଅଭିଯୋଗକାରିଣୀ କବିତା ଦାସ ଓ ତାଙ୍କ ପରିବାରକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ବାପି ଭୋଇ ସେହି ଅଞ୍ଚଳରୁ ପଳାଇ ଯାଇଥିଲେ। ପରଦିନ ସକାଳେ କବିତା ଦାସ ଘଟଣା ସମ୍ପର୍କରେ ପ୍ରତ୍ୟକ୍ଷଦର୍ଶୀ ହନୁ ଓ ବିନୁଙ୍କୁ ପଚାରିଥିଲେ। ସେମାନେ କହିଥିଲେ ଯେ, ମହନୀ ଛାତରୁ ଖସିପଡ଼ି ନ ଥିଲେ ବରଂ ବାପି ତାଙ୍କୁ ଏକ ବାଉଁଶ ଲାଠିରେ ଆକ୍ରମଣ କରିଥିଲେ। ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା।

ପରେ ମହନୀଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକସ୍ଥିତ ଏସସିବି ମେଡିକାଲ୍‌‌ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମହନୀ ଦାସଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ପୁଣି ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ତାର ନହରକଣ୍ଟା ସ୍ଥିତ ସମ୍ପର୍କୀୟ ଘରୁ ବାପିକୁ ଗିରଫ କରି କୋର୍ଟ ଚାଲାଣ କରିଛି।

08 Aug 2026 By Madhusudan Das

କାଠ ଫାଳିଆରେ ପିଟି ହତ୍ୟା ପରେ ଭୂତ ଠେଲିଦେଲା ବୋଲି ନାଟକ ରଚିଥିଲା ଅଭିଯୁକ୍ତ, ଗିରଫ କଲା ପୋଲିସ

ଭୁବନେଶ୍ୱର: ଚନ୍ଦକା ଥାନା ପାଇକରାପୁର ଗ୍ରାମର ଏକ ରହସ୍ୟମୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କମିସନରେଟ୍‌‌ ପୁଲିସ। ମହନୀ ଦାସ ହତ୍ୟା ଘଟଣାରେ ପୁଲିସ ମାଷ୍ଟର ମାଇଣ୍ଡ୍‌‌ ବ୍ରଜକିଶୋର ଭୋଇ ଓରଫ ବାପିକୁ ଗିରଫ କରିଛି। ବାପି କାଠ ଫାଳିଆରେ ମହନୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ଏହାପରେ ସାଙ୍ଗମାନଙ୍କ ସାମ୍ନାରେ ଭୂତ ବଙ୍ଗଳା ନାଟକ ରଚି କହିଥିଲା ଯେ ଭୂତ ମହନୀକୁ ଛାତରୁ ଠେଲି ଦେବାରୁ ସେ ରକ୍ତାକ୍ତ ହୋଇ ତଳେ ପଡ଼ିଗଲା। ଗୁରୁତର ଅବସ୍ଥାରେ ଅଭିଯୁକ୍ତ ବାପିର ସାଙ୍ଗମାନେ ମୃତକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେପଟେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସାକ୍ଷୀମାନେ ଅଭିଯୁକ୍ତର ଭୂତ ଗପକୁ ବାହାରେ ଧରା ପକାଇ ଦେଇଥିଲେ। ଏଣୁ ଅଭିଯୁକ୍ତ ବାପିକୁ ମହନୀ ହତ୍ୟା ମାମଲାରେ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ କବିତା ଦାସଙ୍କ ସ୍ୱାମୀ ହେଲେ ମହନୀ ଦାସ। ସେ ପାଇକରାପୁର ଗ୍ରାମରେ ଘର ଜ୍ୱାଇଁଆ ଭାବେ ପରିବାର ସହ ରୁହୁଥିଲେ। ସ୍ଥାନୀୟ ଦିବାକର ଭୋଇ ଓ ତାଙ୍କ ପୁଅ ବ୍ରଜକିଶୋର ଭୋଇ ଓରଫ ବାପି ଭୋଇ ଭୂତ ବଙ୍ଗଳାର ଦେଖାଶୁଣା କରୁଥିଲେ। ମୃତକ ମହନୀ ଦାସ, ବଳରାମ ଭୋଇ ଓରଫ ବିନୁ, ବିଷ୍ଣୁ ବେହେରା ଓରଫ ହନୁ, ଲିପୁ ଓରଫ ସନ୍ଦୀପ ଭୋଇ ଏବଂ ବ୍ରଜକିଶୋର ଭୋଇ ଓରଫ ବାପି ଭୋଇ ରାତିରେ ସେହି କୋଠାରେ ଶୋଉଥିଲେ।

ଗତ ୧ ତାରିଖ ରାତି ପ୍ରାୟ ୧୧.୩୦ ସମୟରେ ବଳରାମ ଭୋଇ, ବିଷ୍ଣୁ ବେହେରା, ମହାନୀ ଦାସ ଓ ସନ୍ଦୀପ ଭୋଇ ଆଲୁଅ ଲିଭାଇ ଶୋଇଥିବା ସମୟରେ ଅଭିଯୁକ୍ତ ବ୍ରଜକିଶୋର ଭୋଇ ଓରଫ ବାପି ଭୋଇ ଏକ ମୋଟା ବାଉଁଶ ଲାଠି ଧରି ଘର ଭିତରକୁ ପ୍ରବେଶ କରିଥିଲେ। ସେ ଆଲୁଅ ଜଳାଇ ସେଠାରେ ଥିବା ସମସ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାପରେ ବାପି ପ୍ରଥମେ ବିଷ୍ଣୁ ବେହେରାଙ୍କୁ ବାଉଁଶ ଲାଠିରେ ମାଡ଼ ମାରିଥିଲେ। ପରେ ବଳରାମ ଭୋଇଙ୍କୁ ଆକ୍ରମଣ କରିବାରୁ ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଥିଲା। ଏହି ସମୟରେ ମହନୀ ଦାସ ନିଦ୍ରାରେ ଥିବାରୁ ତୁରନ୍ତ ସେଠାରୁ ଯାଇ ପାରି ନଥିଲେ। ଅଭିଯୁକ୍ତ ବାପି ଭୋଇ ତାଙ୍କୁ ମାରିଦେବା ଉଦ୍ଦେଶ୍ୟରେ ବାଉଁଶ ଲାଠିରେ ମହନୀ ଦାସଙ୍କ ମୁଣ୍ଡକୁ ଜୋରରେ ଆଘାତ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଘଟଣାକୁ ଦେଖି ଭୟଭୀତ ହୋଇ ବିନୁ ଓ ହନୁ ସେଠାରୁ ପଳାଇ ଯାଇଥିଲେ। ମହନୀ ଦାସଙ୍କ ମୃତ୍ୟୁ ହୋଇଥିବା ଭାବି ଅଭିଯୁକ୍ତ ବାପି ଭୋଇ ମଧ୍ୟ ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଥିଲା।

ଘଟଣା ପରେ ଅଭିଯୁକ୍ତ ବାପି ଭୋଇ ତାଙ୍କ ବନ୍ଧୁ ମାନସ କୁମାର ଭୋଇଙ୍କୁ ଫୋନ୍‌‌ କରିଥିଲା। ସେ ମାନସଙ୍କୁ କହିଥିଲା ଯେ, ମହନୀ ଦାସକୁ ଛାତରୁ ଭୂତ ଠେଲି ଦେଇଛି। ତେଣୁ ସେ ଆହତ ହୋଇଛନ୍ତି। ଏହାପରେ ବାପି ଭୋଇ ଓ ମାନସ କୁମାର ଭୋଇ ଆହତ ମହନୀଙ୍କୁ ପ୍ରଥମେ ସମ୍‌‌ ହସ୍ପିଟାଲ୍‌‌ ଏବଂ ପରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲକୁ ନେଇଥିଲେ। ପ୍ରକୃତ ଘଟଣାକୁ ଲୁଚାଇବା ଉଦ୍ଦେଶ୍ୟରେ ବାପି ଭୋଇ ଡାକ୍ତରଙ୍କୁ ମଧ୍ୟ ମିଥ୍ୟା ସୂଚନା ଦେଇଥିଲେ ଯେ, ମହନୀ ଦାସ ଛାତରୁ ଖସିପଡ଼ି ଆହତ ହୋଇଛନ୍ତି। ଏହି ସମୟରେ ମହନୀ ଏମ୍ସରେ ଚିକିତ୍ସାଧୀନ ଥିବାବେଳେ ବାପି ଭୋଇ ଅଭିଯୋଗକାରିଣୀ କବିତା ଦାସ ଓ ତାଙ୍କ ପରିବାରକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ବାପି ଭୋଇ ସେହି ଅଞ୍ଚଳରୁ ପଳାଇ ଯାଇଥିଲେ। ପରଦିନ ସକାଳେ କବିତା ଦାସ ଘଟଣା ସମ୍ପର୍କରେ ପ୍ରତ୍ୟକ୍ଷଦର୍ଶୀ ହନୁ ଓ ବିନୁଙ୍କୁ ପଚାରିଥିଲେ। ସେମାନେ କହିଥିଲେ ଯେ, ମହନୀ ଛାତରୁ ଖସିପଡ଼ି ନ ଥିଲେ ବରଂ ବାପି ତାଙ୍କୁ ଏକ ବାଉଁଶ ଲାଠିରେ ଆକ୍ରମଣ କରିଥିଲେ। ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା।

ପରେ ମହନୀଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକସ୍ଥିତ ଏସସିବି ମେଡିକାଲ୍‌‌ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମହନୀ ଦାସଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ପୁଣି ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ତାର ନହରକଣ୍ଟା ସ୍ଥିତ ସମ୍ପର୍କୀୟ ଘରୁ ବାପିକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର