ଆଜି ବିଶ୍ବ ହସ୍ତୀ ଦିବସ: ଅନାଥ ବବ୍‌ଲୁ ଏବେ ଶିମିଳିପାଳର ଜାଗ୍ରତ ପ୍ରହରୀ

Madhusudan Das Picture
Published On

ବାରିପଦା: ସାରା ବିଶ୍ୱରେ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ ଭାବେ ପାଳନ କରାଯାଉଥିବା ବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ହାତୀ ସଂରକ୍ଷଣ ଓ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଶ୍ବ ହସ୍ତୀ ଦିବସ ଅବସରରେ ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଥିବା ବବଲୁ କୁମକୀ ହାତୀଙ୍କ ଜୀବନ କାହାଣୀ ଏକ ବିଶେଷ ଅର୍ଥ ରଖେ। ଏହା କେବଳ ଏକ ହାତୀଛୁଆର ଉଦ୍ଧାର ନୁହେଁ, ବରଂ ମନୁଷ୍ୟର ଯତ୍ନ, ଧୈର୍ଯ୍ୟ ଓ ପ୍ରକୃତି ପ୍ରତି ଭଲପାଇବାର ଏକ ଉଜ୍ଜ୍ୱଳ ଉଦାହରଣ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

୨୦୧୪ ମସିହା ଡିସେମ୍ବରରେ ଶିମିଳିପାଳର ଘନ ଜଙ୍ଗଲରେ ଏକ ଛୋଟ ହାତୀଛୁଆ ଏକ ଗର୍ତ୍ତରେ ପଡ଼ିଯାଇଥିଲା। ସେ ସମୟରେ ସେ ଅତି ଛୋଟ ଥିଲା ଓ ତା’ର ମା’ କିମ୍ବା ଦଳ ଠାରୁ ବିଛିନ୍ନ ହୋଇଯାଇଥିଲା। ବନବିଭାଗ ଉଦ୍ଧାର କରି ପୁନର୍ବାର ହାତୀପଲ ସହିତ ଯିବାକୁ ଯୋଜନା କରି ବିଫଳ ହୋଇଥିଲା। କାରଣ ମଣିଷ ଛୁଇଁ ଥିବା ସଦସ୍ୟକୁ ହାତୀମାନେ ଗ୍ରହଣ କରିନଥାନ୍ତି । ସମ୍ପୂର୍ଣ୍ଣ ଅନାଥ ଓ ଅସହାୟ ଅବସ୍ଥାରେ ଥିବା ଏହି ଛୁଆକୁ ତତ୍କାଳୀନ ଡୁକୁରା ରେଞ୍ଜର ବଟକୃଷ୍ଣ ପାଢୀଙ୍କ ପ୍ରଚେଷ୍ଟାରେ ବନ ବିଭାଗର କର୍ମଚାରୀମାନେ ତା’ର ଲାଳନପାଳନ ଦାୟିତ୍ୱ ନେଇ ନାମ ରଖିଥିଲେ ବବଲୁ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ବବଲୁଙ୍କୁ ବଞ୍ଚାଇବା ଓ ବଢ଼ାଇବା ପାଇଁ ବନ ବିଭାଗ ବିଶେଷ ବ୍ୟବସ୍ଥା କରିଥିଲା। ତା’ଙ୍କ ପାଇଁ ଏକ ବିଶେଷ ଆଶ୍ରୟ ସ୍ଥଳୀ ତିଆରି କରାଯାଇଥିଲା, ଯେଉଁଠି ସେ ସୁରକ୍ଷିତ ଭାବେ ବଢ଼ିପାରିବ। ଏହି ସମୟରେ ନିଜର ଶାବକ ଲକ୍ଷ୍ମୀକୁ ହରାଇ ଶିମିଳିପାଳରେ  ବନ୍ଦୀ ପ୍ରାୟ ଜୀବନ କାଟୁଥିବା ମା’ ହାତୀ ଶୋଭା ତା’ଙ୍କ ପାଳିତ ମା’ ଭାବେ ଦାୟିତ୍ୱ ନେଇଥିଲେ। ଶୋଭା ବବଲୁଙ୍କୁ ନିଜ ସନ୍ତାନ ପରି ଯତ୍ନ ନେଇଥିଲେ। ଏକ ମାହୁତ ମଧ୍ୟ ତା’ଙ୍କ ଦୈନନ୍ଦିନ ଯତ୍ନ ଓ ଦେଖାଶୁଣା କରୁଥିଲେ। ବନ କର୍ମଚାରୀମାନେ ହାତରେ ତା’ଙ୍କୁ ଖାଦ୍ୟ ଦେଉଥିଲେ, ସ୍ୱାସ୍ଥ୍ୟ ଯାଞ୍ଚ କରୁଥିଲେ ଓ ତା’ଙ୍କୁ ଶାରୀରିକ ଓ ମାନସିକ ଭାବେ ଶକ୍ତିଶାଳୀ କରିବାକୁ ଚେଷ୍ଟା କରୁଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଧୀରେ ଧୀରେ ବବଲୁ ବଡ଼ ହେବାକୁ ଲାଗିଲା। ତା’ଙ୍କୁ କେବଳ ବଞ୍ଚାଇବା ନୁହେଁ, ବରଂ ଭବିଷ୍ୟତରେ ବନ୍ୟ ପରିବେଶକୁ ଫେରାଇବା ପାଇଁ ମଧ୍ୟ ପ୍ରସ୍ତୁତ କରାଯାଉଥିଲା। ଏଥିପାଇଁ ତା’ଙ୍କୁ କୁମକୀ ହାତୀ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା। କୁମକୀ ହାତୀମାନେ ସାଧାରଣତଃ ବନ୍ୟ ହାତୀଙ୍କୁ ନିୟନ୍ତ୍ରଣ କରିବା, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ଓ ମନୁଷ୍ୟ-ହାତୀ ସଂଘର୍ଷ କମାଇବାରେ ବ୍ୟବହୃତ ହୁଅନ୍ତି। ବବଲୁଙ୍କୁ ଏହି ଦିଗରେ ତାଲିମ ଦେଇ କର୍ତ୍ତୃପକ୍ଷ ତା’ଙ୍କୁ ଧୀରେ ଧୀରେ ବନ୍ୟ ଜୀବନ ପାଇଁ ପ୍ରସ୍ତୁତ କରିଥିଲେ।

ଆଜି ବବଲୁକୁ ୧୩ବର୍ଷ । ଶିମିଳିପାଳର ଏକ ପରିଚିତ ନାମ। ସେ ଜେନାବିଲରେ ବନବିଭାଗର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ ନିଭାଉଛି । ତା ଜୀବନର ଋଣ ସେ ସୁଜୁଛି।  ତା’ର କାହାଣୀ ଦର୍ଶାଏ ଯେ ଯଦି ଠିକ୍ ସମୟରେ ଯତ୍ନ ଓ ସୁରକ୍ଷା ମିଳେ, ତେବେ ଏକ ଅନାଥ ହାତୀଛୁଆ ମଧ୍ୟ ବଞ୍ଚିପାରେ ଓ ଉପଯୋଗୀ ଭୂମିକା ନେଇପାରେ। ବିଶ୍ୱ ହସ୍ତୀ ଦିବସରେ ବବଲୁଙ୍କ ଏହି ଯାତ୍ରା ଆମକୁ ମନେ ପକାଏ ଯେ ହାତୀମାନେ ଆମ ପରିବେଶର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେମାନଙ୍କ ସୁରକ୍ଷା, ବାସସ୍ଥାନ ସଂରକ୍ଷଣ ଓ ମନୁଷ୍ୟ-ହାତୀ ସହଅସ୍ତିତ୍ୱ ପାଇଁ ଆମ ସମସ୍ତଙ୍କ ଦାୟିତ୍ୱ ରହିଛି।

ବବଲୁ ଓ ଶୋଭାଙ୍କ ଏହି ବନ୍ଧନ ତଥା ବନ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ଶିମିଳିପାଳର ଏକ ଗର୍ବର କାହାଣୀ ଭାବେ ରହିଛି। ତେବେ ଇତି ମଧ୍ୟରେ ଶୋଭାର ମୃତ୍ୟୁ ହୋଇଥିବା ବେଳେ ବବଲୁ ସହିତ ରାଜକୁମାର ଓ ଶିବାନୀ ଅନ୍ୟ ଦୁଇ କୁମକୀ ହାତୀ ସାଙ୍ଗ ଦେଉଛନ୍ତି । ଆଗାମୀ ଦିନରେ ବବଲୁ ଉପରେ ଏକ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରି ସ୍ମୃତିକୁ ଜୀବିତ ରଖିବାକୁ ବନ୍ୟପ୍ରାଣୀ ପ୍ରେମୀ ତଥା ବିଶେଷଜ୍ଞ ଭାନୁମିତ୍ର ଆଚାର୍ଯ୍ୟ ସରକାରଙ୍କୁ ପ୍ରସ୍ତାବ ରଖିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର