ମନୋରଞ୍ଜନ

ଆମେରିକାରେ ଶାହରୁଖ୍ ଖାନଙ୍କ ନୂଆ କ୍ରିକେଟ୍ ଷ୍ଟାଡିୟମ୍: ଉଦ୍‌ଘାଟନୀ ଭିଡିଓରେ ନଜର ଆସିଲେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି
ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ
ବିବାହ ପୂର୍ବରୁ ଲିଭ୍-ଇନ୍‌ରେ ରହିବାକୁ ପରାମର୍ଶ ଦେଲେ ଭେଟେରାନ୍ ଅଭିନେତ୍ରୀ ଜୀନତ ଅମାନ, କହିଲେ '୧୫ ବର୍ଷ ଦୁଃଖରେ ରହିବା ଅପେକ୍ଷା ୫ ବର୍ଷ ଖୁସି ଭଲ'

10th Result: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ; ଚଳିତ ବର୍ଷ ପାସ୍ ହାର ୯୫.୩୩%

Madhusudan Das Picture
Published On

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାଫଳ । କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ (BSE) କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ରେଜଲ୍‌ଟ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଚଳିତ ବର୍ଷ  ପାସ୍ ହାର ୯୫.୩୩% ରହିଛି। ସେମାନଙ୍କ ମଧ୍ୟରୁ ୨,୪୫୬ ଜଣ A1 (90-100%) ଶ୍ରେଣୀରେ ପାସ୍ ହୋଇଛନ୍ତି। ସେହିପରି A2ରେ ୧୫,୬୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ B1ରେ ୪୩,୫୬୫ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । B2ରେ ୮୬,୧୦୩ ଜଣ ପରୀକ୍ଷାର୍ଥୀ ପାସ କରିଥିବାବେଳେ Cରେ ୧,୨୯,୮୦୩ ପରୀକ୍ଷାର୍ଥୀ ପାସ୍ରେ କରିଛନ୍ତି । ସନ୍ଧ୍ୟା ୬ଟା ପରଠାରୁ ବୋର୍ଡ ୱେବସାଇଟ www.bseodisha.ac.in ଓ www.bseodisha.nic.in ରେ ରେଜଲ୍ଟ ଉପଲବ୍ଧ ହେବ। ଇଣ୍ଟରନେଟ୍ ନଥିବା ଅଞ୍ଚଳରେ ଏସ୍‌ଏମ୍‌ଏସ ଜରିଆରେ ରେଜଲ୍ଟ ଜାଣିହେବ। ପରୀକ୍ଷାର୍ଥୀମାନେ ମୋବାଇଲ ଫୋନ୍‌ରେ OR10<RollNo> ଲେଖି 5676750 କୁ ଏସ୍‌ଏମ୍‌ଏସ୍ କରି ରେଜଲ୍ଟ ଜାଣିପାରିବେ ।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଜନସମୁଦ୍ର ଶ୍ରୀକ୍ଷେତ୍ରଧାମ; ଭକ୍ତଙ୍କ ହରିବୋଲ, ହୁଳହୁଳିରେ କମ୍ପୁଛି ବଡଦାଣ୍ଡ

ଚଳିତ ବର୍ଷ ପ୍ରଥମ ଥର ମାତୃଭାଷାରେ ନିଜ ସାର୍ଟିଫିକେଟ୍ ପାଇପାରିବେ ଦଶମ ବୋର୍ଡ଼ ପରୀକ୍ଷାର୍ଥୀ । ଉଭୟ ଓଡିଆ ଓ ଇଂରାଜୀରେ ସାର୍ଟିଫିକେଟ୍ ମିଳିବ । ଚଳିତ ବର୍ଷ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହୋଇଥିଲା ସୂଚନାଯୋଗ୍ୟ ଚଳିତ ବର୍ଷ ମୋଟ ୫ ଲକ୍ଷ ୪୪ ହଜାର ୬୭୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୩୬ ହଜାର ୩୦୬ ଜଣ ପରୀକ୍ଷା ଦେଇଥିଲେ। ୮,୩୬୪ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ମୋଟ ୫ ଲକ୍ଷ ୧୯ ହଜାର ୨୫୧ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଯୁକ୍ତ ୨ ରିଚେକିଂ ଆବେଦନ ଅବଧିକୁ ଜୁଲାଇ ୪ ପର୍ଯ୍ୟନ୍ତ ବୃଦ୍ଧି କଲେ CHSE କର୍ତ୍ତୃପକ୍ଷ

02 May 2026 By Madhusudan Das

10th Result: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ; ଚଳିତ ବର୍ଷ ପାସ୍ ହାର ୯୫.୩୩%

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାଫଳ । କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ (BSE) କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ରେଜଲ୍‌ଟ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଚଳିତ ବର୍ଷ  ପାସ୍ ହାର ୯୫.୩୩% ରହିଛି। ସେମାନଙ୍କ ମଧ୍ୟରୁ ୨,୪୫୬ ଜଣ A1 (90-100%) ଶ୍ରେଣୀରେ ପାସ୍ ହୋଇଛନ୍ତି। ସେହିପରି A2ରେ ୧୫,୬୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ B1ରେ ୪୩,୫୬୫ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । B2ରେ ୮୬,୧୦୩ ଜଣ ପରୀକ୍ଷାର୍ଥୀ ପାସ କରିଥିବାବେଳେ Cରେ ୧,୨୯,୮୦୩ ପରୀକ୍ଷାର୍ଥୀ ପାସ୍ରେ କରିଛନ୍ତି । ସନ୍ଧ୍ୟା ୬ଟା ପରଠାରୁ ବୋର୍ଡ ୱେବସାଇଟ www.bseodisha.ac.in ଓ www.bseodisha.nic.in ରେ ରେଜଲ୍ଟ ଉପଲବ୍ଧ ହେବ। ଇଣ୍ଟରନେଟ୍ ନଥିବା ଅଞ୍ଚଳରେ ଏସ୍‌ଏମ୍‌ଏସ ଜରିଆରେ ରେଜଲ୍ଟ ଜାଣିହେବ। ପରୀକ୍ଷାର୍ଥୀମାନେ ମୋବାଇଲ ଫୋନ୍‌ରେ OR10<RollNo> ଲେଖି 5676750 କୁ ଏସ୍‌ଏମ୍‌ଏସ୍ କରି ରେଜଲ୍ଟ ଜାଣିପାରିବେ ।

ଚଳିତ ବର୍ଷ ପ୍ରଥମ ଥର ମାତୃଭାଷାରେ ନିଜ ସାର୍ଟିଫିକେଟ୍ ପାଇପାରିବେ ଦଶମ ବୋର୍ଡ଼ ପରୀକ୍ଷାର୍ଥୀ । ଉଭୟ ଓଡିଆ ଓ ଇଂରାଜୀରେ ସାର୍ଟିଫିକେଟ୍ ମିଳିବ । ଚଳିତ ବର୍ଷ ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହୋଇଥିଲା ସୂଚନାଯୋଗ୍ୟ ଚଳିତ ବର୍ଷ ମୋଟ ୫ ଲକ୍ଷ ୪୪ ହଜାର ୬୭୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୩୬ ହଜାର ୩୦୬ ଜଣ ପରୀକ୍ଷା ଦେଇଥିଲେ। ୮,୩୬୪ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ମୋଟ ୫ ଲକ୍ଷ ୧୯ ହଜାର ୨୫୧ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର