ଭାରତର ସହନଶୀଳତାକୁ ଦୁର୍ବଳତା ଭାବନ୍ତୁନି ଶତ୍ରୁ: ‘ଅପରେସନ୍ ସିନ୍ଦୂର’କୁ ନେଇ ବଡ଼ ବୟାନ ଦେଲେ ଅଜିତ ଡୋଭାଲ

Suryakanta Picture
Published On

ଭାରତର ଉଦାରତା ଏବଂ ସହନଶୀଳତାକୁ କଦାପି ଏହାର ଦୁର୍ବଳତା ବୋଲି ବିବେଚନା କରାଯିବା ଉଚିତ୍ ନୁହେଁ। ଆବଶ୍ୟକ ପଡ଼ିଲେ ଦେଶ ବିପଦର ସାମ୍ନା କରିବା ସହ ପରିଣାମକୁ ଖାତିର ନକରି ଶତ୍ରୁ ଉପରେ କଡ଼ା ପ୍ରହାର କରିବାକୁ ସକ୍ଷମ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ସ୍ପଷ୍ଟ କରିଛନ୍ତି। 'ଅପରେସନ୍ ସିନ୍ଦୂର' ପରେ ପ୍ରଥମ ଥର ପାଇଁ ଏକ ସାକ୍ଷାତକାରରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

'ଅପରେସନ୍ ସିନ୍ଦୂର'ର ମୂଳ ଲକ୍ଷ୍ୟ

ଡିସକଭରୀର ଆଗାମୀ ଡକ୍ୟୁମେଣ୍ଟାରୀ ସିରିଜ୍ ଲାଗି ଏକ ସାକ୍ଷାତକାର ଦେଇ ଶ୍ରୀ ଡୋଭାଲ କହିଛନ୍ତି ଯେ, ୮୮ ଘଣ୍ଟା ଧରି ଚାଲିଥିବା ଏହି ସାମରିକ ଅଭିଯାନର ମୂଳ ଉଦ୍ଦେଶ୍ୟ ଥିଲା ଶତ୍ରୁମାନଙ୍କ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିବା, ବିଶେଷକରି ଯେଉଁମାନେ ଏପ୍ରିଲ୍ ୨୨ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଥିଲେ। ମେ ୭ ତାରିଖରେ ଭାରତୀୟ ସେନା ପକ୍ଷରୁ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା, ଯେଉଁଥିରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ରେ ଥିବା ଏକାଧିକ ଆତଙ୍କବାଦୀ ଭିତ୍ତିଭୂମି ଉପରେ ସଠିକ୍ ଆକ୍ରମଣ କରାଯାଇଥିଲା। ବିଶ୍ୱ ପାଇଁ ବାର୍ତ୍ତା ସ୍ପଷ୍ଟ ଯେ, ଭାରତ ଶାନ୍ତି ଚାହେଁ, କିନ୍ତୁ ଏହାକୁ ଦୁର୍ବଳତା ବୋଲି ବିଚାର କରାଯିବା ଉଚିତ୍ ନୁହେଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଡିସକଭରୀର ଡକ୍ୟୁମେଣ୍ଟାରୀ ସିରିଜ୍ 'ଡିକ୍ଲାସିଫାଏଡ୍: ଅପରେସନ୍ ସିନ୍ଦୂର'

ଏହି ସମସ୍ତ ଘଟଣାବଳୀକୁ ନେଇ ପ୍ରସ୍ତୁତ ଦୁଇ ଭାଗ ବିଶିଷ୍ଟ ଡକ୍ୟୁମେଣ୍ଟାରୀ ସିରିଜ୍ 'ଡିକ୍ଲାସିଫାଏଡ୍: ଅପରେସନ୍ ସିନ୍ଦୂର' ଶନିବାର ରାତି ୯ ଟା ରେ ଡିସକଭରୀ ଚ୍ୟାନେଲ୍ ଏବଂ ଷ୍ଟ୍ରିମିଂ ପ୍ଲାଟଫର୍ମ discovery+ ରେ ପ୍ରସାରିତ ହେବ। ଏହି ସିରିଜ୍‌ରେ ଅପରେସନ୍ ସିନ୍ଦୂର ସମୟର ରଣନୀତି, ନିଷ୍ପତ୍ତି ନେବାର ପ୍ରକ୍ରିୟା ଏବଂ ଭାରତର ସାମରିକ ତଥା ଜାତୀୟ ସୁରକ୍ଷା ନେତୃତ୍ୱଙ୍କ ବିବରଣୀ ପ୍ରଦାନ କରାଯାଇଛି। କିପରି ଭାରତ ଏକ ସଫଳ ସାମରିକ ଜବାବ ଦେଇଥିଲା, ତାର ପ୍ରତ୍ୟକ୍ଷ ଦୃଶ୍ୟ ଏଥିରେ ଦେଖିବାକୁ ମିଳିବ ବୋଲି ନିର୍ମାତା ସଂସ୍ଥା ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର