ରାମନବମୀକୁ ନେଇ ଭଦ୍ରକ ଓ ବାଲେଶ୍ବରରେ ଆଲର୍ଟ: ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କଲେ ଗିରଫ ନିର୍ଦ୍ଦେଶ …

The Sakala Picture
Published On

ଭୁବନେଶ୍ବର: ରାମନବମୀକୁ ନେଇ ପୂର୍ବାଞ୍ଚଳ ପୁଲିସର ସମୀକ୍ଷା ବୈଠକ। ଏନେଇ ପୂର୍ବଞ୍ଚଳ ଡ଼ିଆଇଜି ସତ୍ୟଜିତ ନାୟକ ଓ ଡିଆଇଜି ହେଡ କ୍ୱାଟର ବି. ଗଙ୍ଗାଧରଙ୍କ ସାମ୍ବାଦିକ ସମ୍ମିଳନୀ। ରାମନବମୀ ପାଇଁ ଭଦ୍ରକରେ ୨୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ଯେଉଁଥିରେ୩ ପ୍ଲାଟୁନ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ( CRPF, BSF ଓ RAF ) ମୁତୟନ ରହିବେ। ସେହିପରି ବାଲେଶ୍ୱର ପାଇଁ ୧୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ତନ୍ମଧ୍ୟରୁ ୩ ପ୍ଲାଟୁନ ପରାମିଲିଟାରୀ […]

ଭୁବନେଶ୍ବର: ରାମନବମୀକୁ ନେଇ ପୂର୍ବାଞ୍ଚଳ ପୁଲିସର ସମୀକ୍ଷା ବୈଠକ। ଏନେଇ ପୂର୍ବଞ୍ଚଳ ଡ଼ିଆଇଜି ସତ୍ୟଜିତ ନାୟକ ଓ ଡିଆଇଜି ହେଡ କ୍ୱାଟର ବି. ଗଙ୍ଗାଧରଙ୍କ ସାମ୍ବାଦିକ ସମ୍ମିଳନୀ। ରାମନବମୀ ପାଇଁ ଭଦ୍ରକରେ ୨୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ଯେଉଁଥିରେ୩ ପ୍ଲାଟୁନ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ( CRPF, BSF ଓ RAF ) ମୁତୟନ ରହିବେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଛୋଟ ଧରଣର ପ୍ରଶାସନିକ ଅଦଳବଦଳ କଲେ ସରକାର; ୪ ଓଏଏସ୍ ଅଫିସରଙ୍କ ବଦଳି

ସେହିପରି ବାଲେଶ୍ୱର ପାଇଁ ୧୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ତନ୍ମଧ୍ୟରୁ ୩ ପ୍ଲାଟୁନ ପରାମିଲିଟାରୀ ଫୋର୍ସ ମୁତୟନ ରହିବେ। ବାଲେଶ୍ୱର ଦାୟିତ୍ୱରେ ଡିଆଇଜି ବି.ଗଙ୍ଗାଧର ରହିବେ। ଭଦ୍ରକ ପାଇଁ ଡ଼ିଆଇଜି ସତ୍ୟଜିତ ନାୟକ ଦାୟିତ୍ବରେ ରହିବେ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ

ମୁଖ୍ୟତଃ ଡିଜିଙ୍କ ନିର୍ଦ୍ଦେଶରେ ସୋସିଆଲ ମିଡିଆକୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଜଣେ ଡ଼ିଏସପିଙ୍କ ନେତୃତ୍ୱରେ ଟିମ ମନିଟରିଂ କରିବ। ସିସିଟିଭି କ୍ୟାମେରା ଓ ଡ୍ରୋନ ଲାଗିଯାଇଛି। ସମ୍ବେଦନଶୀଳ ସ୍ଥାନ ଗୁଡିକରେ RAF, BSF  ଓ CRPF ଯବାନ ମୁତୟନ ରହିବେ। ପ୍ରତି ଦଳ ଶୋଭାଯାତ୍ରା ସାମ୍ନାରେ CRPF ଯବାନ ଲିଡ଼ କରିବେ। ସୋସିଆଲ ମିଡିଆରେ କୌଣସି ଆପତ୍ତିଜନକ ପୋଷ୍ଟ ପାଇଁ ତୁରନ୍ତ ଗିରଫ ଓ ସାଇଡକୁ ବ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଗର୍ଜିଲେ ନବୀନ ପଟ୍ଟନାୟକ; କହିଲେ 'ଡବଲ ଇଞ୍ଜିନ୍ ସରକାର ଓଡ଼ିଶାର ସୁନାମ ନଷ୍ଟ କରୁଛି'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର