କୋଲାଥୁର ଆସନରୁ ହାରିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍

Madhusudan Das Picture
Published On

ତାମିଲନାଡୁ: ତାମିଲନାଡୁ ବିଧାନସଭା ନିର୍ବାଚନରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ରାଜ୍ୟରେ ଏପରି ସରକାର ବିରୋଧୀ ହାୱା ବହିଛି ଯେ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ନିଜ ଆସନ ମଧ୍ୟ ବଞ୍ଚାଇ ପାରିନାହାଁନ୍ତି। କୋଲାଥୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ପରାଜୟର ସାମ୍ନା କରିଛନ୍ତି।

ଆହୁରି ପଢ଼ନ୍ତୁ: ନାନ୍ଦେଡ଼ ଗୁରୁଦ୍ୱାରରେ ସୁଖବୀର ସିଂହ ବାଦଲଙ୍କୁ କୃପାଣରେ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ତାମିଲନାଡୁ ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ଥାଲାପତି ବିଜୟଙ୍କ ପାର୍ଟି ତାମିଲାଗା ଭେଟ୍ରି କାଜାଗମ୍ (TVK) ଚମତ୍କାର ପ୍ରଦର୍ଶନ କରିଛି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଙ୍କୁ ବିଜୟଙ୍କ ଦଳର ପ୍ରାର୍ଥୀ ପରାସ୍ତ କରିଛନ୍ତି। ପ୍ରାରମ୍ଭିକ ଧାରା ଅନୁଯାୟୀ, ବିଜୟଙ୍କ ଦଳ ପ୍ରାୟ ୧୦୮ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ ଡିଏମକେ ନେତୃତ୍ୱାଧୀନ ମେଣ୍ଟ ୭୧ଟି ଆସନରେ ଆଗୁଆ ଥିବା ବେଳେ ଏଆଇଏଡିଏମକେ ନେତୃତ୍ୱାଧୀନ ଏନଡିଏ ୫୪ଟି ଆସନ ସହ ତୃତୀୟ ସ୍ଥାନରେ ରହିଛି।

ଆହୁରି ପଢ଼ନ୍ତୁ: ଭାରତର ସହନଶୀଳତାକୁ ଦୁର୍ବଳତା ଭାବନ୍ତୁନି ଶତ୍ରୁ: ‘ଅପରେସନ୍ ସିନ୍ଦୂର’କୁ ନେଇ ବଡ଼ ବୟାନ ଦେଲେ ଅଜିତ ଡୋଭାଲ

ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୫ଟି ଆସନର ଫଳାଫଳ ଘୋଷଣା କରାଯାଇଛି। ଏଥିମଧ୍ୟରୁ ୩ଟି ଆସନରେ ଡିଏମକେ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଏବଂ ଟିଭିକେ ଗୋଟିଏ ଲେଖାଏଁ ଆସନରେ ଜିତିଛନ୍ତି।

ଆହୁରି ପଢ଼ନ୍ତୁ: ପରୀକ୍ଷା ଅନିୟମିତତା ମାମଲା: ଝାଡ଼ଖଣ୍ଡ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଅଫିସରେ ସିଆଇଡି (CID)ର ଚଢ଼ାଉ, ଛାତ୍ର ଆନ୍ଦୋଳନ ଜୋରଦାର

04 May 2026 By Madhusudan Das

କୋଲାଥୁର ଆସନରୁ ହାରିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍

ତାମିଲନାଡୁ: ତାମିଲନାଡୁ ବିଧାନସଭା ନିର୍ବାଚନରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ରାଜ୍ୟରେ ଏପରି ସରକାର ବିରୋଧୀ ହାୱା ବହିଛି ଯେ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ନିଜ ଆସନ ମଧ୍ୟ ବଞ୍ଚାଇ ପାରିନାହାଁନ୍ତି। କୋଲାଥୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ପରାଜୟର ସାମ୍ନା କରିଛନ୍ତି।

ତାମିଲନାଡୁ ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ଥାଲାପତି ବିଜୟଙ୍କ ପାର୍ଟି ତାମିଲାଗା ଭେଟ୍ରି କାଜାଗମ୍ (TVK) ଚମତ୍କାର ପ୍ରଦର୍ଶନ କରିଛି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଙ୍କୁ ବିଜୟଙ୍କ ଦଳର ପ୍ରାର୍ଥୀ ପରାସ୍ତ କରିଛନ୍ତି। ପ୍ରାରମ୍ଭିକ ଧାରା ଅନୁଯାୟୀ, ବିଜୟଙ୍କ ଦଳ ପ୍ରାୟ ୧୦୮ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ ଡିଏମକେ ନେତୃତ୍ୱାଧୀନ ମେଣ୍ଟ ୭୧ଟି ଆସନରେ ଆଗୁଆ ଥିବା ବେଳେ ଏଆଇଏଡିଏମକେ ନେତୃତ୍ୱାଧୀନ ଏନଡିଏ ୫୪ଟି ଆସନ ସହ ତୃତୀୟ ସ୍ଥାନରେ ରହିଛି।

ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୫ଟି ଆସନର ଫଳାଫଳ ଘୋଷଣା କରାଯାଇଛି। ଏଥିମଧ୍ୟରୁ ୩ଟି ଆସନରେ ଡିଏମକେ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଏବଂ ଟିଭିକେ ଗୋଟିଏ ଲେଖାଏଁ ଆସନରେ ଜିତିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର