ଅଗଷ୍ଟ ୧୭ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ‘ଜନ ଅଭିଯୋଗ ଶୁଣାଣି’

Madhusudan Das Picture
Published On

ଭୁବନେଶ୍ୱର: ଅଗଷ୍ଟ ୧୭ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ‘ଜନ ଅଭିଯୋଗ ଶୁଣାଣି’ । ରାଜ୍ୟବାସୀଙ୍କ ସମସ୍ୟାର ସିଧାସଳଖ ସମାଧାନ ପାଇଁ ଉଦ୍ଦିଷ୍ଟ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ଅଗଷ୍ଟ ୧୭ ତାରିଖ (ସୋମବାର) ଦିନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଶୁକ୍ରବାର ଦିନ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପରବର୍ତ୍ତୀ ଜନ ଅଭିଯୋଗ ଶୁଣାଣି କେବେ ଅନୁଷ୍ଠିତ ହେବ, ସେ ନେଇ ଖବରକାଗଜ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଆଗୁଆ ଅବଗତ କରାଯିବ। ତେଣୁ ଆସନ୍ତା ସୋମବାର ଦିନ ଅଭିଯୋଗକାରୀମାନେ ଅଭିଯୋଗ ପ୍ରକୋଷ୍ଠକୁ ନଆସିବା ପାଇଁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର