ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

Madhusudan Das Picture
Published On

ଭୁବନେଶ୍ଵର : ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ । ଭୋଟର ମ୍ୟାପିଂ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ରାଜ୍ୟରେ ପ୍ରାୟ ୯.୮ ଲକ୍ଷ ନାମ ଭୋଟର ତାଲିକାରୁ ବାଦ୍ ପଡିଛି । ରାଜ୍ୟ ସରକାରଙ୍କ ଗୃହ ନିର୍ବାଚନ ବିଭାଗ ଦ୍ୱାରା ଭୋଟର ତାଲିକାରୁ ବ୍ୟାପକ ନାମ କଟିବାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଇଲେକ୍ଟର ମ୍ୟାପିଂ ପ୍ରକ୍ରିୟା ଆରମ୍ଭ ପରଠାରୁ ପ୍ରାୟ ୯.୮ ଲକ୍ଷ ନାମ କଟିଯାଇଛି। କିନ୍ତୁ ଏଥିରେ ଅନେକ ତୃଟି ନେଇ ଅଭିଯୋଗ ମିଳିଛି। କିନ୍ତୁ ଅନେକ ସ୍ଥାନରେ ଭୁଲ୍ ଭାବରେ ନାମ କଟାଯାଇଥିବା ନେଇ ଅଭିଯୋଗ ହୋଇଛି । ଏ ପ୍ରସଙ୍ଗରେ ସବୁ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର ELO ମାନଙ୍କୁ ପତ୍ର ଲେଖିିଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର । ଭୋଟର ତାଲିକାରୁ ଯେପରି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଭୁଲ୍ ବଶତଃ କଟି ନଯାଏ, ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ଏଥିପାଇଁ ସ୍ୱଚ୍ଛତା ଏବଂ ପ୍ରତ୍ୟକ୍ଷ ଯାଞ୍ଚ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

କେତେକ କ୍ଷେତ୍ରରେ ଭୋଟର ନିଜ ସ୍ଥାନରେ ଉପସ୍ଥିତ ଥିଲେ ମଧ୍ୟ ଏବଂ ବି.ଏଲ୍.ଓ. ମାନେ କୌଣସି ଫିଲ୍ଡ୍ ଭିଜିଟ୍ ନକରି ନାମ କାଟି ଦେଇଥିବା ଜଣାପଡ଼ିଛି । ଏହି ସମସ୍ୟା ଯୋଗୁଁ ୨ ଏପ୍ରିଲ ୨୦୨୬ ପରଠାରୁ ମିଳିଥିବା ପ୍ରାୟ ୨ ଲକ୍ଷ ଫର୍ମ-୭ ଆବେଦନକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଏହାସହ ସବୁ ଇଲଏଓଙ୍କୁ କିଛି ନିୟମ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ​କୌଣସି ମୃତ ବ୍ୟକ୍ତିଙ୍କ ନାମ କାଟିବା ପୂର୍ବରୁ ଉପଯୁକ୍ତ ଯାଞ୍ଚ ଆବଶ୍ୟକ । ନିକଟ ସମ୍ପର୍କୀୟଙ୍କ ଦ୍ୱାରା ଫର୍ମ-୭ ଦାଖଲ ହେବା ଉଚିତ୍ ଏବଂ ନାମ କାଟିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଶେଷ ଜଣାଥିବା ଠିକଣାରେ ଏକ ନୋଟିସ୍ ପଠାଇବା ବାଧ୍ୟତାମୂଳକ ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଯଦି ଜଣେ ବ୍ୟକ୍ତିଙ୍କ ନାମ ଏକାଧିକ ସ୍ଥାନରେ ଥିବା ସନ୍ଦେହ ହୁଏ, ତେବେ ତାହାକୁ ଭଲ ଭାବେ ଯାଞ୍ଚ କରିବାକୁ ହେବ। କୌଣସି ପଦକ୍ଷେପ ନେବା ପୂର୍ବରୁ ଭୋଟରଙ୍କୁ ନୋଟିସ୍ ଜାରି କରାଯିବ । ୨ ଏପ୍ରିଲ ୨୦୨୬ ପରେ ମିଳିଥିବା ଫର୍ମ-୭ ଆବେଦନଗୁଡ଼ିକ ମଧ୍ୟରୁ ଅନ୍ତତଃ ପକ୍ଷେ ୫୦% ଆବେଦନର ଫିଜିକାଲ ଭେରିଫିକେସନ ERO/AERO କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ଦ୍ୱାରା କରାଯିବ। ସେମାନେ ନିଜେ ଆବେଦନକାରୀଙ୍କ ସହ ଯୋଗାଯୋଗ କରିବେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର