ମନୋରଞ୍ଜନ

କରଞ୍ଜିଆରେ ଦନ୍ତାହାତୀ ଆତଙ୍କ: ଘର ଭାଙ୍ଗିଲା, ୫ବର୍ଷର ଶିଶୁକୁ କଚାଡି ମାରିଲା

Madhusudan Das Picture
Published On

କରଞ୍ଜିଆ: କରଞ୍ଜିଆରେ ଦନ୍ତାହାତୀ ଆତଙ୍କ । ମୟୁରଭଞ୍ଜ ଜିଲ୍ଲା ନେଢୁଆପାଳର ବାମିଆ ସାହିରେ ଗତ ରାତି ପ୍ରାୟ ୩ଟା ସମୟରେ ଏକ ଦନ୍ତାହାତୀ ଘରେ ପଶି ଘର ଭାଙ୍ଗିବା ସହ ଆକ୍ରମଣରେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ୩ଟା ସମୟରେ ଏକ ଦନ୍ତାହାତୀ ନେଢୁଆପାଳ ବାମେଇ ସାହିରେ ପ୍ରବେଶ କରିଥିଲା। ହାତୀଟି ଗୋଟିଏ ଘର ଭିତରକୁ ପଶି ଘର ଭାଙ୍ଗିବା ସମୟରେ ଘରେ ଥିବା ଏକ ଛୋଟ ଶିଶୁ ହାତୀ ଆକ୍ରମଣର ଶିକାର ହୋଇଥିଲା। 

ଆହୁରି ପଢ଼ନ୍ତୁ: BRICS ପ୍ରତିନିଧିଙ୍କୁ ସ୍ୱାଗତ କଲା ଓଡ଼ିଶା: ଶିକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ପୂର୍ବରୁ ରାତ୍ରିଭୋଜନରେ ସାମିଲ ହେଲେ ରାଜ୍ୟପାଳ

ମୃତ ଶିଶୁ ଜଣକ ହେଲେ ପୂର୍ଣ୍ଣଚନ୍ଦ୍ର ଲାଗୁରି, ବୟସ ମାତ୍ର ୫ ବର୍ଷ। ତାଙ୍କ ବାପା ଭରତ ଲାଗୁରି ଏବଂ ମାଆ ସରସ୍ୱତୀ ଗାଗରାଇ ବୋଲି ଜଣାପଡ଼ିଛି। ହାତିଟି ଆଖପାଖ ଘର ମଧ୍ୟ କ୍ଷତି ଘଟାଇଥିବା ସାମ୍ନାକୁ ଆସିଛି । ଏହି ଘଟଣା ପରେ ବାମିଆସାହି ସମେତ ଆଖପାଖ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଘରେ ଶୋଇଥିବା ଅବସ୍ଥାରେ ଏଭଳି ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହାତୀ ଚଳପ୍ରଚଳକୁ ନେଇ ଭୟ ବଢ଼ିଛି।ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରିବା ସହ ହାତୀର ଗତିବିଧି ଉପରେ ନଜର ରଖିବା ଏବଂ ଅଞ୍ଚଳବାସୀଙ୍କୁ ସତର୍କ କରିବା ନେଇ ପଦକ୍ଷେପ ନେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।ଏହି ଦୁଃଖଦ ଘଟଣାକୁ ନେଇ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମଣିଷ-ହାତୀ ସଂଘର୍ଷ ରୋକିବା ସହ ଜନବସତି ଅଞ୍ଚଳରେ ହାତୀ ପ୍ରବେଶ ରୋକିବା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେଡିର ଅଭିଯୋଗ: ସରକାରୀ କାର୍ଯ୍ୟକ୍ରମରେ ପ୍ରୋଟୋକଲକୁ ଦଳୀୟ ସ୍ୱାର୍ଥ ପାଇଁ ବଳି ଦିଆଯାଉଛି

14 Aug 2026 By Madhusudan Das

କରଞ୍ଜିଆରେ ଦନ୍ତାହାତୀ ଆତଙ୍କ: ଘର ଭାଙ୍ଗିଲା, ୫ବର୍ଷର ଶିଶୁକୁ କଚାଡି ମାରିଲା

କରଞ୍ଜିଆ: କରଞ୍ଜିଆରେ ଦନ୍ତାହାତୀ ଆତଙ୍କ । ମୟୁରଭଞ୍ଜ ଜିଲ୍ଲା ନେଢୁଆପାଳର ବାମିଆ ସାହିରେ ଗତ ରାତି ପ୍ରାୟ ୩ଟା ସମୟରେ ଏକ ଦନ୍ତାହାତୀ ଘରେ ପଶି ଘର ଭାଙ୍ଗିବା ସହ ଆକ୍ରମଣରେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ୩ଟା ସମୟରେ ଏକ ଦନ୍ତାହାତୀ ନେଢୁଆପାଳ ବାମେଇ ସାହିରେ ପ୍ରବେଶ କରିଥିଲା। ହାତୀଟି ଗୋଟିଏ ଘର ଭିତରକୁ ପଶି ଘର ଭାଙ୍ଗିବା ସମୟରେ ଘରେ ଥିବା ଏକ ଛୋଟ ଶିଶୁ ହାତୀ ଆକ୍ରମଣର ଶିକାର ହୋଇଥିଲା। 

ମୃତ ଶିଶୁ ଜଣକ ହେଲେ ପୂର୍ଣ୍ଣଚନ୍ଦ୍ର ଲାଗୁରି, ବୟସ ମାତ୍ର ୫ ବର୍ଷ। ତାଙ୍କ ବାପା ଭରତ ଲାଗୁରି ଏବଂ ମାଆ ସରସ୍ୱତୀ ଗାଗରାଇ ବୋଲି ଜଣାପଡ଼ିଛି। ହାତିଟି ଆଖପାଖ ଘର ମଧ୍ୟ କ୍ଷତି ଘଟାଇଥିବା ସାମ୍ନାକୁ ଆସିଛି । ଏହି ଘଟଣା ପରେ ବାମିଆସାହି ସମେତ ଆଖପାଖ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଘରେ ଶୋଇଥିବା ଅବସ୍ଥାରେ ଏଭଳି ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହାତୀ ଚଳପ୍ରଚଳକୁ ନେଇ ଭୟ ବଢ଼ିଛି।ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରିବା ସହ ହାତୀର ଗତିବିଧି ଉପରେ ନଜର ରଖିବା ଏବଂ ଅଞ୍ଚଳବାସୀଙ୍କୁ ସତର୍କ କରିବା ନେଇ ପଦକ୍ଷେପ ନେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।ଏହି ଦୁଃଖଦ ଘଟଣାକୁ ନେଇ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମଣିଷ-ହାତୀ ସଂଘର୍ଷ ରୋକିବା ସହ ଜନବସତି ଅଞ୍ଚଳରେ ହାତୀ ପ୍ରବେଶ ରୋକିବା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର