ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

Madhusudan Das Picture
Published On

ଭୁବନେଶ୍ୱର: ଜନଗଣନା କର୍ମଚାରଙ୍କ ପାଇଁ SOP ଜାରି ହୋଇଛି । ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ରାଜ୍ୟ ସରକାର ତଥା ରାଜସ୍ୱ ବିଭାଗ ପକ୍ଷରୁ ଏହି ଏସଓପି (SOP) ଜାରି କରାଯାଇଛି l ନିୟୋଜିତ କର୍ମଚାରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ପଦକ୍ଷେପ ନିଆଯାଇଛି । ଏଥିରେ ସର୍ବମୋଟ ୮ଟି ଗୁରୁତ୍ବପୂର୍ଣ୍ଣ ନିୟମାବଳୀ ସ୍ଥାନ ପାଇଛି ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ମହାସମାରୋହରେ ଚାଲିଛି ଦ୍ୱିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଣ୍ଟାଯାଉଛି ଟଙ୍କ ତୋରାଣି

ଗଣନାକାରୀ/ପର୍ଯ୍ୟବେକ୍ଷକ ସର୍ବଦା ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ ରହିଛି । ଫିଲ୍ଡ କାର୍ଯ୍ୟ ସମୟରେ ସେମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପାଖରେ ରଖିବାକୁ ପରାମର୍ଶ । ଯଦି କେହି ଧମକ ଚମକ ଦିଅନ୍ତି ତାହେଲେ E&S ହସ୍ତକ୍ଷେପ କରିବେ । ଦରକାର ପଡ଼ିଲେ ତୁରନ୍ତ ସ୍ଥାନ ଛାଡ଼ି ପରେ ସୁରକ୍ଷା ଭିତରେ ପୁଣି ଯିବେ । E&S ର ନାମ ଏବଂ ଯୋଗାଯୋଗ ବିବରଣୀ ସମ୍ପୃକ୍ତ ଥାନାକୁ ସୁଚିତ କରିବେ । ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଅଞ୍ଚଳରେ ଜଣେ ପୋଲିସ କର୍ମଚାରୀ ଯିବେ । ଜନଗଣନାକୁ ଯିବା ବେଳେ ସ୍ଥାନୀୟ ମୁରବୀମାନଙ୍କ ସହଯୋଗ ନେଇପାରିବେ । 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଯଦି କୌଣସି ବ୍ୟକ୍ତି ଜନଗଣନା କାର୍ଯ୍ୟକର୍ତ୍ତାମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାରେ ବାଧା ଦିଅନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ୧୯୪୮ମସିହାର ଜନଗଣନା ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି ଅପରାଧ ପାଇଁ ଜରିମାନା ଏବଂ କାରାଦଣ୍ଡ ହୋଇପାରେ । ଯାହା ପ୍ରଯୁଜ୍ୟ ଆଇନ ଅନୁଯାୟୀ ତିନି ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

23 Apr 2026 By Madhusudan Das

ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

ଭୁବନେଶ୍ୱର: ଜନଗଣନା କର୍ମଚାରଙ୍କ ପାଇଁ SOP ଜାରି ହୋଇଛି । ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ରାଜ୍ୟ ସରକାର ତଥା ରାଜସ୍ୱ ବିଭାଗ ପକ୍ଷରୁ ଏହି ଏସଓପି (SOP) ଜାରି କରାଯାଇଛି l ନିୟୋଜିତ କର୍ମଚାରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ପଦକ୍ଷେପ ନିଆଯାଇଛି । ଏଥିରେ ସର୍ବମୋଟ ୮ଟି ଗୁରୁତ୍ବପୂର୍ଣ୍ଣ ନିୟମାବଳୀ ସ୍ଥାନ ପାଇଛି ।

ଗଣନାକାରୀ/ପର୍ଯ୍ୟବେକ୍ଷକ ସର୍ବଦା ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ ରହିଛି । ଫିଲ୍ଡ କାର୍ଯ୍ୟ ସମୟରେ ସେମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପାଖରେ ରଖିବାକୁ ପରାମର୍ଶ । ଯଦି କେହି ଧମକ ଚମକ ଦିଅନ୍ତି ତାହେଲେ E&S ହସ୍ତକ୍ଷେପ କରିବେ । ଦରକାର ପଡ଼ିଲେ ତୁରନ୍ତ ସ୍ଥାନ ଛାଡ଼ି ପରେ ସୁରକ୍ଷା ଭିତରେ ପୁଣି ଯିବେ । E&S ର ନାମ ଏବଂ ଯୋଗାଯୋଗ ବିବରଣୀ ସମ୍ପୃକ୍ତ ଥାନାକୁ ସୁଚିତ କରିବେ । ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଅଞ୍ଚଳରେ ଜଣେ ପୋଲିସ କର୍ମଚାରୀ ଯିବେ । ଜନଗଣନାକୁ ଯିବା ବେଳେ ସ୍ଥାନୀୟ ମୁରବୀମାନଙ୍କ ସହଯୋଗ ନେଇପାରିବେ । 

ଯଦି କୌଣସି ବ୍ୟକ୍ତି ଜନଗଣନା କାର୍ଯ୍ୟକର୍ତ୍ତାମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାରେ ବାଧା ଦିଅନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ୧୯୪୮ମସିହାର ଜନଗଣନା ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି ଅପରାଧ ପାଇଁ ଜରିମାନା ଏବଂ କାରାଦଣ୍ଡ ହୋଇପାରେ । ଯାହା ପ୍ରଯୁଜ୍ୟ ଆଇନ ଅନୁଯାୟୀ ତିନି ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର