ପୋଲିସ SI ନିଯୁକ୍ତି କେଳେଙ୍କାରୀ: ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ୍‌ କ୍ୟାମ୍ପସ୍‌ରେ CBI ରେଡ୍‌

Madhusudan Das Picture
Published On

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ଘୋଟାଲା । ରାଜଧାନୀରେ ସିବିଆଇ ପକ୍ଷରୁ ପ୍ରଥମ ରେଡ଼ । ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ ଘରୋଇ କଲେଜରେ CBI ରେଡ଼ । ପରୀକ୍ଷା ସେଣ୍ଟର ଫିକ୍ସିଂ ନେଇ ପ୍ରମାଣ ପାଇବା ପରେ ରେଡ଼ କରିଥିଲା ସିବିଆଇ । ନିର୍ଦ୍ଦିଷ୍ଟ କିଛି ପିଲାଙ୍କ ପାଇଁ ହୋଇଥିଲା ସିଟିଂ ଆରେଞ୍ଜ ମେଣ୍ଟ । ପୂର୍ବରୁ ପ୍ରାଥମିକ ଚାର୍ଜସିଟ ଦାଖଲ କରିଛି ସିବିଆଇ। ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ମୁଖ୍ୟ କାର୍ପଟଦାର ତଥା ପଞ୍ଚସଫ୍ଟ କମ୍ପାନୀ ମାଲିକ ଶଙ୍କର ପୃଷ୍ଟି, ସିଲିକନ ଟେକ ମାଲିକ ସୁରେଶ ନାୟକ, ଦଲାଲ ମୁନା ମହାନ୍ତିଙ୍କ ସହ ମୋଟ ୧୭ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ସିବିଆଇ । ଏହା ମଧ୍ୟରେ ୨୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀଙ୍କୁ ଜେରା ସରିଛି । ତେବେ ଜେରା ବେଳେ ଏହି ଘରୋଇ କଲେଜ ସମ୍ପର୍କରେ ତଥ୍ୟ ମିଳିବା ପରେ ରେଡ଼କୁ ବ୍ୟାପକ କରିଛି ସିବିଆଇ । 

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ସେପଟେ ସିବିଆଇ ରେଡ଼ ପରେ ପ୍ରତିକ୍ରିୟା ରଖିଛନ୍ତି ଟେକ୍ନୋ ସ୍କୁଲ କର୍ତ୍ତୃପକ୍ଷ । କହିଲେ ଘୋଟାଲା ହୋଇଥିବା ପରୀକ୍ଷା ସେଣ୍ଟର ଟି ଭଡାରେ ଦିଆଯାଇଛି । କ୍ୟାମ୍ପସ୍ ଭିତରେ ସେହି ପରୀକ୍ଷା କେନ୍ଦ୍ର ଥିବା ବେଳେ ତାର ମାଲିକ ଅଲଗା ଲୋକ । ସିବିଆଇ କଲେଜ କର୍ତ୍ତୃପକ୍ଷଙ୍କୁ ଯାହା ପଚାରିଛି, ସେ ସମ୍ପର୍କିତ ଡକ୍ୟୁମେଣ୍ଟ ସିବିଆଇକୁ ଦିଆଯାଇଛି । 

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

13 Apr 2026 By Madhusudan Das

ପୋଲିସ SI ନିଯୁକ୍ତି କେଳେଙ୍କାରୀ: ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ୍‌ କ୍ୟାମ୍ପସ୍‌ରେ CBI ରେଡ୍‌

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ଘୋଟାଲା । ରାଜଧାନୀରେ ସିବିଆଇ ପକ୍ଷରୁ ପ୍ରଥମ ରେଡ଼ । ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ ଘରୋଇ କଲେଜରେ CBI ରେଡ଼ । ପରୀକ୍ଷା ସେଣ୍ଟର ଫିକ୍ସିଂ ନେଇ ପ୍ରମାଣ ପାଇବା ପରେ ରେଡ଼ କରିଥିଲା ସିବିଆଇ । ନିର୍ଦ୍ଦିଷ୍ଟ କିଛି ପିଲାଙ୍କ ପାଇଁ ହୋଇଥିଲା ସିଟିଂ ଆରେଞ୍ଜ ମେଣ୍ଟ । ପୂର୍ବରୁ ପ୍ରାଥମିକ ଚାର୍ଜସିଟ ଦାଖଲ କରିଛି ସିବିଆଇ। ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ମୁଖ୍ୟ କାର୍ପଟଦାର ତଥା ପଞ୍ଚସଫ୍ଟ କମ୍ପାନୀ ମାଲିକ ଶଙ୍କର ପୃଷ୍ଟି, ସିଲିକନ ଟେକ ମାଲିକ ସୁରେଶ ନାୟକ, ଦଲାଲ ମୁନା ମହାନ୍ତିଙ୍କ ସହ ମୋଟ ୧୭ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ସିବିଆଇ । ଏହା ମଧ୍ୟରେ ୨୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀଙ୍କୁ ଜେରା ସରିଛି । ତେବେ ଜେରା ବେଳେ ଏହି ଘରୋଇ କଲେଜ ସମ୍ପର୍କରେ ତଥ୍ୟ ମିଳିବା ପରେ ରେଡ଼କୁ ବ୍ୟାପକ କରିଛି ସିବିଆଇ । 

ସେପଟେ ସିବିଆଇ ରେଡ଼ ପରେ ପ୍ରତିକ୍ରିୟା ରଖିଛନ୍ତି ଟେକ୍ନୋ ସ୍କୁଲ କର୍ତ୍ତୃପକ୍ଷ । କହିଲେ ଘୋଟାଲା ହୋଇଥିବା ପରୀକ୍ଷା ସେଣ୍ଟର ଟି ଭଡାରେ ଦିଆଯାଇଛି । କ୍ୟାମ୍ପସ୍ ଭିତରେ ସେହି ପରୀକ୍ଷା କେନ୍ଦ୍ର ଥିବା ବେଳେ ତାର ମାଲିକ ଅଲଗା ଲୋକ । ସିବିଆଇ କଲେଜ କର୍ତ୍ତୃପକ୍ଷଙ୍କୁ ଯାହା ପଚାରିଛି, ସେ ସମ୍ପର୍କିତ ଡକ୍ୟୁମେଣ୍ଟ ସିବିଆଇକୁ ଦିଆଯାଇଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର