ତାମିଲନାଡୁ ରାଜନୀତିରେ ମହାସଙ୍କଟ: ସରକାର ଗଠନ ନେଇ ବିଜୟଙ୍କ ଦଳ ଟିଭିକେ ପାଇଁ ବଢ଼ିଲା ଅଡ଼ୁଆ

Suryakanta Picture
Published On

ତାମିଲନାଡୁର ୨୦୨୬ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟରେ ଏକ ଅଭୂତପୂର୍ବ ରାଜନୈତିକ ସଙ୍କଟ ଦେଖାଦେଇଛି। ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟଙ୍କ ଦ୍ୱାରା ଗଠିତ ନୂତନ ଦଳ ତାମିଲଗା ଭେତ୍ରି କାଜଗମ୍ (ଟିଭିକେ) ନିର୍ବାଚନରେ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଥିଲେ ସୁଦ୍ଧା ସରକାର ଗଠନ ପାଇଁ ଆବଶ୍ୟକୀୟ ବହୁମତ ହାସଲ କରିପାରିନାହିଁ। ଏହାକୁ ନେଇ ସରକାର ଗଠନ ପ୍ରକ୍ରିୟାରେ ଅନିଶ୍ଚିତତା ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା: ନାଭି ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଖପ୍ପା ହେଲେ ଟ୍ରମ୍ପ, ପାଲଟା ଜବାବ ଦେଇ ଥଟ୍ଟା କଲେ ନାଭି

ବହୁମତଠାରୁ ଦୂରରେ ଟିଭିକେ

ଦୀର୍ଘ ପାଞ୍ଚ ଦଶନ୍ଧି ଧରି ତାମିଲନାଡୁରେ ରାଜୁତି କରୁଥିବା ଦ୍ରାବିଡ଼ ଦଳଗୁଡ଼ିକର ଏକଚାଟିଆ ଶାସନକୁ ଶେଷ କରି ଟିଭିକେ ମୋଟ ୨୩୪ ଆସନରୁ ୧୦୮ଟି ଆସନ ହାତେଇଛି। ତେବେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୧୮ ଥିବାବେଳେ ଦଳ ଏଥିରୁ ପଛରେ ପଡ଼ିଯାଇଛି। ଅନ୍ୟପକ୍ଷରେ ନିଜର ଦୁଇଟି ଆସନରୁ ବିଜୟୀ ହୋଇଥିବା ବିଜୟଙ୍କୁ ନିୟମ ଅନୁଯାୟୀ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ, ଯାହା ଫଳରେ ଦଳର ବିଧାୟକ ସଂଖ୍ୟା ୧୦୭କୁ ଖସିଆସିବ। ଦୀର୍ଘ ଦିନର ସହଯୋଗୀ ଡିଏମକେ ସହ ମେଣ୍ଟ ଭାଙ୍ଗି କଂଗ୍ରେସ ନିଜର ୫ ବିଧାୟକଙ୍କ ସମର୍ଥନ ଟିଭିକେକୁ ଦେଇଛି। ଏହା ସତ୍ତ୍ୱେ ମେଣ୍ଟର ସଂଖ୍ୟା ୧୧୨ରେ ପହଞ୍ଚିଛି, ଯାହା ବହୁମତଠାରୁ ଏବେ ବି କମ୍ ରହିଛି।

ଆହୁରି ପଢ଼ନ୍ତୁ: ରିୟାଦ୍ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ସମେତ ୧୩ ମୃତ, କାହିଁକି ସାଉଦିକୁ ଟାର୍ଗେଟ୍ କରୁଛନ୍ତି ୟେମେନ୍ ବିଦ୍ରୋହୀ?

ରାଜ୍ୟପାଳଙ୍କ ସହ ଆଲୋଚନା ଓ ବିକ୍ଷୋଭ

ସରକାର ଗଠନ ପାଇଁ ଦାବି ଜଣାଇ ବିଜୟ ତାମିଲନାଡୁର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟିଥିଲେ। କିନ୍ତୁ ରାଜ୍ୟପାଳ ତାଙ୍କୁ ଆବଶ୍ୟକୀୟ ୧୧୮ ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କରିବାକୁ କହିଛନ୍ତି। ରାଜ୍ୟପାଳଙ୍କ ଏହି ନିଷ୍ପତ୍ତି ପରେ ସରକାର ଗଠନରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରି ଟିଭିକେ ଏବଂ କଂଗ୍ରେସ କର୍ମୀମାନେ ଚେନ୍ନାଇସ୍ଥିତ ଲୋକ ଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜୟ ଏବେ ସରକାର ଗଠନ କରିବା ପାଇଁ ଅନ୍ୟ ଛୋଟ ଦଳଗୁଡ଼ିକ ସହ ଆଲୋଚନା ଚଳାଇଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନର ପେଶାୱାରରେ ଅଭାବନୀୟ ଘଟଣା: ସ୍କୁଲ ଛାତ ଖସି ୨୮ ଛାତ୍ରଛାତ୍ରୀଙ୍କ ସମେତ ୨୯ ମୃତ

ଡିଏମକେ ଏବଂ ଏଆଇଏଡିଏମକେର ରଣନୀତି

ଚଳିତ ନିର୍ବାଚନରେ କ୍ଷମତାସୀନ ଡିଏମକେ (DMK) ମାତ୍ର ୫୯ଟି ଆସନ ପାଇଥିବା ବେଳେ ପ୍ରମୁଖ ବିରୋଧୀ ଦଳ ଏଆଇଏଡିଏମକେ (AIADMK) ୪୭ଟି ଆସନରେ ସୀମିତ ରହିଛି। ବିଜୟଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦଳ ଏକାଠି ହୋଇ ସରକାର ଗଠନ କରିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହାର କଡ଼ା ଜବାବ ଦେଇ ଟିଭିକେ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ଯଦି ଡିଏମକେ କିମ୍ବା ଏଆଇଏଡିଏମକେକୁ ସରକାର ଗଠନ ପାଇଁ ସୁଯୋଗ ଦିଆଯାଏ, ତେବେ ଟିଭିକେର ସମସ୍ତ ୧୦୭ ବିଧାୟକ ଗଣଇସ୍ତଫା ଦେବେ। ବର୍ତ୍ତମାନ ପରିସ୍ଥିତିରେ ତାମିଲନାଡୁ ରାଜନୀତି ଏକ ରୋଚକ ମୋଡ଼ ନେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର