ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ଜନଜୀବନ: ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ଅସହ୍ୟ ଖରା । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଘାଣ୍ଟି ହେଉଛି ସାରା ଓଡିଶା । ପ୍ରଖର ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି । ଯାହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାର ଜିଲ୍ଲାପାଳ ନିଜ ନିଜ ଅଞ୍ଚଳରେ ଥିବା ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ଆଜି ନବରଙ୍ଗପୁରରେ ୨୦ରୁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଜାରି ରହିବ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ଘୋଷଣା ।
ଶୁକ୍ରବାର ବଲାଙ୍ଗିର, ବୌଦ୍ଧ, ସୋନପୁର, କଳାହାଣ୍ଡି ଜିଲ୍ଲାରେ ଥିବା ସ୍କୁଲକୁ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ । ଆଉ ଏବେ ନବରଙ୍ଗପୁର ଜିଲ୍ଲାପାଳ ମଧ୍ୟ ଜିଲ୍ଲାର ସମସ୍ତ ଜିଲ୍ଲାକୁ ଛୁଟି ଘୋଷଣା କରିଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଆଜିଠୁ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା ହୋଇଛି । ପ୍ରଚଣ୍ଡ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ସେହିପରି ସୁବର୍ଣ୍ଣପୁରରେ ୨୨ ଯାଏ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ଛୁଟି । ପ୍ରବଳ ଖରା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଘୋଷଣା କରିଛନ୍ତି । ସେହିପରି ଆଜିଠୁ ବୌଦ୍ଧ ଜିଲ୍ଲାରେ ୫ ଦିନ ଯାଏ ସ୍କୁଲ୍ ଓ କଲେଜ୍ ଛୁଟି ଘୋଷଣା କରାଯାଇଛି। ଆସନ୍ତା ୨୨ ତାରିଖ ଯାଏ ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିବ। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି।