ଆନ୍ଧ୍ରପ୍ରଦେଶ ଚିଙ୍ଗୁଡ଼ି କାରଖାନାକୁ ଚାଲାଣ ବେଳେ ୩ ନାବାଳିକା ଉଦ୍ଧାର, ଦଲାଲ ଅଟକ

Madhusudan Das Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁର ରେଳ ଷ୍ଟେସନରୁ ଏକ ବଡ଼ ଧରଣର ମାନବ ଚାଲାଣ ଉଦ୍ୟମକୁ ପଣ୍ଡ କରାଯାଇଛି। ଆନ୍ଧ୍ରପ୍ରଦେଶର ଏକ ଚିଙ୍ଗୁଡ଼ି କାରଖାନାକୁ କାମ କରିବାକୁ ଚାଲାଣ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ୱାରା ୩ ଜଣ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ନାବାଳିକାମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷୋତ୍ତମପୁର ଓ ଛତ୍ରପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ପୁରୀ ଜିଲ୍ଲାର ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ପୋଲିସ-NFSU ମଧ୍ୟରେ ୫ ବର୍ଷିଆ MoU ସ୍ୱାକ୍ଷରିତ: ସାଇବର ଅପରାଧ ତଦନ୍ତ ହେବ ସୁଦୃଢ଼

ସୂଚନା ଅନୁଯାୟୀ, କବିସୂର୍ଯ୍ୟନଗର ଅଞ୍ଚଳର ଏ. ମଗୁନି ପାତ୍ର ନାମକ ଜଣେ ଦଲାଲ ଏହି ନାବାଳିକାମାନଙ୍କୁ ପ୍ରଥମେ ଏକ ବସ୍ ଯୋଗେ ଛତ୍ରପୁର ଷ୍ଟେସନକୁ ଆଣିଥିଲା। ସେଠାରୁ ପୁରୀ-ତିରୁପତି ଏକ୍ସପ୍ରେସ୍ ଯୋଗେ ସେମାନଙ୍କୁ ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡ଼ା ଅଞ୍ଚଳକୁ ନେବା ପାଇଁ ସେ ଯୋଜନା କରିଥିଲା। କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀମାନେ ତୁରନ୍ତ ଷ୍ଟେସନରେ ଚଢ଼ାଉ କରି ନାବାଳିକାମାନଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରୁ ଦଲାଲକୁ ଅଟକ ରଖାଯାଇଛି ଏବଂ ପୋଲିସ ପକ୍ଷରୁ ତାକୁ ଅଧିକ ପଚରାଉଚରା ଜାରି ରହିଛି।

ଆହୁରି ପଢ଼ନ୍ତୁ: BRICS ପ୍ରତିନିଧିଙ୍କୁ ସ୍ୱାଗତ କଲା ଓଡ଼ିଶା: ଶିକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ପୂର୍ବରୁ ରାତ୍ରିଭୋଜନରେ ସାମିଲ ହେଲେ ରାଜ୍ୟପାଳ

ବିଭାଗୀୟ ଅଧିକାରୀଙ୍କ ତଦନ୍ତରୁ ଜଣାପଡ଼ିଛି ଯେ, ଉଦ୍ଧାର ହୋଇଥିବା ନାବାଳିକାମାନେ ପୂର୍ବରୁ ମଧ୍ୟ ଉକ୍ତ ଚିଙ୍ଗୁଡ଼ି କାରଖାନାରେ କାମ କରୁଥିଲେ। କିଛି ଦିନ ପାଇଁ ଛୁଟିରେ ଘରକୁ ଆସିଥିବା ବେଳେ ଏବେ ପୁଣିଥରେ ସେମାନଙ୍କୁ ସେଠାକୁ କାମ ପାଇଁ ନିଆଯାଉଥିଲା। ତେବେ ଉକ୍ତ ଚିଙ୍ଗୁଡ଼ି କାରଖାନାରେ କେବଳ ଏହି ତିନି ଜଣ ନୁହନ୍ତି, ବରଂ ଗଞ୍ଜାମ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ବହୁ ସଂଖ୍ୟାରେ ନାବାଳିକାଙ୍କୁ ନିୟୋଜିତ କରାଯାଇଥିବା ସାମ୍ନାକୁ ଆସିଛି। ଏହି ଘଟଣା ଏକ ବଡ଼ ଧରଣର ଶିଶୁ ଶ୍ରମିକ ଓ ମାନବ ଚାଲାଣ ରାକେଟ୍ ଆଡ଼କୁ ଇଙ୍ଗିତ କରୁଥିବାରୁ ପ୍ରଶାସନ ପକ୍ଷରୁ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଅତି ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ପାଇଁ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କଲା IMD

11 Aug 2026 By Madhusudan Das

ଆନ୍ଧ୍ରପ୍ରଦେଶ ଚିଙ୍ଗୁଡ଼ି କାରଖାନାକୁ ଚାଲାଣ ବେଳେ ୩ ନାବାଳିକା ଉଦ୍ଧାର, ଦଲାଲ ଅଟକ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁର ରେଳ ଷ୍ଟେସନରୁ ଏକ ବଡ଼ ଧରଣର ମାନବ ଚାଲାଣ ଉଦ୍ୟମକୁ ପଣ୍ଡ କରାଯାଇଛି। ଆନ୍ଧ୍ରପ୍ରଦେଶର ଏକ ଚିଙ୍ଗୁଡ଼ି କାରଖାନାକୁ କାମ କରିବାକୁ ଚାଲାଣ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ୱାରା ୩ ଜଣ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ନାବାଳିକାମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷୋତ୍ତମପୁର ଓ ଛତ୍ରପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ପୁରୀ ଜିଲ୍ଲାର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, କବିସୂର୍ଯ୍ୟନଗର ଅଞ୍ଚଳର ଏ. ମଗୁନି ପାତ୍ର ନାମକ ଜଣେ ଦଲାଲ ଏହି ନାବାଳିକାମାନଙ୍କୁ ପ୍ରଥମେ ଏକ ବସ୍ ଯୋଗେ ଛତ୍ରପୁର ଷ୍ଟେସନକୁ ଆଣିଥିଲା। ସେଠାରୁ ପୁରୀ-ତିରୁପତି ଏକ୍ସପ୍ରେସ୍ ଯୋଗେ ସେମାନଙ୍କୁ ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡ଼ା ଅଞ୍ଚଳକୁ ନେବା ପାଇଁ ସେ ଯୋଜନା କରିଥିଲା। କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀମାନେ ତୁରନ୍ତ ଷ୍ଟେସନରେ ଚଢ଼ାଉ କରି ନାବାଳିକାମାନଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରୁ ଦଲାଲକୁ ଅଟକ ରଖାଯାଇଛି ଏବଂ ପୋଲିସ ପକ୍ଷରୁ ତାକୁ ଅଧିକ ପଚରାଉଚରା ଜାରି ରହିଛି।

ବିଭାଗୀୟ ଅଧିକାରୀଙ୍କ ତଦନ୍ତରୁ ଜଣାପଡ଼ିଛି ଯେ, ଉଦ୍ଧାର ହୋଇଥିବା ନାବାଳିକାମାନେ ପୂର୍ବରୁ ମଧ୍ୟ ଉକ୍ତ ଚିଙ୍ଗୁଡ଼ି କାରଖାନାରେ କାମ କରୁଥିଲେ। କିଛି ଦିନ ପାଇଁ ଛୁଟିରେ ଘରକୁ ଆସିଥିବା ବେଳେ ଏବେ ପୁଣିଥରେ ସେମାନଙ୍କୁ ସେଠାକୁ କାମ ପାଇଁ ନିଆଯାଉଥିଲା। ତେବେ ଉକ୍ତ ଚିଙ୍ଗୁଡ଼ି କାରଖାନାରେ କେବଳ ଏହି ତିନି ଜଣ ନୁହନ୍ତି, ବରଂ ଗଞ୍ଜାମ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ବହୁ ସଂଖ୍ୟାରେ ନାବାଳିକାଙ୍କୁ ନିୟୋଜିତ କରାଯାଇଥିବା ସାମ୍ନାକୁ ଆସିଛି। ଏହି ଘଟଣା ଏକ ବଡ଼ ଧରଣର ଶିଶୁ ଶ୍ରମିକ ଓ ମାନବ ଚାଲାଣ ରାକେଟ୍ ଆଡ଼କୁ ଇଙ୍ଗିତ କରୁଥିବାରୁ ପ୍ରଶାସନ ପକ୍ଷରୁ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର