ଆପଣଙ୍କ ମୋବାଇଲ୍ ଫୋନରେ ହଠାତ୍ ବାଜିଲା କି ସାଇରନ୍? ଭୟଭୀତ ହୁଅନ୍ତୁ ନାହିଁ, ଏଥିପାଇଁ ବାଜିଲା ଏହି ଏମର୍ଜେନ୍ସି ଆଲର୍ଟ...

Madhusudan Das Picture
Published On

ନୂଆଦିଲ୍ଲୀ: କିଛି ସମୟ ପୂର୍ବରୁ ଯଦି ଆପଣଙ୍କ ମୋବାଇଲ୍ ଫୋନରେ ହଠାତ୍ ଏକ ବିପଦ ସଙ୍କେତ ଭଳି ଶବ୍ଦ ହୋଇଛି ଏବଂ ଏକ ଫ୍ଲାସ୍ ମେସେଜ୍ ଆସିଛି, ତେବେ ଏଥିପାଇଁ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ମିଳିତ ଭାବେ ଦେଶବ୍ୟାପୀ ଏକ ନୂତନ ଜରୁରୀକାଳୀନ ଆଲର୍ଟ ସିଷ୍ଟମର ପରୀକ୍ଷଣ କରୁଛନ୍ତି। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଆଜି ସେଲ୍ ବ୍ରୋଡକାଷ୍ଟ ଆଲର୍ଟ ସିଷ୍ଟମ୍(Cell Broadcast Alert System) ର ସଫଳ ଡ୍ରିଲ୍ ବା ପରୀକ୍ଷଣ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

କ'ଣ ପାଇଁ ବାଜୁଛି ମୋବାଇଲରେ ଆଲାର୍ମ?
ଶନିବାର ଦିନ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଲକ୍ଷ ଲକ୍ଷ ମୋବାଇଲ୍ ଉପଭୋକ୍ତାଙ୍କ ଫୋନକୁ ସରକାରଙ୍କ ତରଫରୁ ଏକ ଟେଷ୍ଟିଂ ମେସେଜ୍ ପଠାଯାଇଛି। ମେସେଜ୍ ଆସିବା ମାତ୍ରେ ଫୋନରେ ଏକ ଜୋରଦାର ସାଇରନ୍ ବାଜିବା ସହିତ ଫୋନ୍ ଭାଇବ୍ରେଟ୍ (କମ୍ପନ) ମଧ୍ୟ ହୋଇଥିଲା। ଏହି ମେସେଜରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ, ଏହା ହେଉଛି ଏକ ପରୀକ୍ଷାମୂଳକ ମେସେଜ୍ ଏବଂ ଉପଭୋକ୍ତାମାନଙ୍କୁ କୌଣସି ପଦକ୍ଷେପ ନେବାର ଆବଶ୍ୟକତା ନାହିଁ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ସରକାର ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସୂଚନା ଶୀଘ୍ର ପ୍ରଦାନ କରାଯିବ, ତାହାର ଯାଞ୍ଚ ପାଇଁ ଏହି ବ୍ୟବସ୍ଥାର ପରୀକ୍ଷଣ କରୁଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

କ'ଣ ଏହି ସେଲ୍ ବ୍ରୋଡକାଷ୍ଟ ଆଲର୍ଟ ସିଷ୍ଟମ୍?
ଏହି ସିଷ୍ଟମ୍ ହେଉଛି ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ଯାହାକୁ ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଟେଲିମେଟିକ୍ସ ଦ୍ୱାରା ବିକଶିତ କରାଯାଇଛି। ସମଗ୍ର ଭାରତ ପାଇଁ ପ୍ରସ୍ତୁତ କରାଯାଇଥିବା ସମନ୍ୱିତ ଆଲର୍ଟ ସିଷ୍ଟମ୍ ବା ସଚେତ୍ ର ଏହା ହେଉଛି ଏକ ପ୍ରମୁଖ ଅଂଶ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୂମିକମ୍ପ, ସୁନାମି, ବଜ୍ରପାତ କିମ୍ବା ବନ୍ୟା ପରି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ତୁରନ୍ତ ସତର୍କ ସୂଚନା ପ୍ରଦାନ କରିବା ଏବଂ ସେମାନଙ୍କ ଜୀବନ ରକ୍ଷା କରିବା। ଏହାବ୍ୟତୀତ ଗ୍ୟାସ୍ ଲିକ୍ କିମ୍ବା ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଏହା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ସାଇଲେଣ୍ଟ ମୋଡରେ ଥିଲେ ମଧ୍ୟ ବାଜିବ ଆଲାର୍ମ
ସାଧାରଣତଃ ଆମେ ଅନେକ ସମୟରେ ମେସେଜ୍ ଆଲର୍ଟକୁ ନଜରଅନ୍ଦାଜ କରିଦେଇଥାଉ। କିନ୍ତୁ ଏହି ଆଲର୍ଟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭିନ୍ନ। ଆପଣଙ୍କ ମୋବାଇଲ୍ ଫୋନ୍ ସାଇଲେଣ୍ଟ୍ ବା ଡୁ ନଟ୍ ଡିଷ୍ଟର୍ବ  ମୋଡରେ ଥିଲେ ମଧ୍ୟ ଏହି ମେସେଜ୍ ଆସିବା ମାତ୍ରେ ଫୋନରେ ଉଚ୍ଚ ଶବ୍ଦରେ ଆଲାର୍ମ ବାଜିବ ଏବଂ ତାହା ସ୍କ୍ରିନରେ ଫ୍ଲାସ୍ ହୋଇ ଦେଖାଯିବ। ସରକାର ଏହି ବ୍ୟବସ୍ଥାର କ୍ଷମତା ଏବଂ ଦକ୍ଷତା ମାପିବା ପାଇଁ ବିଭିନ୍ନ ନେଟୱର୍କ ଏବଂ ଅଞ୍ଚଳରେ ଏହି ଟେଷ୍ଟିଂ ଜାରି ରଖିଛନ୍ତି। ଏହି ପରୀକ୍ଷଣ ପର୍ଯ୍ୟାୟରେ ଉପଭୋକ୍ତାମାନେ ଏକାଧିକ ଥର ମଧ୍ୟ ଏଭଳି ମେସେଜ୍ ପାଇପାରନ୍ତି ବୋଲି ସୂଚନା ଦିଆଯାଇଛି। ସିଷ୍ଟମ୍ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଗଲା ପରେ, ଏହା ସମସ୍ତ ମୋବାଇଲରେ ବିନା ବାଧାରେ କାମ କରିବ ଏବଂ ଦେଶର ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ଆହୁରି ମଜବୁତ କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର