ଚାଷକାମ ସାରି ଫେରୁଥିବାବେଳେ ଗେଙ୍ଗୁଟି ନଦୀରେ ଭାସି ଯାଇ ଚାଷୀ ନିଖୋଜ

Madhusudan Das Picture
Published On

ଭଦ୍ରକ: ଚାଷକାମ ସାରି ଫେରୁଥିଲେ, ଗେଙ୍ଗୁଟି ନଦୀରେ ଭାସି ଯାଇ ଚାଷୀ ନିଖୋଜ । ଗେଙ୍ଗୁଟି ନଦୀରେ ହଠାତ୍ ବନ୍ୟାଜଳ ବଢ଼ିବାରୁ ବିଲରୁ ଘରକୁ ଫେରୁଥିବା ବେଳେ ଜଣେ ଚାଷୀ ଭାସିଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ଚାଷୀ ହେଲେ ଧାମନଗର ଥାନା ଅଧୀନ ଆନନ୍ଦପୁର ପଞ୍ଚାୟତ ପାହାଡ଼ପୁର ଯେନାସାହିର ଗଣେଶ ଯେନା (୫୨)।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ସୂଚନା ଅନୁଯାୟୀ, ଆଜି ସକାଳେ ଗଣେଶଙ୍କ ସମେତ ୫ଜଣ ଚାଷୀ ଧାନ ରୋଇବା ପାଇଁ ବିଲକୁ ଯାଇଥିଲେ। କାମ ସାରି ସମସ୍ତେ ଫେରୁଥିବା ବେଳେ ଗେଙ୍ଗୁଟି ନଦୀରେ ହଠାତ୍ ବନ୍ୟାଜଳ ବଢ଼ିଯାଇଥିଲା। ଏହି ସମୟରେ ଗଣେଶ ପାଣି ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

ଘଟଣା ପରେ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ନିଖୋଜ ଗଣେଶଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଗେଙ୍ଗୁଟି ସମେତ ଧାମନଗର ଅଞ୍ଚଳର ବିଭିନ୍ନ ନଦୀରେ ବନ୍ୟାଜଳ ବଢ଼ିଥିବାରୁ ନଦୀକୂଳିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର