ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଉଚ୍ଛେଦ: ବ୍ୟବସାୟୀଙ୍କୁ ଘାରୁଛି ପେଟ ଚିନ୍ତା, ଉପାସରେ ୨ହଜାର ପରିବାର…
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏଥିପାଇଁ ରାଜଧାନୀର ୫୬ଟି ରାସ୍ତାରୁ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବା ପାଇଁ ବିଏମ୍ସି ଓ ବିଡିଏର ମିଳିତ ସ୍କ୍ୱାଡ୍ ଲାଗିପଡ଼ିଛନ୍ତି। ଗତ ୭ ଦିନ ଭିତରେ ୬୭ଟି ୱାର୍ଡରୁ ପାଖାପାଖି ୨ହଜାରରୁ ଅଧିକ ଦୋକାନୀଙ୍କୁ ଉଚ୍ଛେଦ କରିସାରିଲେଣି। ଏଭଳି ଯଦି ଉଚ୍ଛେଦ ଜାରି ରହିବ, ତେବେ ୧୦ହଜାରରୁ ଊର୍ଦ୍ଧ୍ବ ଦୋକାନୀଙ୍କ ଜୀବନଜୀବିକା ବୁଡ଼ିଯିବ। ଉଚ୍ଛେଦ ହେଉଥିବା ଅଞ୍ଚଳରେ ସ୍ଥାନୀୟ […]
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏଥିପାଇଁ ରାଜଧାନୀର ୫୬ଟି ରାସ୍ତାରୁ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବା ପାଇଁ ବିଏମ୍ସି ଓ ବିଡିଏର ମିଳିତ ସ୍କ୍ୱାଡ୍ ଲାଗିପଡ଼ିଛନ୍ତି। ଗତ ୭ ଦିନ ଭିତରେ ୬୭ଟି ୱାର୍ଡରୁ ପାଖାପାଖି ୨ହଜାରରୁ ଅଧିକ ଦୋକାନୀଙ୍କୁ ଉଚ୍ଛେଦ କରିସାରିଲେଣି। ଏଭଳି ଯଦି ଉଚ୍ଛେଦ ଜାରି ରହିବ, ତେବେ ୧୦ହଜାରରୁ ଊର୍ଦ୍ଧ୍ବ ଦୋକାନୀଙ୍କ ଜୀବନଜୀବିକା ବୁଡ଼ିଯିବ। ଉଚ୍ଛେଦ ହେଉଥିବା ଅଞ୍ଚଳରେ ସ୍ଥାନୀୟ ବିଧାୟକ ଦୋକାନୀମାନଙ୍କ ଦୁଃଖକୁ ହୃଦ୍ବୋଧ କରି ଏହାକୁ ଘୋର୍ ବିରୋଧ କରୁଛନ୍ତି। ଏହା ସତ୍ତେ୍ୱ ବିଏମ୍ସି ଅଧିକାରୀ ଶୁଣୁ ନ ଥିବା ଅଭିଯୋଗ ହେଉଛି। ତେଣୁ ଉଚ୍ଛେଦ ସମ୍ପୂର୍ଣ୍ଣ ରୂପେ ବନ୍ଦ ନ କଲେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ୍ ମହାସଂଘ ବଡ଼ ଧରଣର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ମହାସଂଘର ଅଭିଯୋଗ ହେଉଛି, ରାଜଧାନୀରେ ଯେତେବେଳେ ବି କୌଣସି ବଡ଼ଧରଣର କାର୍ଯ୍ୟକ୍ରମ ହେଉଛି, ସେତେବେଳେ ଉଠାଦୋକାନୀମାନଙ୍କ ଉପରେ ଏଭଳି ଅମାନୁଷିକ ଅତ୍ୟାଚାର କରାଯାଉଛି। ଗତ ବର୍ଷ ହକି ବିଶ୍ୱକପ୍ ପାଇଁ ୫ହଜାର ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା। ପରେ ପୁଣି ସେହି ଦୋକାନୀମାନଙ୍କୁ ବିଏମ୍ସି ଓ ବିଡିଏ ଅଧିକାରୀମାନେ ମୋଟା ଅଙ୍କର ହାତଗୁଞ୍ଜା ନେଇ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ କରିବାକୁ ସୁଯୋଗ ଦେଇଥିଲେ। ଏଥିରେ ଦୋକାନୀ ଶୋଷଣର ଶିକାର ହେଉଥିବାବେଳେ ଅଧିକାରୀମାନେ ପକେଟ୍ ଗରମ କରୁଛନ୍ତି। ଏହା ଉପରେ ବିଏମ୍ସି ଓ ବିଡିଏର କେବେ ଦୃଷ୍ଟି ପଡ଼ିବ ବୋଲି ମହାସଂଘ ପ୍ରଶ୍ନ କରିଛି। ଉଠାଦୋକାନ ରହିଲେ ଯଦି ସମସ୍ୟା ହେଉଛି, ଏହି ବ୍ୟବସାୟୀମାନଙ୍କ ପାଇଁ ସ୍ଥାୟୀ ଦୋକାନ ନିର୍ମାଣ କରିବା ଦିଗରେ ସରକାର କାହିଁକି ପଦକ୍ଷେପ ନେଉନାହାନ୍ତି। ଦୋକାନୀଙ୍କ ଉପରେ ଏଭଳି ଅତ୍ୟାଚାର ଲାଗିରହିଲେ, ଆଗାମୀ ଦିନରେ ପିଲାଛୁଆଙ୍କୁ ଧରି ରାସ୍ତା ଉପରେ ବସିବୁ ବୋଲି ମହାସଂଘ କର୍ତ୍ତୃପକ୍ଷ ଚରମବାଣୀ ଶୁଣାଇଛନ୍ତି।
ସୂଚନାନୁସାରେ, ଗତ ୭ ଦିନ ଭିତରେ ୱାର୍ଡ ନମ୍ବର ୧, ୨ ଓ ୩ରୁ ପାଖାପାଖି ୩୦୦ ଦୋକାନ ଉଚ୍ଛେଦ ହୋଇଛି। ସେହିଭଳି ଚନ୍ଦ୍ରଶେଖରପୁର ଜାଭିୟର୍ ଛକରେ ୭୦ ଦୋକାନ, କଳିଙ୍ଗ ଷ୍ଟୁଡିଓ ଛକରୁ ୧୫୦ ଦୋକାନ, ମାଷ୍ଟରକ୍ୟାଣ୍ଟିନ୍ ଛକରୁ ୧୦୦ ଦୋକାନ, ଗୋପବନ୍ଧୁ ଛକରୁ ୫୦ ଦୋକାନ, ଲିଙ୍ଗରାଜ ମନ୍ଦିର ଅଞ୍ଚଳରୁ ୧୦୦ରୁ ଅଧିକ ଦୋକାନ ସହ ସହର ଭିତରୁ ପାଖାପାଖି ୨ହଜାର ବ୍ୟବସାୟୀ ନିଜର ବେଉସା ହରାଇଛନ୍ତି। ଗୋପବନ୍ଧୁ ଛକରେ ପାନ ଦୋକାନ କରିଥିବା ବ୍ୟବସାୟୀ ଦିଗମ୍ବର ସାହୁ କହିଛନ୍ତି, ଗତ ୬ ମାସ ଭିତରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆମକୁ ଦିନେ ଦୁଇ ଦିନ ଦୋକାନ ବନ୍ଦ କରିବାକୁ କୁହାଯାଉଥିଲା। ସେତେବେଳେ ବହୁ କଷ୍ଟରେ ଚଳିବାକୁ ପଡୁଥିଲା। ଏବେ ଆମ ଦୋକାନ ସମ୍ପୂର୍ଣ୍ଣ ଉଚ୍ଛେଦ କରି ଦେଇଛନ୍ତି। ଆମେ ଚାରିପ୍ରାଣୀ କୁଟୁମ୍ବ କେମିତି ଚଳିବୁ ସେ ଚିନ୍ତା ଏବେ ଆମକୁ ଘାରୁଛି। ଏସି ରୁମ୍ରେ ବସି ନିଷ୍ପତ୍ତି ନେଉଥିବା ବାବୁମାନେ ଆମ ଦୁଃଖ କେବେ ବୁଝିପାରିବେନି। ରୋଜଗାର ହରାଇବା ଦୁଃଖରେ ଅତି ମ୍ରିୟମାଣ ହୋଇ ଦିଗମ୍ବର ଏଭଳି କହିଛନ୍ତି। କେବଳ ସେ ଏକା ନୁହନ୍ତି, ତାଙ୍କ ଭଳି ହଜାର ହଜାର ବ୍ୟବସାୟୀଙ୍କୁ ଏବେ ପେଟ ଚିନ୍ତା ଘାରୁଛି। ଏ ନେଇ ମହାସଂଘ ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ କହିଛନ୍ତି, ସ୍ୱ-ରୋଜଗାର କରୁଥିବା ବ୍ୟକ୍ତିମାନଙ୍କୁ ଏଭଳି ଥଇଥାନ ନ କରି ଉଚ୍ଛେଦ କରିବା ପାଇଁ ଖୋଦ୍ ସୁପ୍ରିମ୍କୋର୍ଟ ଗାଇଡ୍ଲାଇନ୍ ଜାରି କରିଛନ୍ତି। ସମ୍ବିଧାନର ଧାରା ୧୯(୧)(ଛ)ରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ହେଲେ ବିଏମ୍ସି-ବିଡିଏ ଏହାକୁ ସାମାନ୍ୟତମ ଭ୍ରୁକ୍ଷେପ କରୁନାହାନ୍ତି। ବୁଧବାର ଆମେ କିଛି ସ୍ଥାନରେ ବିରୋଧ କରି ଉଚ୍ଛେଦ ରୋକିବାରେ ସଫଳ ହୋଇଛୁ। ହେଲେ ସବୁ ଜାଗାରେ ତ ଆମେ ପହଞ୍ଚି ପାରିବୁନି। ତେଣୁ ଏହା ନଗର ଉନ୍ନୟନ ମନ୍ତ୍ରୀ ଏକ ସ୍ଥାୟୀ ନିଷ୍ପତ୍ତି ନେବା ପାଇଁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାସ୍ତାକଡ଼ରେ ଉଠାଦୋକାନ ରହିବା ଯୋଗୁଁ କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ଅସୁବିଧା ହେବ। ତେଣୁ ଆମକୁ ନିର୍ଦ୍ଦେଶ ଅଛି, ଆମେ ଉଚ୍ଛେଦ କରୁଛୁ। ଥଇଥାନ ପାଇଁ ଆମ ପାଖରେ କୌଣସି ବ୍ୟବସ୍ଥା ନାହିଁ। ତେଣୁ ଆମେ କିଛି କରିପାରିବୁନି ବୋଲି ସେ କହିଛନ୍ତି।