ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

Madhusudan Das Picture
Published On

ଜଗତସିଂହପୁର: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା । ଗିରଫ ହେଲା ସୈତାନ ପ୍ରେମିକ । ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ଜଗତସିଂହପୁର ପୋଲିସ । ନିର୍ବନ୍ଧର ୩ ଦିନ ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ବନ୍ଧା ହେଲା ଅଭିଯୁକ୍ତ । ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମିକାର ନିର୍ବନ୍ଧ ହେବାରୁ ମୁଗ ବିଲକୁ ଡାକି ହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଅଭିଯୁକ୍ତକୁ ଅଧିକ ପଚରା ଉଚରା କରିବା ସହିତ ସିନ୍ ରିକ୍ରିଏସନ କରିବ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ସୂଚନାଯୋଗ୍ୟ, ମୃତ ସସ୍ମିତାଙ୍କର ଗତ ୧୯ ତାରିଖରେ ଅନ୍ୟତ୍ର ନିର୍ବନ୍ଧ ହେବାପରେ ୨୦ ତାରିଖ ସନ୍ଧ୍ୟାରେ ପଡିଶା ଘରକୁ ବୁଲିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ୨୧ ତାରିଖ ଦିନ ମୁଗ ବିଲରୁ ତାଙ୍କର ମୃତଦେହ ପାଇଥିଲେ । ଅନ୍ୟତ୍ର ନିର୍ବନ୍ଧ ହେବାରୁ ରାଗିଯାଇ ସସ୍ମିତାଙ୍କୁ ହତ୍ୟା କରିଥିଲା ପ୍ରେମିକ । 

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର