ବାଲିଅନ୍ତାରେ ପୁଣି ବର୍ବରତା; ଯୁବକଙ୍କୁ ପିଟିପିଟି ହତ୍ୟା ଉଦ୍ୟମ, ଥାନା ଘେରାଉ କଲେ ଗ୍ରାମବାସୀ

Madhusudan Das Picture
Published On

ବାଲିଅନ୍ତା: ପୁଣି ବାଲିଅନ୍ତାରେ ବର୍ବରତା। ସୌମ୍ୟଙ୍କ ଭିଡ ହିଂସା ହତ୍ୟା ଘଟଣା ତଦନ୍ତ ଏଯାଏଁ ଚାଲୁ ରହିଥିବା ବେଳେ ପୁଣି ଥରେ ଆଉ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବ୍ରାହ୍ମଣଷଡ଼ଙ୍ଗୀ ଗାଁର ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା ଉଦ୍ୟମ ଅଭିଯୋଗ । ଗୁରୁତର ଅବସ୍ଥାରେ ଏବେ ହସ୍ପିଟାଲ ବେଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ଯୁବକ ଲକ୍ଷ୍ମୀଧର ସ୍ବାଇଁ । ଏହାକୁ ବିରୋଧ କରି ଗ୍ରାମବାସୀ ଥାନାକୁ ଘେରାଉ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ବେହାଲ ରାଜଧାନୀ: ଭୁବନେଶ୍ୱରର ଅନେକ ଅଞ୍ଚଳ ଜଳମଗ୍ନ, ଅସ୍ତବ୍ୟସ୍ତ ଜନଜୀବନ

ଗତ ରବିବାର ସଂଧ୍ୟାରେ ବ୍ରାହ୍ମଣଷଡ଼ଙ୍ଗୀ ଛକ ନିକଟରେ ଲକ୍ଷ୍ମୀଧରଙ୍କୁ କିଛି ନିଶାସକ୍ତ ଯୁବକ ରଡରେ ପିଟି ପିଟି ଫିଙ୍ଗି ଦେଇଥିଲେ । ଯୁବକଙ୍କ ଅବସ୍ଥା ଗୁରୁତର ଥିବା ସହ କୋମାରେ ରହି ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଯାଉଛି। ରବିବାର ଠାରୁ ଘଟଣା ଘଟିଥିଲେ ବି ବାଲିଅନ୍ତା ପୋଲିସ ଏପର୍ଯ୍ୟନ୍ତ କାହିଁକି ଆକ୍ସନକୁ ଆସିନି ? କାହିଁକି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ । ପୁଲିସର ଭୂମିକାରେ ଅସନ୍ତୁଷ୍ଟ ଷଡଙ୍ଗୀ ଗ୍ରାମବାସୀ ଥାନା ଘେରାଉ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: ଅତି ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ପାଇଁ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କଲା IMD

12 Aug 2026 By Madhusudan Das

ବାଲିଅନ୍ତାରେ ପୁଣି ବର୍ବରତା; ଯୁବକଙ୍କୁ ପିଟିପିଟି ହତ୍ୟା ଉଦ୍ୟମ, ଥାନା ଘେରାଉ କଲେ ଗ୍ରାମବାସୀ

ବାଲିଅନ୍ତା: ପୁଣି ବାଲିଅନ୍ତାରେ ବର୍ବରତା। ସୌମ୍ୟଙ୍କ ଭିଡ ହିଂସା ହତ୍ୟା ଘଟଣା ତଦନ୍ତ ଏଯାଏଁ ଚାଲୁ ରହିଥିବା ବେଳେ ପୁଣି ଥରେ ଆଉ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବ୍ରାହ୍ମଣଷଡ଼ଙ୍ଗୀ ଗାଁର ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା ଉଦ୍ୟମ ଅଭିଯୋଗ । ଗୁରୁତର ଅବସ୍ଥାରେ ଏବେ ହସ୍ପିଟାଲ ବେଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ଯୁବକ ଲକ୍ଷ୍ମୀଧର ସ୍ବାଇଁ । ଏହାକୁ ବିରୋଧ କରି ଗ୍ରାମବାସୀ ଥାନାକୁ ଘେରାଉ କରିଛନ୍ତି। 

ଗତ ରବିବାର ସଂଧ୍ୟାରେ ବ୍ରାହ୍ମଣଷଡ଼ଙ୍ଗୀ ଛକ ନିକଟରେ ଲକ୍ଷ୍ମୀଧରଙ୍କୁ କିଛି ନିଶାସକ୍ତ ଯୁବକ ରଡରେ ପିଟି ପିଟି ଫିଙ୍ଗି ଦେଇଥିଲେ । ଯୁବକଙ୍କ ଅବସ୍ଥା ଗୁରୁତର ଥିବା ସହ କୋମାରେ ରହି ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଯାଉଛି। ରବିବାର ଠାରୁ ଘଟଣା ଘଟିଥିଲେ ବି ବାଲିଅନ୍ତା ପୋଲିସ ଏପର୍ଯ୍ୟନ୍ତ କାହିଁକି ଆକ୍ସନକୁ ଆସିନି ? କାହିଁକି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ । ପୁଲିସର ଭୂମିକାରେ ଅସନ୍ତୁଷ୍ଟ ଷଡଙ୍ଗୀ ଗ୍ରାମବାସୀ ଥାନା ଘେରାଉ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର