ଚାଷକାମ ସାରି ଫେରୁଥିବାବେଳେ ଗେଙ୍ଗୁଟି ନଦୀରେ ଭାସି ଯାଇ ଚାଷୀ ନିଖୋଜ

Madhusudan Das Picture
Published On

ଭଦ୍ରକ: ଚାଷକାମ ସାରି ଫେରୁଥିଲେ, ଗେଙ୍ଗୁଟି ନଦୀରେ ଭାସି ଯାଇ ଚାଷୀ ନିଖୋଜ । ଗେଙ୍ଗୁଟି ନଦୀରେ ହଠାତ୍ ବନ୍ୟାଜଳ ବଢ଼ିବାରୁ ବିଲରୁ ଘରକୁ ଫେରୁଥିବା ବେଳେ ଜଣେ ଚାଷୀ ଭାସିଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ଚାଷୀ ହେଲେ ଧାମନଗର ଥାନା ଅଧୀନ ଆନନ୍ଦପୁର ପଞ୍ଚାୟତ ପାହାଡ଼ପୁର ଯେନାସାହିର ଗଣେଶ ଯେନା (୫୨)।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ସୂଚନା ଅନୁଯାୟୀ, ଆଜି ସକାଳେ ଗଣେଶଙ୍କ ସମେତ ୫ଜଣ ଚାଷୀ ଧାନ ରୋଇବା ପାଇଁ ବିଲକୁ ଯାଇଥିଲେ। କାମ ସାରି ସମସ୍ତେ ଫେରୁଥିବା ବେଳେ ଗେଙ୍ଗୁଟି ନଦୀରେ ହଠାତ୍ ବନ୍ୟାଜଳ ବଢ଼ିଯାଇଥିଲା। ଏହି ସମୟରେ ଗଣେଶ ପାଣି ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ଘଟଣା ପରେ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ନିଖୋଜ ଗଣେଶଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଗେଙ୍ଗୁଟି ସମେତ ଧାମନଗର ଅଞ୍ଚଳର ବିଭିନ୍ନ ନଦୀରେ ବନ୍ୟାଜଳ ବଢ଼ିଥିବାରୁ ନଦୀକୂଳିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର