ଫ୍ଲାଇଟ୍ ବାତିଲକୁ ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା, ଭାଙ୍ଗିଦେଲେ କମ୍ପ୍ୟୁଟର ଓ ସ୍କାନର

Madhusudan Das Picture
Published On

ଭୁବନେଶ୍ୱର: ବିମାନ ବାତିଲ ପରେ ବିମାନବନ୍ଦରରେ ମହିଳା ଯାତ୍ରୀଙ୍କ ହଙ୍ଗାମା । ଏୟାରପୋର୍ଟରେ କଲେ ଭଙ୍ଗାରୁଜା । ଭୁବନେଶ୍ୱର ବିମାନବନ୍ଦରଠାରେଏକ ଇଣ୍ଡିଗୋ ବିମାନ ବାତିଲ ହେବା ପରେ ଜଣେ ମହିଳା ଯାତ୍ରୀଙ୍କ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି। ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନଟି ବିଳମ୍ବ ହେବା ସହ ପରେ ବାତିଲ ହୋଇଥିଲା, ଯାହା ଫଳରେ ଅନେକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣକ ନିଜ ପୁଅର ଚିକିତ୍ସା ପାଇଁ କୋଲକାତା ଯିବାର ଥିଲା । ତେବେ ବିମାନ ବାତିଲ ହେବା ଖବର ଶୁଣି ସେ ଉତ୍ତ୍ୟକ୍ତ ହୋଇପଡିଥିଲେ। କ୍ରୋଧାନ୍ୱିତ ହୋଇ ସେ ବିମାନବନ୍ଦର ପରିସରରେ ପ୍ରବଳ ହଙ୍ଗାମା କରିବା ସହ ଏକ କମ୍ପ୍ୟୁଟର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଏହି ଉତ୍ତ୍ୟକ୍ତ ଆଚରଣର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଏହି ଘଟଣା ଏବଂ ବିମାନ ବାତିଲ ପରେ ମହିଳା ଜଣକ ଶେଷରେ ଅନ୍ୟ ଏକ କନେକ୍ଟିଂ ଫ୍ଲାଇଟ୍ (ସଂଯୋଗକାରୀ ବିମାନ) ଯୋଗେ କୋଲକାତା ଯିବାରେ ସଫଳ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ବିମାନବନ୍ଦରରେ କମ୍ପ୍ୟୁଟର ଭଙ୍ଗାରୁଜା ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏୟାରପୋର୍ଟ ଥାନାରେ ଏକ ଲିଖିତ ଅଭିଯୋଗ ଦାଏର କରାଯାଇଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର