ସ୍ତ୍ରୀ ରଶ୍ମିତା କହିଲେ ସ୍ୱାମୀ ସୁଧୀର ପାତ୍ରଙ୍କ ହତ୍ୟାର କାହାଣୀ, 'ଶାନ୍ତିରେ ବଞ୍ଚିବାକୁ ଦେବୁନି କହିଥିଲେ ବଡ଼ ଯା'

Madhusudan Das Picture
Published On

ବ୍ରହ୍ମପୁର: ଜମି ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲା । ସ୍ୱାମୀ ସୁଧୀର ପାତ୍ରଙ୍କ ଅପହରଣ ପରବର୍ତ୍ତୀ ହତ୍ୟାର କାହାଣୀ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ପତ୍ନୀ ରଶ୍ମିତା ପାତ୍ର । ସେ କହିଛନ୍ତି କି, ଅପହରଣ ପରେ ୨ କୋଟି ଟଙ୍କା ମାଗିଥିଲେ ଅପହରଣକାରୀ । ହତ୍ୟା ଘଟଣାରେ ବଡ଼ ଯା’ ଓ ତାଙ୍କ ଭାଇଙ୍କ ଗିରଫ ଦାବି କରିଛନ୍ତି ସୁଧୀରଙ୍କ ପତ୍ନୀ । 

ଆହୁରି ପଢ଼ନ୍ତୁ: ମେ ୨ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ: ଜାଣନ୍ତୁ କେମିତି ଚେକ୍ କରିବେ ରେଜଲ୍ଟ

ବଡ ଯା' ଓ ତାଙ୍କ ଭାଇ ହିଁ ଇର୍ଷା ପରାୟଣ ହୋଇ ପ୍ରତିଶୋଧ ନେଇଛନ୍ତି ବୋଲି ସୁଧୀରଙ୍କ ସ୍ତ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି । ଅପହରଣ ଘଟଣା ପରଠାରୁ ପୋଲିସ ସହ ଯୋଗାଯୋଗରେ ରହିଥିଲୁ । ହତ୍ୟାକାଣ୍ଡରେ ପରିବାର ଲୋକ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଥିଲା । ଅପହରଣକାରୀଙ୍କ କଲ୍ ନମ୍ବରରୁ ପରିବାରର ଲିଙ୍କ୍ ପାଇଥିଲା ପୋଲିସ । ଝିଆରୀ ୪ମାସ ପୂର୍ବେ ସଂପୃକ୍ତ ନମ୍ବର ସହ ଯୋଗାଯୋଗରେ ଥିଲେ । ଫୋନରେ ଧମକ ଚମକ ଏବଂ ଟଙ୍କା ମାଗିବା ଭିତରେ ସୁଧୀରଙ୍କୁ ହତ୍ୟା କରାଯାଇଥିବା ରଶ୍ମିତା କହିଛନ୍ତି । 

ଆହୁରି ପଢ଼ନ୍ତୁ: ମେ' ଦ୍ୱିତୀୟ ସପ୍ତାହରେ ବାତ୍ୟା ଆଶଙ୍କା ! ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ...

ତେବେ ହତ୍ୟାକାଣ୍ଡ ପଛରେ ଝିଆରୀ ନିବେଦିତାଙ୍କ ମା ବସୁନ୍ଧରା ଓ ମାମୁଁ ତ୍ରିଲୋଚନ ବିଶେଶ୍ବର ରାୟଙ୍କ ସଂପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି । ସୁଧୀର ସେୟାର ମାର୍କେଟ ଅଢ଼େଇ କୋଟି ଟଙ୍କା ନିବେଶ କରିଥିଲେ । ସେୟାର ମାର୍କେଟରେ ବ୍ୟବସାୟ ବୃଦ୍ଧିକୁ ନେଇ ଈର୍ଷା ପରାୟଣ ହୋଇଥିଲା ସୁଧୀରଙ୍କ ଭାଉଜ । ବଡ଼ ଭାଇଙ୍କ ମୃତ୍ୟୁ ପରେ ଶାନ୍ତିରେ ବଞ୍ଚିବାକୁ ଦେବୁନି ବୋଲି ସୁଧୀରଙ୍କ ଭାଉଜ କହିଥିଲେ। ତେଣୁ ବଡ଼ ଜା' ଓ ତାଙ୍କ ଭାଇଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛନ୍ତି ରଶ୍ମିତା । ପୁତୁରା ଓ ଝିଆରୀ ସହ ତାଙ୍କ ମା' ଏବଂ ମାମୁ ଜେଲ ଭିତରେ ରହିଲେ ହିଁ ମୋ ପୁଅ ଝିଅ ସୁରକ୍ଷିତ ରହିବେ । ନଚେତ ସମସ୍ତଙ୍କ ଜୀବନ ବିପଦରେ ଥିବା ରଶ୍ମିତା କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆମ୍ବୁଲାନ୍ସର ସିକ୍ରେଟ୍ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା ନୟାପଲ୍ଲୀ ଥାନା ପୋଲିସ, ୨ଗିରଫ

06 May 2026 By Madhusudan Das

ସ୍ତ୍ରୀ ରଶ୍ମିତା କହିଲେ ସ୍ୱାମୀ ସୁଧୀର ପାତ୍ରଙ୍କ ହତ୍ୟାର କାହାଣୀ, 'ଶାନ୍ତିରେ ବଞ୍ଚିବାକୁ ଦେବୁନି କହିଥିଲେ ବଡ଼ ଯା'

ବ୍ରହ୍ମପୁର: ଜମି ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲା । ସ୍ୱାମୀ ସୁଧୀର ପାତ୍ରଙ୍କ ଅପହରଣ ପରବର୍ତ୍ତୀ ହତ୍ୟାର କାହାଣୀ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ପତ୍ନୀ ରଶ୍ମିତା ପାତ୍ର । ସେ କହିଛନ୍ତି କି, ଅପହରଣ ପରେ ୨ କୋଟି ଟଙ୍କା ମାଗିଥିଲେ ଅପହରଣକାରୀ । ହତ୍ୟା ଘଟଣାରେ ବଡ଼ ଯା’ ଓ ତାଙ୍କ ଭାଇଙ୍କ ଗିରଫ ଦାବି କରିଛନ୍ତି ସୁଧୀରଙ୍କ ପତ୍ନୀ । 

ବଡ ଯା' ଓ ତାଙ୍କ ଭାଇ ହିଁ ଇର୍ଷା ପରାୟଣ ହୋଇ ପ୍ରତିଶୋଧ ନେଇଛନ୍ତି ବୋଲି ସୁଧୀରଙ୍କ ସ୍ତ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି । ଅପହରଣ ଘଟଣା ପରଠାରୁ ପୋଲିସ ସହ ଯୋଗାଯୋଗରେ ରହିଥିଲୁ । ହତ୍ୟାକାଣ୍ଡରେ ପରିବାର ଲୋକ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଥିଲା । ଅପହରଣକାରୀଙ୍କ କଲ୍ ନମ୍ବରରୁ ପରିବାରର ଲିଙ୍କ୍ ପାଇଥିଲା ପୋଲିସ । ଝିଆରୀ ୪ମାସ ପୂର୍ବେ ସଂପୃକ୍ତ ନମ୍ବର ସହ ଯୋଗାଯୋଗରେ ଥିଲେ । ଫୋନରେ ଧମକ ଚମକ ଏବଂ ଟଙ୍କା ମାଗିବା ଭିତରେ ସୁଧୀରଙ୍କୁ ହତ୍ୟା କରାଯାଇଥିବା ରଶ୍ମିତା କହିଛନ୍ତି । 

ତେବେ ହତ୍ୟାକାଣ୍ଡ ପଛରେ ଝିଆରୀ ନିବେଦିତାଙ୍କ ମା ବସୁନ୍ଧରା ଓ ମାମୁଁ ତ୍ରିଲୋଚନ ବିଶେଶ୍ବର ରାୟଙ୍କ ସଂପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି । ସୁଧୀର ସେୟାର ମାର୍କେଟ ଅଢ଼େଇ କୋଟି ଟଙ୍କା ନିବେଶ କରିଥିଲେ । ସେୟାର ମାର୍କେଟରେ ବ୍ୟବସାୟ ବୃଦ୍ଧିକୁ ନେଇ ଈର୍ଷା ପରାୟଣ ହୋଇଥିଲା ସୁଧୀରଙ୍କ ଭାଉଜ । ବଡ଼ ଭାଇଙ୍କ ମୃତ୍ୟୁ ପରେ ଶାନ୍ତିରେ ବଞ୍ଚିବାକୁ ଦେବୁନି ବୋଲି ସୁଧୀରଙ୍କ ଭାଉଜ କହିଥିଲେ। ତେଣୁ ବଡ଼ ଜା' ଓ ତାଙ୍କ ଭାଇଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛନ୍ତି ରଶ୍ମିତା । ପୁତୁରା ଓ ଝିଆରୀ ସହ ତାଙ୍କ ମା' ଏବଂ ମାମୁ ଜେଲ ଭିତରେ ରହିଲେ ହିଁ ମୋ ପୁଅ ଝିଅ ସୁରକ୍ଷିତ ରହିବେ । ନଚେତ ସମସ୍ତଙ୍କ ଜୀବନ ବିପଦରେ ଥିବା ରଶ୍ମିତା କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର